Advertisment

ବ୍ରହ୍ମପୁର: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବାୟା ଗୌଡ଼ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଅନ୍ତର୍ଗତ ବାରଧାଙ୍ଗଡ଼ା ଜଙ୍ଗଲରେ ପୋଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବାୟା ଗୌଡ଼ ଆହତ ହୋଇଛି। ତା’ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ନିକଟରୁ ଗୋଟିଏ ମାଉଜର ଓ ତିନିଟି ଗୁଳି ଜବତ କରାଯାଇଛି। ବାୟା ଗୌଡ଼ ନାଁରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଅନେକ ସଙ୍ଗୀନ ମାମଲା ରହିଛି। ତାକୁ ପୋଲିସ୍ ବହୁ ଦିନରୁ ଖୋଜୁଥିଲା। ବାରଧାଙ୍ଗଡ଼ା ଅଞ୍ଚଳରେ ସେ ଥିବା ନେଇ ପୋଲିସକୁ […]

ବ୍ରହ୍ମପୁର: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବାୟା ଗୌଡ଼ ଆହତ

baya-gouda

Advertisment

baya-goudaବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଅନ୍ତର୍ଗତ ବାରଧାଙ୍ଗଡ଼ା ଜଙ୍ଗଲରେ ପୋଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବାୟା ଗୌଡ଼ ଆହତ ହୋଇଛି। ତା’ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ନିକଟରୁ ଗୋଟିଏ ମାଉଜର ଓ ତିନିଟି ଗୁଳି ଜବତ କରାଯାଇଛି। ବାୟା ଗୌଡ଼ ନାଁରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଅନେକ ସଙ୍ଗୀନ ମାମଲା ରହିଛି। ତାକୁ ପୋଲିସ୍ ବହୁ ଦିନରୁ ଖୋଜୁଥିଲା। ବାରଧାଙ୍ଗଡ଼ା ଅଞ୍ଚଳରେ ସେ ଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଖବର ପାଇ ଗତକାଲି ମଧ୍ୟରାତ୍ରରେ ପୋଲିସ୍ ଚଢ଼ାଉ କରିଥିଲା। ତେବେ ବାୟା ଖସି ପଳାଇବାକୁ ଚେଷ୍ଟା କଲା ବେଳେ ପୋଲିସ୍ ଗୁଳି ଚଳାଇଥିଲା। ଗଞ୍ଜାମ ଏସପି କହିଛନ୍ତି ଯେ ବାୟା ଜିଲ୍ଲାର ମୋଷ୍ଟୱାଣ୍ଟେଡ୍ ତାଲିକାରେ ଥିଲା। ତାକୁ ଖୋଜା ଚାଲିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe