Advertisment

୧୪ ବର୍ଷର ପ୍ରେମିକା ୬ ମାସର ଗର୍ଭବତୀ; ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗି ଦେଲା ପ୍ରେମିକ!

ଗତ ୭ ତାରିଖ ସନ୍ଧ୍ୟାରେ ଘରେ ରେଶ୍ମା ଏକାକୀ ଥିଲେ। ଠିକ୍‌ ସେହି ସମୟରେ ଶିବା ତାଙ୍କ ଘରେ ପହଞ୍ଚିଥିଲେ। ଆଉ ବାହାନା କରି ଘରୁ ଡାକି ନେଇଥିଲେ। ହେଲେ ରେଶ୍ମା ଜାଣିନଥିଲେ ଶିବାଙ୍କ ମନ ଭିତରର ମାୟା। କାଳ ରାତି ମାଡ଼ିଆସୁଥିଲେ ସୁଦ୍ଧା ତାଙ୍କ ସହିତ ଚାଲି ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Rape Victim

Rape Victim

ନାବାଳିକା ଗର୍ଭବତୀ ପ୍ରେମିକାର ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗି ଦେଲା ପ୍ରେମିକ! ଏପରି ହୃଦୟବିଦାରକ ଘଟଣା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି। ଦୁଇ ଦିନ ପରେ ଘଞ୍ଚ ଜଙ୍ଗଲ ଭିତରୁ ମୁର୍ମୂଷୁ ଅବସ୍ଥାରେ ନାବାଳିକାଙ୍କୁ ଗାଁ ଲୋକେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି।

Advertisment

ବଣାଇ ଥାନା ଅଞ୍ଚଳର ୧୪ ବର୍ଷୀୟା ରେଶ୍ମା(ଛଦ୍ମନାମ) କେବେଠାରୁ ବାପା-ମାଆଙ୍କୁ ହରାଇଥିଲେ। ତେଣୁ ଭାଇଙ୍କ ପାଖରେ ନୂଆ କରି ଜୀବନ ଗଢ଼ୁଥିଲେ। ହେଲେ ସେ କେତେବେଳେ ଗ୍ରାମ ସାଥୀ ଶିବା(ଛଦ୍ମନାମ)ଙ୍କ ପ୍ରେମରେ ପଡ଼ିଗଲେ, ସେ ସମ୍ପର୍କରେ ଜାଣିପାରିଲେ ନାହିଁ। ଆଉ ଏହାର ସୁଯୋଗ ନେଇ ଶିବା ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଭାଇଙ୍କ ଅନୁପସ୍ଥିତ ନିୟମିତ ତାଙ୍କ ଘରକୁ ଆସୁଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ରେଶ୍ମା ଗର୍ଭବତୀ ହୋଇଯାଇଥିଲେ। ଏକଥା ଶିବା ଜାଣିବା ପରେ ତାଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଥିଲା। ତେଣୁ ରେଶ୍ମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା!

ଗତ ୭ ତାରିଖ ସନ୍ଧ୍ୟାରେ ଘରେ ରେଶ୍ମା ଏକାକୀ ଥିଲେ। ଠିକ୍‌ ସେହି ସମୟରେ ଶିବା ତାଙ୍କ ଘରେ ପହଞ୍ଚିଥିଲେ। ଆଉ ବାହାନା କରି ଘରୁ ଡାକି ନେଇଥିଲେ। ହେଲେ ରେଶ୍ମା ଜାଣିନଥିଲେ ଶିବାଙ୍କ ମନ ଭିତରର ମାୟା। କାଳ ରାତି ମାଡ଼ିଆସୁଥିଲେ ସୁଦ୍ଧା ତାଙ୍କ ସହିତ ଚାଲି ଯାଇଥିଲେ। ଗାଁଠାରୁ ପ୍ରାୟ ତିନି କିଲୋମିଟର ବାସୁଡ଼ିହି ଗ୍ରାମ୍ୟ ଜଙ୍ଗଲକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଶିବାଙ୍କ ରାକ୍ଷସ ରୂପ ଦେଖିବାକୁ ପାଇଥିଲେ ରେଶ୍ମା। ତାଙ୍କ ହାତ ଓ ଗୋଡ଼ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ମାଡ଼ ଯୋଗୁ ଚେତାହରାଇଥିଲେ ରେଶ୍ମା। ମରିଯାଇଥିବା ଭାବି ତାଙ୍କୁ ସେହି ଜଙ୍ଗଲରେ ଫିଙ୍ଗି ପଳାଇ ଆସିଥିଲେ।

Advertisment

ରାତି ତମାମ ଜଙ୍ଗଲରେ ଚେତା ହରାଇ ପଡ଼ିଥିଲେ ରେଶ୍ମା। ରାତି ପାହି ପୁଣି ଦିନ ବୁଡ଼ିବାକୁ ବସିଲାଣି। ଘଞ୍ଚ ଜଙ୍ଗଲରେ ସେମିତି ମୁର୍ମୂଷୁ ଅବସ୍ଥାରେ ପଡ଼ିଥିଲେ ରେଶ୍ମା। ୮ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ କିଛି ଲୋକ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଆସିଥିଲେ। ସେହି ସମୟରେ ହାତ ଓ ଗୋଡ଼ ବନ୍ଧା ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ନାବାଳିକାକୁ ଦେଖି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କୁ ଖବର ଦେଇଥିଲେ। ତା’ପରେ ଗାଁ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହ ପୁଲିସ୍‌କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ଜେପି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ପୁଲିସ୍‌ର ସୁରକ୍ଷା ବଳୟ ଭିତରେ ଆଜି ପର୍ଯ୍ୟନ୍ତ ନାବାଳିକାଙ୍କ ଚିକିତ୍ସା ଚାଲିଛି। ମେଡ଼ିକାଲ୍‌ ଚେକ୍‌ଅପ୍‌ରେ ନାବାଳିକା ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଆଜି ପୀଡ଼ିତା ସାମାନ୍ୟ ସୁସ୍ଥ ହେବା ପରେ ଗ୍ରାମ ସାଥୀ ଶିବାଙ୍କ ନାଁ କହିଥିଲେ। ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଆଉ କିଛି କହିପାରୁ ନାହାନ୍ତି। ତେବେ ନାବାଳିକା ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ପୁଲିସ୍‌ ଅପେକ୍ଷା କରିଥିବା ଜଣାପଡ଼ିଛି। ସେପଟେ ଅଭିଯୋଗ ଆସିଥିବା ଗ୍ରାମ ସାଥୀ ଫେରାର ଥିବା ଜଣାପଡ଼ିଛି।

ରିପୋର୍ଟ- ବଣାଇରୁ ରଞ୍ଜୀତ ଚୌଧୁରୀ

Crime Love Sundargarh