Advertisment

କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ

ଜାତୀୟ ରାଜପଥରେ ବ୍ରାଉନ ସୁଗର ବିକ୍ରି କରିବାକୁ ଅପେକ୍ଷା କରିଥିବା ବେଳେ କାବୁ କଲା ଏସ୍‌ଏଟିଏଫ୍‌ ।

author-image
Jitendra Garnayak
Accused

Accused

ପୁରୀ ଜିଲ୍ଲା ପିପିଲି ନିକଟରେ ଜାତୀୟ ରାଜପଥ ଉପରେ ବ୍ରାଉନ୍ ସୁଗାର ବିକ୍ରି ପାଇଁ ଅପେକ୍ଷା କରିଥିବା ଦୁଇ ଜଣ ଯୁବକଙ୍କୁ ମାଡ଼ି ବସିଲା ଏସ୍‌ଟିଏଫ୍‌। ସେମାନଙ୍କ ଠାରୁ ୧ କୋଟି ଟଙ୍କାର ବ୍ରାଉନ୍ ସୁଗର ଜବତ କରିବା ସହିତ ସେମାନଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌।

Advertisment

ଗିରଫ ଯୁବକ ଦ୍ୱୟ ହେଉଛନ୍ତି- ଲିପୁନ ପାଣ୍ଡେ ଓ ଶେଖ୍ ଆବାସ। ଶେଖ୍ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ସେମାନଙ୍କ ଫୋନ୍ ଓ ଗାଡ଼ି ଜବତ କରାଯାଇଛି।

ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ଜଣେ ସ୍ମଗଲରକୁ ବ୍ରାଉନ ସୁଗର ଦେବା ପାଇଁ ସେମାନେ ଅପେକ୍ଷା କରିଥିବା ବେଳେ ଏସ୍‌ଟିଏଫ୍ ସେମାନଙ୍କୁ ଧରିଥିଲା।

Advertisment
Brown Sugar STF