Advertisment

ସୁରକ୍ଷା ଦେବାକୁ କଥା ଦେଇଥିଲେ ଭାଇ... ହେଲେ ଜଙ୍ଗଲରେ କଲେ ଦୁଷ୍କର୍ମ!

ନଭେମ୍ୱର ୩ ତାରିଖରେ ଭଉଣୀ ନିକଟସ୍ଥ ଜଙ୍ଗଲକୁ ପତ୍ର ଗୋଟାଇବାକୁ ଯାଇଥିବା ପରେଶ ଜାଣିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ତାଙ୍କ ଶାଳୀ  ପଦୀଙ୍କୁ ଜଣାଇଥିଲେ।

ଅଦ୍ୟତନ ହୋଇଛି
Girl

Girl

Advertisment

ଶାଳୀ ସହିତ ଚୋରା ପୀରତି ରଖିଥିଲେ। ହେଲେ ଦୁର୍ଭାଗ୍ୟକୁ ଦେଖି ଦେଲେ ସାନ ଭଉଣୀ। ଏହି ବଦନାମରୁ ବାହାରିବା ପାଇଁ ଆହୁରି ବଡ଼ ପାପ କଲେ ବଡ଼ଭାଇ। ଯେଉଁ ହାତରେ ସାନ ଭଉଣୀକୁ ସୁରକ୍ଷା ଦେବାର କଥା ଦେଇଥିଲେ, ସେହି ହାତରେ ମଦ ନିଶାରେ ସାନ ଭଉଣୀକୁ ଧରି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ।

Advertisment

ଚକାପାଦ ଥାନା ଚାହାଳି ପଞ୍ଚାୟତ ଲିଆଗଡ଼ ଗାଁର ପରେଶ ଭୋଇ ତାଙ୍କ ଶାଳୀଙ୍କୁ ପ୍ରେମ କରୁଥିଲେ। ଏପରିକି ଶାଳୀ ପଦୀ(ଛଦ୍ମନାମ) ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଦିନେ କିନ୍ତୁ ବେଳା ଭଲ ନଥିଲା। ଶାଳୀ ସହିତ ଅନୈତିକ ସମ୍ପର୍କ ରଖିଲା ବେଳେ ଦେଖି ଦେଇଥିଲେ ତାଙ୍କ ସାନ ଭଉଣୀ। ଏହାକୁ ନେଇ ଅଡୁଆରେ ପଡ଼ିଯାଇଥିଲେ ପରେଶ ଓ ପଦୀ। ମନ ଭିତରେ ଘଟଣା ପ୍ରଘଟ ହୋଇଯିବା ଭୟ ସେମାନଙ୍କୁ ଘାରିଥିଲା। ସେଥିପାଇଁ ଉଭୟ ବିବ୍ରତ ହୋଇପଡ଼ିଥିଲେ। ତେଣୁ ଭଉଣୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଶାଳୀ ସହିତ ମିଶି ଷଡ଼ଯନ୍ତ୍ର କରିଥିଲେ ପରେଶ। 

ନଭେମ୍ୱର ୩ ତାରିଖରେ ଭଉଣୀ ନିକଟସ୍ଥ ଜଙ୍ଗଲକୁ ପତ୍ର ଗୋଟାଇବାକୁ ଯାଇଥିବା ପରେଶ ଜାଣିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ତାଙ୍କ ଶାଳୀ  ପଦୀଙ୍କୁ ଜଣାଇଥିଲେ। ତା’ପରେ ପରେଶ, ତାଙ୍କ ସାଙ୍ଗ ଟୁନା ଭୋଇ, ଚନ୍ଦ୍ରମଣି ଭୋଇ, ବିମଳା ନାୟକ, କନିଷ୍ଠ ଭୋଇ ଓ ଶାଳି ପଦୀ ଜଙ୍ଗଲକୁ ଯାଇଥିଲେ। ସାଙ୍ଗରେ ମଦ ନେଇ ଯାଇଥିଲେ। ଜଙ୍ଗଲ ଭିତରେ ସମସ୍ତେ ମିଶି ମଦ ପିଇଥିଲେ। ତା’ପରେ ଜଣେ ପରେ ଜଣେ ଯାଇ ପରେଶଙ୍କ ଭଉଣୀଙ୍କୁ ଦୁଷ୍କର୍ମ କରିଥିଲେ। ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିଲେ ମଧ୍ୟ ପରେଶ ମଦ ନିଶାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗଣ ଦୁଷ୍କର୍ମ କରିବା ପରେ ସେମାନେ ତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ଜଙ୍ଗଲ ଭିତରେ ଥିବା ପଥର ଖୋଲରେ ଫିଙ୍ଗି ଦେଇଥିଲେ।

