Advertisment

୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଆରସି

ଲାଞ୍ଚ ନେଇ ଧରାପଡ଼ିବା ପରେ ବିଆର୍‌ସି ମଧୁସୂଦନ ପଟେଲଙ୍କ ଦୁଇଟି ଠିକଣା ଉପରେ ଚଢ଼ାଉ କରାଯାଇଥିଲା।

BRC

BRC

Advertisment

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବିଆରସି ମଧୁସୂଦନ ପଟେଲ। ଏକ ଏସ୍‌ଏଚ୍‌ଜିର ପ୍ରତିନିଧିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଏହି ଏସ୍‌ଏଚ୍‌ଜି କିଛି ପାଇଖାନା ତିଆରି କରିଥିଲା। ତା’ର ବିଲ୍ କରାଇ ଦେବା ପାଇଁ ବିଆର୍‌ସି ମଧୁସୂଦନ ପଟେଲ ଲାଞ୍ଚ ମାଗିଥିଲେ।

ଲାଞ୍ଚ ନେଇ ଧରାପଡ଼ିବା ପରେ ବିଆର୍‌ସି ମଧୁସୂଦନ ପଟେଲଙ୍କ ଦୁଇଟି ଠିକଣା ଉପରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।

Advertisment

ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe