Advertisment

ପ୍ରେମିକାଙ୍କୁ ପାଇବା ପାଇଁ ଥାନାରେ ଆତ୍ମାହୂତି ଉଦ୍ୟମ କଲେ ପ୍ରେମିକ

ରିଙ୍କୁଙ୍କ କହିବା ଅନୁସାରେ ଗତ କିଛି ଦିନ ତଳେ ଭବାନୀପାଟଣା ପୁଲିସ କୌଣସି ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା। ସେହି ସମୟରେ ପରୀଙ୍କୁ ତାଙ୍କ ମାଆଙ୍କ ଜିମାରେ ଛାଡ଼ିଥିଲା ପୁଲିସ୍‌। ରିଙ୍କୁ ଜେଲରୁ ବାହାରିବା ପରେ ନିଜ ଶ୍ୱଶୁର ଘରକୁ ଯାଇଥିଲେ।

Crime

Crime

Advertisment

ଅଜବ ଏ ପ୍ରେମ। ପ୍ରେମ କରି ବାହାହେଲେ। ଜେଲ୍‌ ଗଲେ। ନାନା ଗଞ୍ଜଣା ପାଇଲେ। ତଥାପି ସରିଲାନି ଦୁଃଖ। ହେଲେ ଆଜି ପର୍ଯ୍ୟନ୍ତ ନିଜ ପ୍ରେମିକାଙ୍କୁ ପାଇଲେ ନାହିଁ ପ୍ରେମିକ ପ୍ରବର। ତେଣୁ ବାରମ୍ୱାର ଥାନାରେ ଗୁହାରୀ କଲେ ମଧ୍ୟ ପୁଲିସ୍‌ ବାବୁ ଶୁଣିଲେ ନାହିଁ। ଶେଷରେ ଥାନାରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଥିଲେ ପ୍ରେମିକ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପରିସରରେ ଘଟିଛି।

Advertisment

ପ୍ରେମିକ ହେଉଛନ୍ତି କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁର ରିଙ୍କୁ ବାରିକ। ସେ ତୁରେକେଲା ଥାନା ଅଞ୍ଚଳର ପରୀ(ଛଦ୍ମନାମ)ଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ସେତେବେଳେ ପରୀ ନାବାଳିକା ଥିଲେ। ତେଣୁ ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ୍‌ ପ୍ରେମିକ ପ୍ରବର ରିଙ୍କୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ରିଙ୍କୁ ଜେଲରୁ ବାହାରିଥିଲେ। ରିଙ୍କୁ ଜେଲ୍‌ରୁ ବାହାରିଲା ବେଳକୁ ପରୀଙ୍କୁ ୧୮ ବର୍ଷ ପୂରି ଯାଇଥିଲା। ତେଣୁ ସେ ରିଙ୍କୁଙ୍କ ପାଖକୁ ପଳାଇ ଯାଇଥିଲେ। ଆଉ ରିଙ୍କ ପାଖରେ ପତ୍ନୀ ହୋଇ ରହୁଥିଲେ ପରୀ। ପ୍ରାୟ ଦୁଇ ବର୍ଷ ଧରି ଉଭୟ ଏକାଠି ରହୁଥିଲେ।

ରିଙ୍କୁଙ୍କ କହିବା ଅନୁସାରେ ଗତ କିଛି ଦିନ ତଳେ ଭବାନୀପାଟଣା ପୁଲିସ କୌଣସି ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା। ସେହି ସମୟରେ ପରୀଙ୍କୁ ତାଙ୍କ ମାଆଙ୍କ ଜିମାରେ ଛାଡ଼ିଥିଲା ପୁଲିସ୍‌। ରିଙ୍କୁ ଜେଲରୁ ବାହାରିବା ପରେ ନିଜ ଶ୍ୱଶୁର ଘରକୁ ଯାଇଥିଲେ। ହେଲେ ପରୀଙ୍କୁ ତାଙ୍କ ମାଆ ଭେଟିବା ପାଇଁ ଅନୁମତି ଦେଇନଥିଲେ। ତେଣୁ ରିଙ୍କୁ ଖାଲି ହାତରେ ଫେରିଥିଲେ। ପରେ ପରୀ ଫୋନ୍‌ ଓ ମେସେଜ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା ରିଙ୍କୁଙ୍କୁ କହିଥିଲେ। ଏ ନେଇ ରିଙ୍କୁ ତୁରେକେଲା ଥାନାରେ ଅଭିଯୋଗ କରିଥିଲେ।

Advertisment

ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଥିଲା। ବାରମ୍ୱାର ପୁଲିସ୍‌ଠାରୁ ନିରାଶ ହୋଇ ଚରମ ନିଷ୍ପତ୍ତି ନେଲେ ପ୍ରେମିକ ପ୍ରବର ରିଙ୍କୁ। ଆଜି ଅପରାହ୍ନରେ ହାତରେ ପେଟ୍ରୋଲ୍‌ ଧରି ଥାନାରେ ପହଞ୍ଚିଥିଲେ। ଆଉ ଥାନା ପରିସରରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ଦେଇଥିଲେ। ତା’ପରେ ଦିଆସିଲ୍‌ ମାରିବେ ବେଳେ ଜଣେ ଏଏସଆଇ ତାଙ୍କୁ ଧରି ପକାଇଥିଲେ। ଆଉ ତାଙ୍କଠାରୁ ଦିଆସିଲ ଛଡାଇ ନେଇଥିଲେ।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Balangir Love Birds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe