Advertisment

ପ୍ରେମ ବିବାହକୁ ମାସେ ପୂରିନି; ଶଳାକୁ ମାଡ଼ ମାରି ଡ୍ରେନ୍‌ରେ ପକାଇଦେଲା ଭିଣୋଇ

ନିର୍ଯାତନା ଅସହ୍ୟ ହେବାରୁ ଶିବାନୀ ବାପ ଘରକୁ ପଳାଇ ଯାଇଥିଲେ। ଯେଉଁଥିପାଇଁ ଶ୍ୱଶୁର ଘର ଲୋକଙ୍କ ସହିତ ଜୀବନଙ୍କର ତିକ୍ତତା ଲାଗି ରହିଥିଲା। ଜୁନ୍‌ ମାସରେ ଜୀବନ ଶ୍ୱଶୁର ଘରକୁ ଆସି ବଡ଼ ଶଳା କିଶୋର ନାୟକଙ୍କୁ ଆକ୍ରମଣ କରିଥିଲା।

Mohana

Mohana

Advertisment

ପ୍ରେମ ବିବାହକୁ ମାସେ ପୂରିନି। ଶଳା ମାଡ଼ ମାରି ଡ୍ରେନ୍‌ରେ ପକାଇଦେଲା ଭିଣୋଇ। ଏପରି ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ଭିଣୋଇକୁ ଅଟକ ରଖିଛି।

Advertisment

ବଡ଼ଖଣି ଗାଁର ଶିବାନୀ ନାୟକଙ୍କୁ ବିରିକୋଟ ଗାଁର ଜୀବନ ପାଣି ପ୍ରେମ ବିବାହ କରିଥିଲେ। ଗତ ମେ’ ମାସରେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା। ବିବାହ ପରେ ଜୀବନଙ୍କ ଘରେ ରହୁଥିଲେ ଶିବାନୀ। ବାହାଘରକୁ ମାସେ ପୂରିନି ଶିବାନୀଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା। ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଜୀବନ ତାଙ୍କୁ ଜୀବନ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ନିର୍ଯାତନା ଅସହ୍ୟ ହେବାରୁ ଶିବାନୀ ବାପ ଘରକୁ ପଳାଇ ଯାଇଥିଲେ। ଯେଉଁଥିପାଇଁ ଶ୍ୱଶୁର ଘର ଲୋକଙ୍କ ସହିତ ଜୀବନଙ୍କର ତିକ୍ତତା ଲାଗି ରହିଥିଲା। ଜୁନ୍‌ ମାସରେ ଜୀବନ ଶ୍ୱଶୁର ଘରକୁ ଆସି ବଡ଼ ଶଳା କିଶୋର ନାୟକଙ୍କୁ ଆକ୍ରମଣ କରିଥିଲା। ଫଳରେ କିଶୋର ଗୋଡ଼ ଭାଙ୍ଗି ଯାଇଥିଲା। ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରିଥିଲା।

Advertisment

ମାମଲା ରୁଜୁ ହେବା ପରେ ଜୀବନ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲା। ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ କରିବା ପାଇଁ ସୁଯୋଗ ଉଣ୍ଡୁଥିଲା। ଆଜି ଶିବାନୀଙ୍କ ସାନ ଭାଇ ଅମିତ ନାୟକ ଘରକୁ ଫେରୁଥିଲେ। ପୂର୍ବରୁ ସେହି ରାସ୍ତାରେ ଜଗି ରହିଥିବା ଜୀବନ ତାଙ୍କୁ ଆକ୍ରମଣ କରିଥିଲା। ପରେ ତାଙ୍କୁ ଡ୍ରେନକୁ ଫିଙ୍ଗି ଦେଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅମିତଙ୍କୁ ଡ୍ରେନ୍‌ରୁ ଉଦ୍ଧାର କରି ମୋହନା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ଅମିତଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ୍ ମାମଲା ରୁଜୁ କରି ଅଭଯୁକ୍ତ ଜୀବନକୁ ଅଟକ ରଖି ପଚରା ଉଚରା କରୁଛି।

ରିପୋର୍ଟ-ମୋହନାରୁ ମିହିର ଜତି

Crime Story Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe