Advertisment

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ; ଭାଇକୁ ହତ୍ୟା କରି ଜମିରେ ପୋତିଦେଲା ଭାଇ

ପୁଲିସ ଗତକାଲି ନଡ଼ଗୁଙ୍କ ମୃତଦେହକୁ ବିଲକୁ ଉଦ୍ଧାର କରିଛି।

murder

murder

Advertisment

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଜମି ପାଇଁ ଭାଇକୁ ହତ୍ୟା କରି ଜମିରେ ପୋତିଦେଲା ଭାଇ। ୧୧ ଦିନ ପରେ ମୃତଦେହ ଉଦ୍ଧାର କଲା ପୁଲିସ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ବୋବେଇ ଗାଁରୋ ମୃତ ବ୍ୟକ୍ତି ଜଣଙ୍କ ହେଲେ ନଡ଼ଗୁ ଗଣ୍ଡ। ପୁଲିସ ଏହି ଘଟଣାରେ ନଡ଼ଗୁର ଭାଇ ରହିଦାସ ଗଣ୍ଡ ସମେତ ୩ଜଣଙ୍କୁ ଗିରଫ କରିଛି।

Advertisment

ଗତ କିଛି ବର୍ଷ ତଳେ ନଡ଼ଗୁ ଓ ରହିଦାସଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ବାପାର ମୃତ୍ୟୁ ପରେ ଜମିଜମାକୁ ନେଇ ରହିଦାସ ଓ ନଡ଼ଗୁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଉଭୟଙ୍କ ମଧ୍ୟ ସବୁବେଳେ କଳି ଝଗଡ଼ା ହେଉଥିଲା। ଏଥିପାଇଁ ରହିଦାସ ନଡ଼ଗୁ ଉପରେ ରାଗ ରଖିଥିଲା ଓ ବାଟରୁ ହଟାଇଦେବା ପାଇଁ ଯୋଜନା କରିଥିଲା। ଏଥିପାଇଁ ସେ ପାଖ ପଡ଼ୋଶୀରେ ରହୁଥିବା ବିଭୀଷଣ ଓ ସନ୍ତୁରାମଙ୍କର ସାହାଯ୍ୟ ନେଇଥିଲେ।

ଗତ ୧୭ ତାରିଖ ଦିନ ନଡ଼ଗୁଙ୍କୁ ବିଭୀଷଣ ଓ ସନ୍ତୁରାମ ବିଲକୁ ଡାକି ନେଇଥିଲେ। ବିଲରେ ପୂର୍ବରୁ ରହିଦାସ ନଡ଼ଗୁଙ୍କୁ ହତ୍ୟା କରିବା ପାଇଁ ଜାଲ ବିଛାଇଥିଲା। ନଡ଼ଗୁ ବିଲରେ ପହଞ୍ଚିବା ପରେ ରହିଦାସ, ବିଭୀଷଣ ଓ ସନ୍ତୁରାମ କୋଦାଳରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ନଡ଼ଗୁଙ୍କର ମୃତ୍ୟୁ ଘଟିଥିଲା। ପରେ ନଡ଼ଗୁଙ୍କ ମୃତଦେହକୁ ପାଖ ଜମିରେ ପୋତି ଦେଇଥିଲେ। ପରେ ସମସ୍ତେ ଘରକୁ ପଳାଇ ଆସିଥିଲେ। ନଡ଼ଗୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଲରୁ ଘରକୁ ନ ଫେରି ବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନଡ଼ଗୁଙ୍କୁ ମଧ୍ୟ ଖୋଜାଖୋଜି କରିଥିଲା।

Advertisment

ହତ୍ୟାକାଣ୍ଡର କିଛି ଦିନପରେ କାହାକୁ ଯେପରି ସନ୍ଦେହ ନହେବ ରହିଦାସ, ବିଭୀଷଣ ଓ ସନ୍ତୁରାମ ସୋମବାର ଗାଁ ଛାଡ଼ି ହାଇଦ୍ରାବାଦ ଯିବାକୁ ବାହାରିଥିଲୋ। ଏମାନେ ହଠାତ୍ ଗାଁ ଛାଡ଼ି ଯିବା ନେଇ ଗ୍ରାମବାସୀଙ୍କର ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ପରେ ସେମାନଙ୍କୁ ନିସ୍ତୁକ ମାଡ଼ କରିଥିଲେ। ନିସ୍ତୁକ ମାଡ଼ ଖାଇବା ସେମାନେ ନଡ଼ଗୁଙ୍କୁ ହତ୍ୟା କରି ପୋତି ଦେଇଥିବା ଗ୍ରାମବାସୀଙ୍କୁ କହିଥିଲେ।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ନଡ଼ଗୁଙ୍କୁ ହତ୍ୟା କରି ସେମାନେ ଜମିରେ ପୋତି ଦେଇଥିବା କହିଥିଲେ। ପୁଲିସ ଗତକାଲି ନଡ଼ଗୁଙ୍କ ମୃତଦେହକୁ ବିଲକୁ ଉଦ୍ଧାର କରିଛି। ଏହା୩ ଜଣ ଗିରଫ କରି ଓ ଘଟଣାର ଖୋଳତାଡ କରୁଛି।

Odisha Police Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe