Advertisment

‘ମାନସିକ ଚାପରେ ଥିଲେ, ନିଜେ ନିଖୋଜ ହୋଇଥିଲେ ବ୍ରାଞ୍ଚ ମ୍ୟାନେଜର’

ମାନସିକ ଚାପରୁ ନିଜେ ନିଜ ଇଚ୍ଛାରେ ନିଖୋଜ ହୋଇଥିଲେ ବଡ଼ମ୍ବା କାନାଡା ବ୍ୟାଙ୍କ ମ୍ୟାନେଜର୍ ତପନ କୁମାର ସାହୁ। ବିଭିନ୍ନ କାରଣରୁ ସେ ଚାପଗ୍ରସ୍ତ ଥିବା ବେଳେ ମନ ହାଲକା କରିବାକୁ ନିଖୋଜ ହୋଇ ଯାଇଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Police & Bank Manager

Police & Bank Manager

ମାନସିକ ଚାପରୁ ନିଜେ ନିଜ ଇଚ୍ଛାରେ ନିଖୋଜ ହୋଇଥିଲେ ବଡ଼ମ୍ବା କାନାଡା ବ୍ୟାଙ୍କ ମ୍ୟାନେଜର୍ ତପନ କୁମାର ସାହୁ। ବିଭିନ୍ନ କାରଣରୁ ସେ ଚାପଗ୍ରସ୍ତ ଥିବା ବେଳେ ମନ ହାଲକା କରିବାକୁ ନିଖୋଜ ହୋଇ ଯାଇଥିଲେ। ଦୀର୍ଘ ୬୦ ଘଣ୍ଟା ପରେ ଗତକାଲି ଗଞ୍ଜାମ ଗିରିଶୋଲା ନିକଟରୁ ନିଖୋଜ ତପନ କୁମାର ସାହୁ ଠାବ ହେବା ପରେ ଏପରି ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଆଡିସନାଲ ଏସପି ଦେବଦତ୍ତ ବରାଳ ।

Advertisment

କଟକ ଗ୍ରାମାଞ୍ଚଳ ଆଡିସନାଲ ଏସପି ଦେବଦତ୍ତ ବରାଳ ଆଜି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ତପନ ସାହୁ ସୋମବାର ନିଜ ବ୍ରାଞ୍ଚକୁ ଆସିବା ବେଳେ କଳାପଥର ଓ ବୈଦେଶ୍ୱର ମଝିରୁ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇ ଯାଇଥିଲା। ତାଙ୍କ ପତ୍ନୀ ଓ ବ୍ରାଞ୍ଚ ପକ୍ଷରୁ ଅଭିଯୋଗ ହବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ SIT ଗଠିତ ହୋଇଥିଲା। ପଟନି ଛକଠାରେ ଶେଷ ଥର ପାଇଁ ତାଙ୍କୁ ସିସିଟିଭିରେ ଠାବ କରାଯାଇଥିବା ବେଳେ ଏହାପରେ ସେ ନିଛାଟିଆ ରାସ୍ତା ଦେଇ ବିଶାଖାପାଟଣା ଯାଇଥିଲେ। ତେଣୁ ତାଙ୍କୁ ଆଉ ସିସିଟିଭିରେ ଠାବ କରିବା ସମ୍ଭବ ହୋଇ ପାରି ନ ଥିଲା।

ଏହାପରେ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ଗତକାଲି ଗଞ୍ଜାମ ଓ ଆନ୍ଧ୍ର ବର୍ଡର ଗିରିଶୋଲା ନିକଟରୁ ତାଙ୍କୁ ଠାବ କରାଯାଇଥିଲା। ତାଙ୍କୁ ପ୍ରଥମେ ଗୋଳନ୍ଥରା ଥାନା ନିଆଯାଇଥିବା ବେଳେ ସେଠାରୁ ବାଙ୍କୀକୁ ଅଣାଯାଇଛି। ବାଙ୍କୀରେ ତାଙ୍କ ଷ୍ଟେଟମେଣ୍ଟ ରେକର୍ଡ କରାଯାଉଥିବା ବେଳେ ଏହାପରେ ତାଙ୍କୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଆଡିସନାଲ ଏସପି ।

Advertisment

ତପନ କୁମାର ସାହୁ ଗତ ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ଦୁଇ ଦିନ କାଳ ନିଖୋଜ ଥିବା ବେଳେ ଏହା ମଧ୍ୟରେ ସେ କୌଣସି ଅପରାଧର ଶିକାର ହୋଇ ନ ଥିବା ଆଡିସନାଲ ଏସପି ସୂଚନା ଦେଇଛନ୍ତି। ଏଥିସହ କହିଛନ୍ତି, ମାନସିକ ଚାପରେ ଥିବାରୁ ସେ ଏପରି ପଦକ୍ଷେପ ନେବା ସହ ନିଜେ ନିଖୋଜ ହୋଇ ଯାଇଥିଲେ। ଏଥିସହ ନିଜେ ହିଁ ନିଜ ମୋବାଇଲ ସୁଇଚ ଅଫ୍‌ କରି ଦେଇଥିଲେ । ତେବେ ପ୍ରକୃତରେ କ’ଣ ପାଇଁ ସେ ମାନସିକ ଚାପରେ ଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି।

ସୂଚନାଯୋଗ୍ୟ, ତପନ ବାଙ୍କୀ କଳାପଥରସ୍ଥିତ କାନାଡା ବ୍ୟାଙ୍କରୁ ବଡ଼ମ୍ବା ଶାଖାକୁ ଯିବା ବେଳେ ଗତ ସୋମବାରଠୁ ନିଖୋଜ ଥିଲେ। କଳାପଥର ବ୍ୟାଙ୍କ ଓ ତପନଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ତପନଙ୍କୁ ଠାବ କରିବାକୁ ପୁଲିସ ଉଦ୍ୟମ କରି ଆସୁଥିଲା। ତେବେ ତପନଙ୍କ ମୋବାଇଲ୍ ଟ୍ରାକିଂ କରିବା ସହ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରି ପୁଲିସ ଗତକାଲି ତପନଙ୍କୁ ଗିରିଶୋଲା ପାଖରୁ ଉଦ୍ଧାର କରିଛି। ତପନ ଆନ୍ଧ୍ରରୁ ଗିରିଶୋଲା ଆଡ଼କୁ ବାଇକରେ ଯାଉଥିଲା ବେଳେ ପୁଲିସ ତାଙ୍କୁ ଧରି ଗୋଳନ୍ଥରା ଥାନାକୁ ନେଇଥିଲା। ଏହାପରେ ତାଙ୍କୁ ବାଙ୍କୀ ପୁଲିସ୍‌କୁ ହସ୍ତାନ୍ତର କରାଯାଇଥିଲ। ।

Cuttack Police