Advertisment

ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍‌ କଲେ ପ୍ରେମିକ; ଝୁଲି ପଡ଼ିଲେ ପ୍ରେମିକା

ପରବର୍ତ୍ତୀ ସମୟରେ ଭାନୁ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ଅନୀଲ୍‌। ଆଉ ନିଜ ପାଖରେ ଥିବା ଭାନୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋଶାଲ୍‌ ମିଡିଆରେ ଭାଇରାଲ କରି ଦେଇଥିଲେ।

Suicide

Suicide

Advertisment

ସୋଶାଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍‌ କଲେ ପ୍ରେମିକ। ସମ୍ପର୍କୀୟା ମାଉସୀଙ୍କ ଘରେ ଝୁଲି ପଡ଼ିଲେ ପ୍ରେମିକା। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି।

Advertisment

ଭଦ୍ରେଶ୍ୱର ଥାନା ପୋଡ଼ାମରାଇ ଗାଁର ଭାନୁ(ଛଦ୍ମନାମ) ଗୌଡ଼ଗୋପ ଅନୀଲ ସେଠୀଙ୍କୁ ଭଲ ପାଉଥିଲେ। ଅନୀଲ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ଯେଉଁଥିପାଇଁ ଅନୀଲଙ୍କ ନିକଟତର ହୋଇଥିଲେ ଭାନୁ। ଆଉ ଏହାର ସୁଯୋଗ ନେଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ ଅନୀଲ୍‌। ଯାହାକୁ ନିଜ ମୋବାଇଲରେ ସାଇତି ରଖିଥିଲେ।

ପରବର୍ତ୍ତୀ ସମୟରେ ଭାନୁ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ଅନୀଲ୍‌। ଆଉ ନିଜ ପାଖରେ ଥିବା ଭାନୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋଶାଲ୍‌ ମିଡିଆରେ ଭାଇରାଲ କରି ଦେଇଥିଲେ। ସେହି ଫଟୋ ଘୁରି ଘୁରି ଆସି ତାଙ୍କ ପାଖରେ ପହଞ୍ଚିଥିଲା। ଯେଉଁ ଅପବାଦ ଓ ନିନ୍ଦା ସହିପାରିଲେ ନାହିଁ ଭାନୁ। ସେଥିପାଇଁ ନିଜ ସମ୍ପର୍କୀୟା ମାଉସୀଙ୍କ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଏ ନେଇ ଭଦ୍ରଶ୍ଵର ଥାନାରେ ପୀଡ଼ିତାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପ୍ରେମିକ ପ୍ରବର ଅନୀଲକୁ ଗିରଫ କରିଛି ପୁଲିସ୍‌।

ରିପୋର୍ଟ- ସାଲେପୁରରୁ ମନୋଜ ଆଚାର୍ଯ୍ୟ

Suicide Cuttack Lover Birds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe