ନିଛାଟିଆ ସ୍ଥାନରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ ନିଶା ବେପାରୀ। ହେଲେ ଗ୍ରାହକ ଆସିବା ପୂର୍ବରୁ ପହଞ୍ଚିଗଲେ ଅବକାରୀ ବିଭାଗ ଅଧିକାରୀମାନେ। ତାଙ୍କଠାରୁ ଜବତ କଲେ ୧୧୦ ଗ୍ରାମ ବ୍ରାଉନସୁଗର। ଆଉ ତାଙ୍କୁ ଗିରଫ କଲେ। ଅନୁଗୋଳ ଜିଲ୍ଲା ନାଲକୋ ନଗର ଥାନା କୁକୁଡ଼ାଙ୍ଗ ଗାଁରେ ଘଟିଛି ଏହି ଘଟଣା।
ଗିରଫ ନିଶା ବେପାରୀଙ୍କ ନାଁ ସରୋଜ ପ୍ରଧାନ। ତାଙ୍କ ଘର ସେହି କୁକୁଡ଼ାଙ୍ଗ ଗାଁରେ।
Also Read
ଅନୁଗୋଳ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ କହିଛନ୍ତି, ଆମର ଏକ ମୋବାଇଲ ଟିମ୍ ଆଜି କୁକୁଡ଼ାଙ୍ଗ ଅଞ୍ଚଳରେ ଡ୍ୟୁଟି କରୁଥିବା ବେଳେ ଦିନ ପ୍ରାୟ ୧୧ଟା ବେଳେ ଖବର ପାଇଲେ ଯେ ଜଣେ ବ୍ୟକ୍ତି ବ୍ରାଉନସୁଗର ବିକ୍ରି କରିବା ପାଇଁ ଏକ ନିଛାଟିଆ ସ୍ଥାନରେ ଛିଡ଼ା ହୋଇଛନ୍ତି। ଖବର ପାଇବା ପରେ ଆମ କର୍ମଚାରୀମାନେ ଯାଇ ସେଠାରେ ପହଞ୍ଚିଥିଲେ। ସେମାନେ ସେହି ବ୍ୟକ୍ତିଙ୍କ ଠାରୁ ୧୧୦ ଗ୍ରାମର ବ୍ରାଉନସୁଗର ଜବତ କରିଥିଲେ। ଜବତ ବ୍ରାଉନସୁଗରର ମୂଲ୍ୟ ୧୧ ଲକ୍ଷ ଟଙ୍କା।
ଅବକାରୀ ଅଧୀକ୍ଷକ କହିଛନ୍ତି ଯେ ସରୋଜଙ୍କୁ ପଚରାଉଚରା କରାଯାଉଛି। ଘଟଣାର ଅଧିକ ତଦନ୍ତ କରାଯାଉଛି। ସେ ପୂର୍ବରୁ ବି ଏହି ବେପାର କରୁଥିଲେ ନା ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି
ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି ।

Crime
ଲଘୁ ଖଣିଜ ଚୋରି ପାଇଁ ବାଟ ଛାଡ଼ିଥିଲେ ଅଫିସର: ସିଏଜି
ତହସିଲଦାରମାନଙ୍କ ଅବହେଳାରୁ ଧର୍ମଶାଳା ଡଙ୍କାରୀ କଳାପଥର ଖଣିରୁ ଅନୁମତି ବାହାରେ 58.66 କୋଟି ଟଙ୍କାର ପଥର ଖୋଳି ନିଆଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ଏପର୍ଯ୍ୟନ୍ତ ଏହି ବକେୟା ଦେୟ ଆଦାୟ ହୋଇପାରିଲା ନାହିଁ।

Crime
ଝିଅର ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖି କେମିତି ଫସିଲେ ବାପା?
ଧୂର୍ତ୍ତ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାତ୍ରୀଙ୍କ ବାପାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ କରିଛନ୍ତି।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

Crime
କେଉଁ ଗୋଟିଏ ଭୁଲ ମୁସ୍କାନ ଓ ସାହିଲକୁ ମହଙ୍ଗା ପଡ଼ିଲା?
ସୌରଭଙ୍କୁ ହତ୍ୟା କରିବା ପରେ ଉଭୟ ଏହାକୁ ୧୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ।