ବ୍ରହ୍ମଗିରି: ମେଡିକାଲରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଆମ୍ବୁଲାନ୍ସ ପୋଡିଦେଲେ ଉତ୍ତ୍ୟକ୍ତ ଲୋକେ

ବ୍ରହ୍ମଗିରି: ବ୍ରହ୍ମଗିରିରେ ଚିକିତ୍ସା ଅବହେଳା ଅଭିଯୋଗରେ ଲୋକଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି । ବିଷ ପିଇ ରେବଣା ନୂଆଗାଁ ଡାକ୍ତରଖାନାକୁ ଆସିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଚିକିତ୍ସାରେ ଅବହେଳା କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ମେଡିକାଲ ଆମ୍ବୁଲାନ୍ସଟିକୁ ପୋଡି ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।