Advertisment

ଭଉଣୀକୁ ହତ୍ୟା କରି ଫିଙ୍ଗି ଦେଇ ପରେଶ ତାଙ୍କ ସାଥୀମାନଙ୍କ ସହ ଘରକୁ ଫେରି ଆସିଥିଲେ। କିଛି ନଜାଣିଲା ଭଳି ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିଥିଲେ। ଦିନ ଯାଇ ସଞ୍ଜ ନଇଁଲା। ହେଲେ ଜଙ୍ଗଲକୁ ପତ୍ର ଗୋଟାଇବାକୁ ଯାଇଥିବା ଝିଅ ଘରକୁ ଫେରିଲେ ନାହିଁ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ବାପାମାଆ। ଦୁଇ ଦିନ ଧରି ଖୋଜିଥିଲେ। ବନ୍ଧୁ ବାନ୍ଧବଙ୍କୁ ପଚରାଉଚରା କରିଥିଲେ। କିନ୍ତୁ ଝିଅର ଖୋଜଖବର ପାଇନଥିଲେ।

ଝିଅର ପତ୍ତା ନପାଇ ଥାନାରେ ଅଭିଯୋଗ କରିବା ପାଇଁ ବଡ଼ପୁଅ ପରେଶଙ୍କୁ ପଠାଇଥିଲେ ବାପା। ଆଜ୍ଞାକାରୀ ପୁଅଟିଏ ପରି ନଭେମ୍ୱର ୬ ତାରିଖରେ ଭଉଣୀ ନିଖୋଜ ହୋଇଯାଇଥିବା ନେଇ ଚକାପାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରେଶ। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ। ଅଭିଯୋଗ କରିବାର ଦିନକ ପରେ ଅର୍ଥାତ ୭ ତାରିଖରେ ପୁଣି ଥାନାରେ ପହଞ୍ଚିଥିଲେ ପରେଶ। ଆଉ କହିଥିଲେ, କଟଡ଼ି ଜଙ୍ଗଲରେ ଏକ ପଥରଖୋଲ ମଧ୍ୟରେ ତାଙ୍କ ଭଉଣୀର ମୃତଦେହ ପଡ଼ିଛି।

ଏହାପରେ ଚକାପାଦ ଥାନା IIC ଲଳିତ ମୋହନ ସାଗର ଓ ସାଇଣ୍ଟିଫିକ୍‌ ଟିମ୍‌ ଜଙ୍ଗଲକୁ ଯାଇଥିଲେ। ସେଠାରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। କିଛି ଦିନ ତଳେ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ପରେଶଙ୍କ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା।

ଅନ୍ୟପଟେ ପରେଶ ଓ ତାଙ୍କ ଶାଳୀଙ୍କ ପ୍ରେମ ସମ୍ପର୍କରେ ଗାଁରେ ଟୁପୁରୁ ଟାପୁରୁ ହୋଇଥିଲା। ଏହା ପରେ ପୁଲିସ୍‌ ପରେଶର ସାଙ୍ଗ ଚକ୍ରମଣ ଭୋଇଙ୍କୁ ରାତି ଅଧିଆ ଉଠାଇ ନେଇଥିଲା। ତାଙ୍କୁ ୩ ଦିନ ଧରି ଥାନାରେ ଘନଘନ ଜେରା କରାଯାଇଥିଲା। 

ପୁଲିସ୍‌ ଜେରାରେ ଘାଇଲା ହୋଇଥିଲେ ଚକ୍ରମଣ ଭୋଇ। ଶେଷରେ ସବୁ ଦୋଷ ସ୍ୱୀକାର କରିଥିଲେ। ଆଉ କହିଥିଲେ, ଆମର କିଛି ଭୁଲ୍‌ନାହିଁ, ଆମକୁ ପରେଶ ଡାକି ନେଇଥିଲା। ତା’ପରେ ପୁଲିସ୍‌ ପରେଶ ଓ ତାଙ୍କ ଶାଳୀଙ୍କୁ ଥାନାକୁ ଡାକି ଜେରା କରିଥିଲା। ଜେରା ବେଳେ ଦୁଷ୍କର୍ମ ପରେ ହତ୍ୟା କରିଥିବା ପରେଶ ସ୍ୱୀକାର କରିଥିଲେ। ପରେଶର ବୟାନ ଆଧାରରେ ପୁଲିସ୍‌ ଟୁନା ଭୋଇ, ଚନ୍ଦ୍ରମଣି ଭୋଇ, ବିମଳା ନାୟକ, କନିଷ୍ଠ ଭୋଇ ଓ ଶାଳୀ ପଦୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Crime Gang Rape Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe