/odisha-reporter/media/post_attachments/uploadimage/library/16_9/16_9_0/BRC_1709808154.jpg)
BRC
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବିଆରସି ମଧୁସୂଦନ ପଟେଲ। ଏକ ଏସ୍ଏଚ୍ଜିର ପ୍ରତିନିଧିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
Advertisment
ଏହି ଏସ୍ଏଚ୍ଜି କିଛି ପାଇଖାନା ତିଆରି କରିଥିଲା। ତା’ର ବିଲ୍ କରାଇ ଦେବା ପାଇଁ ବିଆର୍ସି ମଧୁସୂଦନ ପଟେଲ ଲାଞ୍ଚ ମାଗିଥିଲେ।
ଲାଞ୍ଚ ନେଇ ଧରାପଡ଼ିବା ପରେ ବିଆର୍ସି ମଧୁସୂଦନ ପଟେଲଙ୍କ ଦୁଇଟି ଠିକଣା ଉପରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।
Advertisment
ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
