Advertisment

ଉତ୍ତରପ୍ରଦେଶ ବଦାଉନ ଡବଲ୍ ମର୍ଡର: ଆତ୍ମସମର୍ପଣ କଲା ଅଭିଯୁକ୍ତର ଭାଇ

ମଙ୍ଗଳବାର ସନ୍ଧ୍ୟାରେ ଗୋଟିଏ ପରିବରର ତିନି ଭାଇଙ୍କ ତଣ୍ଟି କଟିଥିଲା ଅଭିଯୁକ୍ତ।

Accused Sajid's brother Javed

Accused Sajid's brother Javed

Advertisment

ଉତ୍ତରପ୍ରଦେଶ ବଦାଉନ ଡବଲ୍ ମର୍ଡର ଘଟଣାର ଅଭିଯୁକ୍ତର ଭାଇ ମହମ୍ମଦ ଜାବେଦ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ପୂର୍ବରୁ ଜାବେଦର ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଘଟଣା ବାବଦରେ କିଛି ଜାଣିନଥିବା କହିଛନ୍ତି।  

Advertisment

ପୁଲିସ ଏନକାଉଣ୍ଟରରେ ମୃତ ଜାବେଦର ଭାଇ ସାଜିଦ, ବଦାଉନ ଜିଲ୍ଲାର ବାବା କୋଲୋନୀରେ ଏକ ସାଲୁନ ଚଲାଉଥିଲେ। ସେ ମଙ୍ଗଳବାର ସନ୍ଧ୍ୟାରେ, ବିନୋଦ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ ଏବଂ ଚା ପିଇବେ ବୋଲି କହିଥିଲେ। ବିନୋଦଙ୍କ ପତ୍ନୀ ଚା ତିଆରି କରୁଥିବା ସମୟରେ ତାଙ୍କର ତିନି ପୁଅଙ୍କ ତଣ୍ଟି କାଟି ଦେଇଥିଲେ ସାଜିଦ।

ଘଟଣାସ୍ଥଳରେ ଦୁଇ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ଆସିଥିବା ପୋଷ୍ଟମୋର୍ଟମ ରିପୋର୍ଟ ଅନୁସାରେ, ମୃତକଙ୍କ ଶରୀରକୁ ଏକାଧିକ ଥର ଛୁରୀରେ ଆଘାତ କରାଯାଇଛି।

Advertisment

ପ୍ରକାଶ ଥାଉ କି, ହତ୍ୟାକାଣ୍ଡ ପରେ ସାଜିଦକୁ କାବୁ କରିବା ସମୟରେ ସେ ପୁଲିସ ଉପରକୁ ଆକ୍ରମଣ କରିଥିଲା। ଫଳରେ ପୁଲିସ ଏନକାଉଣ୍ଟର କରିଥିଲା, ଯେଉଁଥିରେ ସାଜିଦର ମୃତ୍ୟୁ ଘଟିଛି। ଏହାପରେ ଗତକାଲି ପୁଲିସ ସାଜିଦ ଏବଂ ଜାବେଦର ବାପା ଓ ଦାଦାଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। 

ଅନ୍ୟପଟେ ପୁଲିସ ଜାବେଦକୁ ଖୋଜାଖୋଜି କରୁଥିବା ବେଳେ ସେ ଦିଲ୍ଲୀ ଫେରାର୍ ହୋଇଯାଇଥିଲା। ଗତକାଲି ସନ୍ଧ୍ୟାରେ କିଛି ସ୍ଥାନୀୟ ଲୋକ ତାଙ୍କୁ କାବୁ କରିଛନ୍ତି। ଏହି ସମୟରେ ଜାବେଦର ଏକ ଭିଡିଓ ଭାଇରାଲ୍ ହେଉଛି। ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିବା କହିଛନ୍ତି ଏବଂ ହତ୍ୟାକାଣ୍ଡ ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ସଫେଇ ଦେଇଛି। ବର୍ତ୍ତମାନ ପୁଲିସ ଜାବେଦକୁ ହେପାଜତକୁ ନେଇଛି। 

MURDER CASE UP Crime UP Double Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe