ରାଜ୍ୟରେ ଲଗାମଛଡ଼ା ବ୍ରାଉନସୁଗର ଓ ଗଞ୍ଜେଇ କାରବାର: ମନ୍ତ୍ରୀ ଦେଲେ ତଥ୍ୟ, ଜବତ ପରିମାଣ ୮ ଗୁଣ ବଢ଼ିଛି

୨୦୧୮-୧୯ ମସିହାରେ ରାଜ୍ୟରେ ୭୮୪୪.୬୮ କିଲୋଗ୍ରାମ ଗଞ୍ଜେଇ ଓ ୪.୫୭୧ କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା ।

Ganja PhotoOR

ଗତ ମେ’ ମାସରେ ଚିତ୍ରକୋଣ୍ଡା ଅଞ୍ଚଳରୁ ଜବତ ହୋଇଥିବା ଗଞ୍ଜେଇ (ଫାଇଲ ଫଟୋ)

Ordigital Desk
  • Published: Saturday, 30 September 2023
  • Updated: 30 September 2023, 07:25 PM IST

ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ସଂଗ୍ରହ କରିବାର ନିଶା ଏବେ ଓଡ଼ିଶାକୁ ଖୁବକମ୍ ଦିନରେ ନିଶାଡ଼ିଙ୍କ ଚରାଭୂଇଁ କରାଇବ । ପ୍ରତିବର୍ଷ ସ୍ୱତନ୍ତ୍ର ଅବକାରୀ ନୀତି ଆଣି ମଦ କାରବାରକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟ ସରକାରଙ୍କ ବେପରୁୱା ନୀତି ଯୋଗୁ ଓଡ଼ିଶାରେ ବ୍ରାଉନସୁଗର ଓ ଗଞ୍ଜେଇ କାରବାର ବେଲଗାମ ହେବାରେ ଲାଗିଛି । ବିଗତ ୫ବର୍ଷ ମଧ୍ୟରେ ଜବତ ବ୍ରାଉନସୁଗର ଓ ଗଞ୍ଜେଇ ପରିମାଣରେ ୮ଗୁଣ ବୃଦ୍ଧି ହୋଇଥିବାବେଳେ ଓଡ଼ିଶା କିଭଳି ଦ୍ରୁତ ଗତିରେ ନିଶା ମାଫିଆଙ୍କ କବଜାକୁ ଯାଉଛି ତା’ର ପ୍ରମାଣ ମିଳିଛି । ତେବେ ଉଭୟ ପୁଲିସ ଓ ଅବକାରୀ ବିଭାଗର ସୁରକ୍ଷାବଳୟକୁ ଭେଦ କରି ଏତେ ପରିମାଣର ବ୍ରାଉନସୁଗର କିଭଳି ରାଜ୍ୟ ଭିତରକୁ ଆସୁଛି ଓ କିଏ ଏସବୁକୁ ପ୍ରୋତ୍ସାହନ ଦେଉଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ରାଜ୍ୟ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଆଜି ବିଧାନସଭାରେ ଦେଇଥିବା ତଥ୍ୟ ହିଁ ଓଡ଼ିଶା ଏବେ ବ୍ରାଉନସୁଗର ଓ ଗଞ୍ଜେଇ ମାଫିଆଙ୍କ ନିମନ୍ତେ ଭୂସ୍ୱର୍ଗ ହୋଇଥିବା ଭଳି ପ୍ରତୀତ ହେଉଛି ।

ଅବକାରୀ ମନ୍ତ୍ରୀ ଶ୍ରୀ ପାତ୍ର ଲିଖିତ ଉତ୍ତରରେ ଦେଇଥିବା ତଥ୍ୟ ଅନୁସାରେ, ୨୦୧୮-୧୯ ମସିହାରେ ରାଜ୍ୟରେ ୭୮୪୪.୬୮ କିଲୋଗ୍ରାମ ଗଞ୍ଜେଇ ଓ ୪.୫୭୧ କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଏନଡିପିଏସ୍ ମାମଲାରେ ମୋଟ ୫୪୫ଟି କେସରେ ୫୭୯ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ୨୦୧୯-୨୦ ମସିହାରେ ରାଜ୍ୟରେ ମୋଟ ୮୫୨୬.୫୨କିଲୋଗ୍ରାମ ଗଞ୍ଜେଇ ଓ ୨.୯୬୩ କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ମୋଟ ୪୦୨ଟି ଏନଡିପିଏସ୍ ମାମଲାରେ ୪୪୦ଜଣଙ୍କୁ ଗିରଫ କରାଯାଇଥିଲା । ତେବେ କୋଭିଡ୍ ମହାମାରୀ ବର୍ଷରେ ୨୦୨୦-୨୧ ମସିହାରେ ମୋଟ ୧୭୦୨୧.୯୭ କିଲୋଗ୍ରାମ(୧୭୦କ୍ୱିଣ୍ଟାଲ) ଗଞ୍ଜେଇ ଓ ୩.୮୩୬ କିଲୋ ବ୍ରାଉନସୁଗର ଜବତ ହୋଇଥିଲା ଏବଂ ଏଥିପାଇଁ ୩୮୧ଟି ମାମଲା ରୁଜୁ ହୋଇ ୩୯୮ଜଣଙ୍କୁ ଗିରଫ କରାଯାଇଥିଲା ।

