Advertisment

୧୪ ବର୍ଷୀୟ ବନ୍ଧୁଙ୍କ ସହ ଅପ୍ରାକୃତିକ ସେକ୍ସ କଲେ, ଭିଡିଓ ମା’ଙ୍କ ପାଖକୁ ପଠାଇଲେ

ଗୋଟିଏ ଛୁରୀ ଦେଖାଇ ୩ ଜଣଙ୍କ ମଧ୍ୟରୁ ଜଣେ ନିଜର ଗୁପ୍ତାଙ୍ଗ ବାହାର କରି ପୀଡ଼ିତଙ୍କ ପାଟିରେ ଭର୍ତ୍ତି କରିଥିଲେ। ସେମାନେ ପୂରା ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ।

Delhi

Delhi

Advertisment

ନିଜର ୧୪ ବର୍ଷୀୟ ବନ୍ଧୁଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ୩ ଜଣ ପିଲା। ସେମାନେ ନିଜ ବନ୍ଧୁଙ୍କୁ ବଳ ପୂର୍ବକ ଜୋତା ଚଟାଇବା ସହ ତାଙ୍କ ସହ ଅପ୍ରାକୃତିକ ସେକ୍ସ କରିଛନ୍ତି। ଘଟଣା ବେଳର ଦୃଶ୍ୟକୁ ସେମାନେ କଏଦ କରିବା ସହ ଏହାର ଭିଡିଓକୁ ତାଙ୍କ ମା’ଙ୍କ ପାଖକୁ ମଧ୍ୟ ପଠାଇଛନ୍ତି।

Advertisment

ଦେଶର ରାଜଧାନୀ ଦିଲ୍ଲୀର ହାଉଜ ଖାସ ଅଞ୍ଚଳରେ ଏପରି ଘଟଣା ଘଟିଛି। ପୀଡ଼ିତ ଜଣଙ୍କ କନୌଟ ପ୍ଲେସରୁ ଖେଳି ଘରକୁ ଯାଉଥିବା ବେଳେ ଅଧା ବାଟରେ ତାଙ୍କର ୩ ଜଣ ସାଙ୍ଗ ଏପରି କାଣ୍ଡ ଘଟାଇଛନ୍ତି।

ପୁଲିସ୍‌ କହିଛି ଯେ ପୀଡ଼ିତ ଜଣଙ୍କ ସନ୍ଧ୍ୟା ପ୍ରାୟ ୬.୩୦ରେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କର ୩ ଜଣ ସାଙ୍ଗ(ବୟସ ୧୨ରୁ ୧୪ ବର୍ଷ) ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ତାଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ।

Advertisment

ସେଠାରେ ଗୋଟିଏ ଛୁରୀ ଦେଖାଇ ୩ ଜଣଙ୍କ ମଧ୍ୟରୁ ଜଣେ ନିଜର ଗୁପ୍ତାଙ୍ଗ ବାହାର କରି ପୀଡ଼ିତଙ୍କ ପାଟିରେ ଭର୍ତ୍ତି କରିଥିଲେ। ସେମାନେ ପୂରା ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ।

ଉକ୍ତ ଭିଡିଓକୁ ସେମାନେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହାପରେ ତାଙ୍କୁ ଛୁରୀ ଦେଖାଇ ଜୋତା ଚଟାଇଥିଲେ ଓ ଅପ୍ରାକୃତି ସେକ୍ସ କରିବାକୁ ବାଧ୍ୟ କରାଇଥିଲେ। ଖାଲି ସେତିକି ନୁହେଁ, ଘଟଣା ସମ୍ପର୍କରେ ଯଦି ସେ କାହାକୁ କିଛି କହିବେ, ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ଧମକ ଦେଇଥିଲେ। ଭୟରେ ପିଲାଟି କାହାକୁ କିଛି କହି ନଥିଲେ।

ତେବେ ୩ ଜଣଙ୍କ ମଧ୍ୟରୁ ଜଣେ ଘଟଣା ବେଳର ଭିଡିଓକୁ ପିଲାଟିର ମା’ଙ୍କୁ ପଠାଇ ଦେଇଥିଲେ। ମା’ ଭିଡିଓ ଦେଖିବା ପରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ପୀଡ଼ିତଙ୍କ ମେଡିକାଲ ଟେଷ୍ଟ କରାଇବା ସହ କାଉନସେଲିଂ କରିଥିଲା। ଏହାପରେ ପିଲାଟି ସବୁ କଥା ପୁଲିସ୍‌କୁ ଜଣାଇଥିଲେ। ଏହାକୁ ଆଧାର କରି ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe