Advertisment

ଉଭୟ ବିବାହିତ; ତଥାପି ପଡ଼ିଲେ ପ୍ରେମରେ, ଶେଷରେ...

ଏକ କଇଁଚିରେ ଜଗନ୍ନାଥ ନିଜ ପ୍ରେମିକାଙ୍କ ମୁଣ୍ଡ ଓ ମୁହଁକୁ ଆକ୍ରମଣ କରିଥିଲେ। ରକ୍ତାକ୍ତ ହୋଇ ପ୍ରାଣ ବିକଳରେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକ ଘରୁ ବାହାରକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।

Crime

Crime

Advertisment

ଉଭୟ ବିବାହିତ। ଉଭୟଙ୍କର ପରିବାର ରହିଛି। ତଥାପି ପଡ଼ିଥିଲେ ପରସ୍ପରର ପ୍ରେମରେ। ଲୁଚାଛପାରେ ଭେଟୁଥିଲେ ଓ ମିଳାମିଶା ହେଉଥିଲେ। ହେଲେ ରବିବାର ସନ୍ଧ୍ୟାରେ ହଠାତ୍‌ ଏମିତି କ’ଣ ହେଲା ତାତିଯାଇଥିଲେ ପ୍ରେମିକ ପ୍ରବର! ପ୍ରେମିକାଙ୍କୁ କଇଁଚିରେ ଆକ୍ରମଣ କରି ସରକାରୀ କ୍ୱାର୍ଟର୍ସରେ ଝୁଲି ପଡ଼ିଲେ। ରବିବାର ରାତିରେ ଏଭଳି ଘଟଣା କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କୁଡୁତୁଲି ଗାଁରେ ଘଟିଛି।

Advertisment

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଖଇରପୁର ଗାଁର ଜଗନ୍ନାଥ ବେହେରା ବିବାହିତ ଓ ପତ୍ନୀ ଅଛନ୍ତି। ଆଲୋଚନା ହେଉଛି ସେ କୁଆଡେ ପ୍ରେମରେ ପଡ଼ିଥିଲେ। ସେ ଯାହାଙ୍କୁ ପ୍ରେମ କରୁଥିଲେ, ସିଏ କ.ନୂଆଗାଁ ଥାନା କୁଡୁତୁଲି ଅଞ୍ଚଳର ଜଣେ ସ୍ୱାସ୍ଥ୍ୟ କର୍ମୀ ଓ ବିବାହିତା। ତଥାପି ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ଚର୍ଚ୍ଚା ହେଉଛି ଉଭୟ କୁଆଡେ ଗତ ୫ ବର୍ଷ ହେଲା ପରସ୍ପରର ପ୍ରେମରେ ପଡ଼ିଥିଲେ। ଯେଉଁଥିପାଇଁ ଜଗନ୍ନାଥ ବେହେରା ନିୟମିତ ଭୁବନେଶ୍ୱରରୁ କୁଡୁତୁଲିକୁ ଆସୁଥିଲେ। ଆଉ ନିଜ ପ୍ରେମିକାଙ୍କୁ ଭେଟି ଫେରି ଯାଉଥିଲେ।

ସବୁଥର ଭଳି ରବିବାର ଜଗନ୍ନାଥ ନିଜ ପ୍ରେମିକାଙ୍କୁ ଦେଖା କରିବା ପାଇଁ ବାଇକ୍‌ରେ କୁଡୁତୁଲିକୁ ଆସିଥିଲେ। ସନ୍ଧ୍ୟା ବେଳେ ଉଭୟ ମିଶି ସରକାରୀ କ୍ୱାର୍ଟର୍ସରେ ବସି ଚାହା ଓ ଜଳଖିଆ ଖାଇଥିଲେ। ଜଳଖିଆ ଖାଇବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ ସେହି ପାଟିତୁଣ୍ଡ ଉଗ୍ର ରୂପ ଧାରଣ କରିଥିଲା। ଆଉ ରାଗି ଯାଇଥିଲେ ଜଗନ୍ନାଥ।

Advertisment

ଏକ କଇଁଚିରେ ଜଗନ୍ନାଥ ନିଜ ପ୍ରେମିକାଙ୍କ ମୁଣ୍ଡ ଓ ମୁହଁକୁ ଆକ୍ରମଣ କରିଥିଲେ। ରକ୍ତାକ୍ତ ହୋଇ ପ୍ରାଣ ବିକଳରେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକ ଘରୁ ବାହାରକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଆଉ ତା’ପରେ ଜଗନ୍ନାଥ ଘର ଭିତର ପାର୍ଶ୍ୱରୁ କବାଟ ବନ୍ଦ କରି ନିଜ ପ୍ରେମିକା(ମହିଳା ସ୍ୱାସ୍ଥ୍ୟକର୍ମୀ)ଙ୍କ ଓଢଣୀରେ ଝୁଲି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ କ. ନୂଆଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ ଗୁରୁତର ଅସୁସ୍ଥ ହୋଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା? କାହିଁକି ପୁରୁଷ ବନ୍ଧୁ ଜଣକ ଆତ୍ମହତ୍ୟା କଲେ? ଉଭୟଙ୍କ ମଧ୍ୟରେ କେଉଁ ପ୍ରକାର ସମ୍ପର୍କ ରହିଥିଲା? ସେ ସବୁର ତଦନ୍ତ ଚଳାଇଛି କ. ନୂଆଗାଁ ଥାନା ପୁଲିସ୍‌। ସାଇଣ୍ଟିଫିକ ଟିମ ମଧ୍ୟ ସରକାରୀ ବାସଭବନରେ ପହଞ୍ଚି ତଦନ୍ତ ଚଳାଇଛି।

ଅନ୍ୟପଟେ ଭାଇ କେବେ ଆତ୍ମହତ୍ୟା କରିନପରେ, ତାଙ୍କୁ ମାରି ଟାଙ୍ଗି ଦିଆଯାଇଛି ବୋଲି ଜଗନ୍ନାଥଙ୍କ ସାନ ଭାଇ କହିଛନ୍ତି। ଭାଇ ଘରୁ ବାହାରିଲା ବେଳେ ଯୋଡା ଯାଉଛି ବୋଲି କହିଥିଲା। ସେ କେମିତି କନ୍ଧମାଳରେ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି। 

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Bhubaneswar Bhubaneswar News Crime Kandhmal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe