Advertisment

ନିଛାଟିଆ ସ୍ଥାନରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ, ଧରାପଡ଼ିଗଲେ

ଅବକାରୀ ଅଧୀକ୍ଷକ କହିଛନ୍ତି ଯେ ସରୋଜଙ୍କୁ ପଚରାଉଚରା କରାଯାଉଛି। ଘଟଣାର ଅଧିକ ତଦନ୍ତ କରାଯାଉଛି।

ଅଦ୍ୟତନ ହୋଇଛି
Police

Police

Advertisment

ନିଛାଟିଆ ସ୍ଥାନରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ ନିଶା ବେପାରୀ। ହେଲେ ଗ୍ରାହକ ଆସିବା ପୂର୍ବରୁ ପହଞ୍ଚିଗଲେ ଅବକାରୀ ବିଭାଗ ଅଧିକାରୀମାନେ। ତାଙ୍କଠାରୁ ଜବତ କଲେ ୧୧୦ ଗ୍ରାମ ବ୍ରାଉନସୁଗର। ଆଉ ତାଙ୍କୁ ଗିରଫ କଲେ। ଅନୁଗୋଳ ଜିଲ୍ଲା ନାଲକୋ ନଗର ଥାନା କୁକୁଡ଼ାଙ୍ଗ ଗାଁରେ ଘଟିଛି ଏହି ଘଟଣା।

Advertisment

ଗିରଫ ନିଶା ବେପାରୀଙ୍କ ନାଁ ସରୋଜ ପ୍ରଧାନ। ତାଙ୍କ ଘର ସେହି କୁକୁଡ଼ାଙ୍ଗ ଗାଁରେ।

ଅନୁଗୋଳ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ କହିଛନ୍ତି, ଆମର ଏକ ମୋବାଇଲ ଟିମ୍ ଆଜି କୁକୁଡ଼ାଙ୍ଗ ଅଞ୍ଚଳରେ ଡ୍ୟୁଟି କରୁଥିବା ବେଳେ ଦିନ ପ୍ରାୟ ୧୧ଟା ବେଳେ ଖବର ପାଇଲେ ଯେ ