Advertisment

ପତ୍ନୀ ଫଟୋ ପୋଷ୍ଟ କରିବାରୁ ଧରାପଡ଼ିଗଲେ ନିଶା ମାଫିଆ

ଦୁଇ ବର୍ଷ ହେଲା ଫେରାର ଥିବା ରୋନାଲ୍ଡଙ୍କୁ ଧରିବା ପାଇଁ ପୁଲିସ୍‌ ବେଶ କିଛି ଦିନ ହେବ ତାଙ୍କ ପତ୍ନୀ ଡେ ଲିମାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଉପରେ ନଜର ରଖିଥିଲା।

author-image
Hemant Lenka
Drug

Drug

ଦୀର୍ଘ ୨ ବର୍ଷ ହେଲା ପୁଲିସ୍‌କୁ ଚକମା ଦେଇ ଘୁରି ବୁଲୁଥିବା ବ୍ରାଜିଲର କୁଖ୍ୟାତ ନିଶା ମାଫିଆ ରୋନାଲ୍ଡ ଶେଷରେ ଧରା ପଡ଼ିଛି। ରୋନାଲ୍ଡଙ୍କୁ  ଧରାଦେଇଛି ତାଙ୍କ ପତ୍ନୀ ଆଣ୍ଡ୍ରେଜା ଡେ ଲିମା ସୋଶାଲ ମିଡିଆରେ ପୋଷ୍ଟ କରିଥିବା ଗୋଟିଏ ଫଟୋ।

Advertisment

ରୋନାଲ୍ଡ ସହ ଗୋଟିଏ ସମୁଦ୍ରକୂଳରେ ସେ ଗୋଟିଏ ଫଟୋ ଉଠାଇଥିଲା। ଏହାକୁ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହି ଫଟୋ ପୋଷ୍ଟ କରିବା ବେଳେ ତାଙ୍କ ଲାଇଭ ଲୋକେସନ ମଧ୍ୟ ସାର୍ବଜନୀନ ହୋଇଯାଇଥିଲା। ବାସ୍‌ ପୁଲିସ୍‌ ଏହାକୁ ଟ୍ରାକ୍‌ କରି ରୋନାଲ୍ଡଙ୍କ ପାଖରେ ପହଞ୍ଚି ଯାଇଥିଲା।

ଦୁଇ ବର୍ଷ ହେଲା ଫେରାର ଥିବା ରୋନାଲ୍ଡଙ୍କୁ ଧରିବା ପାଇଁ ପୁଲିସ୍‌ ବେଶ କିଛି ଦିନ ହେବ ତାଙ୍କ ପତ୍ନୀ ଡେ ଲିମାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଉପରେ ନଜର ରଖିଥିଲା।

Advertisment

ଏବେ ସେହି ସୋଶାଲ ମିଡିଆ ଆକାଉଣ୍ଟ ଜରିଆରେ ପୁଲିସ୍‌ ରୋନାଲ୍ଡଙ୍କୁ ଧରିବାକୁ ସକ୍ଷମ ହୋଇଛି। କାରଣ ସେ କରିଥିବା ଫଟୋ ଲୋକେସନ ସହ ଲ୍ୟାଣ୍ଡମାର୍କ ମଧ୍ୟ ରହିଥିଲା। ଏହାକୁ ଟ୍ରାକ୍‌ କରି ପୁଲିସ୍‌ ସେଠାରେ ପହଞ୍ଚି ଯାଇଥିଲା। ତାଙ୍କୁ ମଙ୍ଗଳବାର ପୁଲିସ୍‌ ଗିରଫ କରିଛି।

Police Brazil