Advertisment

ବସ୍ତିରେ ପଶିଲା ପୁଲିସ୍‌; ୧୧୪ ପୁଡିଆ ବ୍ରାଉନ ସୁଗର ସହ ୪୦ କେଜି ଗଞ୍ଜେଇ ଜବତ

ମୀନାପଡା ସହ ଆଖପାଖ ଅଞ୍ଚଳରେ ଗଂଜେଇ ଓ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ପୁଲିସ୍‌ ବହୁ ପୂର୍ବରୁ ସୂଚନା ପାଇଥିଲା। ପୂର୍ବ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ସାଢେ ୫ବେଳେ ସଶସ୍ତ୍ର ପୋଲିସ୍ ଫୋର୍ସ ଚଢ଼ାଉ ଆରମ୍ଭ କରିଥିଲେ ।

author-image
Niharika Rout
Police Raid

Police Raid

ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଧୀନ ମୀନାପଡା ବସ୍ତି ଅଞ୍ଚଳରେ ଆଜି ସକାଳେ ଏକ ବଡ଼ ଧରଣର ଚଢ଼ାଉ ହୋଇଛି। ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ପାଇଁ ବହୁ ଘରେ ହୋଇଥିଲା ଏହି ରେଡ। ରେଡ ଚାଲିଥିବା ବେଳେ ୬ ଲକ୍ଷ ମୂଲ୍ୟର ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଓ ନଗଦ ୮୦ ହଜାର ଟଙ୍କା ଜବତ ହୋଇଛି। ଏହି ମାମଲାରେ ପୁଲିସ୍‌ ୪ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Advertisment

ଗତ କିଛି ବର୍ଷ ହେଲା ସହରର ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା।  ପୂର୍ବ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ସାଢେ ୫ବେଳେ ସଶସ୍ତ୍ର ପୋଲିସ୍ ଫୋର୍ସ ଚଢ଼ାଉ ଆରମ୍ଭ କରିଥିଲେ ।

ଏହି ଚଢ଼ାଉରେ ରାଉରକେଲାର ୧୮ ଇନ୍ସପେକ୍ଟର, ୪ ଡିଏସପି , ଜଣେ ଆଡିସନାଲ ଏସ୍‌ପି, ତିନି ଜୋନ୍ ଡିଏସପିଙ୍କ ସମେତ ୬ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସାମିଲ ହୋଇଥିଲେ। ସେମାନେ ଘର ପରେ ଘର ଉପରେ ଚଢ଼ାଉ କରି ଟିକିନିଖି ଛାନଭିନ କରିଥିଲେ। ଡଗ୍ ସ୍କ୍ୱାଡ୍ ଟିମ୍ ବି ଯାଞ୍ଚରେ ସାମିଲ ହୋଇଥିଲେ।

Advertisment

ଚଢ଼ାଉ ସମୟରେ ୪ ମହିଳାଙ୍କ ନିକଟରୁ ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌। ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ସେମାନେ କେଉଁଠୁ ନିଶା ଦ୍ରବ୍ୟ ଆଣୁଥିଲେ ଓ କେଉଁଠିକୁ ସପ୍ଲାଏ କରୁଥିଲେ ତାହାର ଖୋଳତାଡ଼ କରୁଛି ପୁଲିସ୍‌।

ଏଥିସହ ରାଉରକେଲା ସହରରୁ ନିଶା ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆଗକୁ ଏପରି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ଏସ୍‌ପି ନିତେଶ ୱାଧୱାନୀ ।

Rourkela Raid Brown Sugar Ganja