୨୦୨୧-୨୨ ମସିହାରେ ଜବତ ପରିମାଣ ଅଚାନକ ବୃଦ୍ଧି ପାଇଥିଲା । ୬୮୬ଟି ମାମଲାରେ ୭୬୯ଜଣଙ୍କୁ ଗିରଫ କରାଯାଇଥିଲା ତଥା ୩୦୧.୩୬ କ୍ୱିଣ୍ଟାଲ ଗଞ୍ଜେଇ ଏବଂ ୧୧.୬୬୨ କିଲୋଗ୍ରାମ ବ୍ରାଉନସୁଗର (ପୂର୍ବବର୍ଷଗୁଡ଼ିକର ରେକର୍ଡ ଭାଙ୍ଗି) ଜବତ ହୋଇଥିଲା । ୨୦୨୨-୨୩ ମସିହାରେ ମୋଟ ୪୧୩.୩୦କ୍ୱିଣ୍ଟାଲ ଗଞ୍ଜେଇ ଓ ୩୨.୫୧୨ କିଲୋ ବ୍ରାଉନସୁଗର ଜବତ ହୋଇଥିଲା । ମୋଟ ୧୯୪୯ଟି ମାମଲାରେ ୨୨୩୨ଜଣଙ୍କୁ ଗିରଫ ହୋଇଛି ।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟ ମାସ ଶେଷ ସୁଦ୍ଧା ମୋଟ ୨୧୯.୫୮କ୍ୱିଣ୍ଟାଲ ଗଞ୍ଜେଇ ଓ ୧୭.୬୨୮ କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ୮୩୫ଟି ମାମଲାରେ ୯୯୦ଜଣଙ୍କୁ ଗିରଫ କରାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶାକୁ ଏତେ ପରିମାଣର ବ୍ରାଉନସୁଗାର କିଭଳି ଆସୁଛି ଓ ଏହା ଉପରେ ଅଙ୍କୁଶ ଲଗାଇବାରେ ଉଭୟ ପୁଲିସ ଓ ଅବକାରୀ ବିଭାଗ କିଭଳି ସକ୍ଷମ ହେଉନାହାନ୍ତି । ବିଗତ ୩ବର୍ଷ ଧରି ଜବତ ହେଉଥିବା ବ୍ରାଉନସୁଗାର ପରିମାଣ ଦେଖିଲେ ରାଜ୍ୟର ପ୍ରାୟତଃ ଅଧିକାଂଶ ଜିଲ୍ଲା ନିଶାମାଫିଆଙ୍କ କବଜାକୁ ପଳାଇଥିବା ଭଳି ଜଣାପଡ଼ୁଛି । ଯଦି ରାଜ୍ୟକୁ ଅଧିକ ପରିମାଣର ବ୍ରାଉନସୁଗାର ଆମଦାନୀ ହେଉନଥାନ୍ତା ତା’ହେଲେ ସେଗୁଡ଼ିକ ଜବତ ମଧ୍ୟ ହୁଅନ୍ତା ନାହିଁ ।

Also Read

ବିଶେଷକରି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ ଆଦି ଉପକୂଳ ଜିଲ୍ଲାଗୁଡ଼ିକରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଛି । ଏସବୁ ଜିଲ୍ଲାଗୁଡ଼ିକର ଏହି ନିଶା କାରବାର ବୃଦ୍ଧି ହେଉଥିଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ଅବକାରୀ ବିଭାଗ କିମ୍ବା ପୁଲିସ ବିଭାଗ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି ।

ଅବଶ୍ୟ ମନ୍ତ୍ରୀ ଶ୍ରୀ ପାତ୍ର  କହିଛନ୍ତି ଯେ,ରାଜ୍ୟରେ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ବେଆଇନ ନିଶା କାରବାର ରୋକିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଲଟି ଡିସପ୍ଲିନାରୀ ସ୍କ୍ୱାର୍ଡ(ଏମଡିଏସ) ଗଠନ କରାଯାଇ ଅବକାରୀ ଚଢ଼ାଉ ଜାରି ରହିଛି । ରାଜ୍ୟ ବାହାରୁ ଯେପରି ଚୋରା ମାଦକଦ୍ରବ୍ୟ ନ ଆସିବ ସେଥିପ୍ରତି ଦୃଷ୍ଟି ଦିଆଯାଇ ରାଜ୍ୟର ସୀମାନ୍ତ ଅଂଚଳରେ ଜିଲ୍ଲା ଅବକାରୀ ସଂସ୍ଥା ଓ ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ସଂସ୍ଥା ଦ୍ୱାରା ତୀକ୍ଷ୍ଣ ନଜର ରଖାଯାଇ, ଧରପଗଡ଼କୁ ସଶକ୍ତ କରାଯାଉଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ସଂଗ୍ରହ କରିବା ନିଶା ଯୋଗୁ ୨୦୧୨ ମସିହାରେ ରାଜ୍ୟକୁ ମିଳିଥିବା ୧୩୭୯.୯୧କୋଟି ଟଙ୍କାର ରାଜସ୍ୱ ୨୦୨୨-୨୩ ଆର୍ଥିକ ବର୍ଷରେ ୩୬୮% ବୃଦ୍ଧି ପାଇ ମୋଟ ୬୪୫୫ କୋଟି ଟଙ୍କାରେ ପହଂଚିଛି । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଅବକାରୀ ରାଜସ୍ୱରୁ ସରକାର ପ୍ରାୟ ୭୮୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story