Advertisment

ଯେତେବେଳେ ସୁଯୋଗ ପାଉଥିଲେ ମହିଳା କୁସ୍ତିଯୋଦ୍ଧାଙ୍କୁ ଦୁର୍ବ୍ୟବହାର କରୁଥିଲେ ବ୍ରିଜ ଭୂଷଣ: ପୁଲିସ

ଡବ୍ଲୁଏଫ୍ଆଇ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ପୁଲିସର ବଡ ଅଭିଯୋଗ। ସମସ୍ତ ଅଭିଯୋଗର ପ୍ରମାଣ ଅଛି କହିଲା ପୁଲିସ।

author-image
Debibandita Barick
Brij Bhushan Singh

Brij Bhushan Singh

ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ପୁଲିସର ବଡ ଅଭିଯୋଗ। ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ସବୁବେଳେ ଯୌନ ନିର୍ଯାତନା ଦେବାକୁ ସୁଯୋଗ ଖୋଜୁଥିଲେ,ଯେତେବେଳେ ସୁଯୋଗ ପାଉଥିଲେ ସେମାନଙ୍କୁ ନିର୍ଯାତିତ କରୁଥିଲେ ବୋଲି ଆଜି ଦିଲ୍ଲୀ ପୁଲିସ କୋର୍ଟରେ କହିଛି। ଏଥିସହ ପୁଲିସ ଆହୁରି କହିଛି, ଏହି ଅଭିଯୋଗକୁ ସତ ସାବ୍ୟସ୍ତ କରିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି।

Advertisment

6 ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜ ଭୂଷଣଙ୍କ ବିପକ୍ଷରେ କରିଥିବା ଯୌନ ଉତ୍ପୀଡନ ମାମଲାରେ ଚାର୍ଜସିଟ୍ ଦାଖଲ ହେବା ପରେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏ ଉପରେ ଶୁଣାଣି ହୋଇଥିଲା। ଦିଲ୍ଲୀ ପୁଲିସକୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟଙ୍କୁ କହିଛନ୍ତି ଯେ, "ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରିଜ୍ ଭୂଷଣ କଣ କରିଥିଲେ ତାଙ୍କୁ ବେଶ୍ ଭଲ ଭାବେ ଜଣା।"

ତାଜିକିସ୍ତାନର ଏକ ଏକ ଇଭେଣ୍ଟ ସମୟରେ ଜଣେ ମହିଳା କୁସ୍ତିଯୋଦ୍ଧଙ୍କୁ ଶରଣ ସିଂହ କୋଠରୀକୁ ଡାକି ଜବରଦସ୍ତ ଆଲିଙ୍ଗନ କରିଥିଲା। ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ ସେତେବେଳେ ବ୍ରିଜ ଭୂଷଣ ଜଣେ ବାପା ହିସାବରେ ଏପରି କରିଥିବା କହିଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସେ ତାଙ୍କ କାର୍ଯ୍ୟକଳାପ ବାବଦରେ ବେଶ୍ ଅବଗତ ଥିଲେ। ପୀଡିତା ଏ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କି ନାହିଁ ତାହା ପ୍ରଶ୍ନ ନୁହେଁ, କିନ୍ତୁ ତାଙ୍କ ସହ ଅନ୍ୟାୟ ହୋଇଛି ବୋଲି ପୁଲିସ ଅଦାଲତରେ ଯୁକ୍ତି କରିଛି।

Advertisment

ତାଜିକିସ୍ତାନରେ ଚାଲିଥିବା ଏସୀୟ ଚାମ୍ପିଅନସିପ୍ ସମୟରେ ଆଉ ଏକ ଘଟଣାକୁ ଅଦାଲତ ଆଗରେ ଉପସ୍ଥାପନ କରିଛି ପୁଲିସ। ଏହି ସମୟରେ ବ୍ରିଜ ଭୂଷଣ ଅନ୍ୟ ଜଣେ ମହିଳା କୁସ୍ତିଯୋଦ୍ଧାଙ୍କ ଡ୍ରେସକୁ ତାଙ୍କ ବିନା ଅନୁମତିରେ ଉପରକୁ କରିବା ସହ ତାଙ୍କ ପେଟରେ ଅନୁପଯୁକ୍ତ ଭାବେ ସ୍ପର୍ଷ କରିଥିବା ଅଭିଯୋଗ କରିଛନ୍ତି। ଏହିପରି ଶରଣ ସିଂହଙ୍କ ବିରୋଧରେ ତିନି ପ୍ରକାରର ପ୍ରମାଣ ଅଛି, ଯାହା ଚାର୍ଜ ଫ୍ରେମ କରିବା ପାଇଁ ଯଥେଷ୍ଟ ବୋଲି ପୁଲିସ କହିଛି। 

ଦୀର୍ଘଦିନ ଧରି ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ କରି ଧାରଣାରେ ବସିଥିଲେ। ସେମାନଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଥିଲେ। ଏହାପରେ ଜାତୀୟ ବକ୍ସିଂ କିମ୍ବଦନ୍ତୀ ଏମସି ମେରି କୋମଙ୍କ ନେତୃତ୍ୱରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଏକ ତଦାରଖ କମିଟି ଗଠନ କରି ଶରଣ ସିଂହଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯାଞ୍ଚ କରିଥିଲେ। ଆଜି ମାମଲା ଉପରେ ଶୁଣାଣି କରିବା ସହ ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର 7କୁ ଧାର୍ଯ୍ୟ କରିଛନ୍ତି ରାଉସ୍ ଆଭେନ୍ୟୁ କୋର୍ଟ। 

Delhi Police Wrestling Body Chief Brij Bhushan Singh Brij Bhushan Singh Harassed Wrestlers Wrestlers Strike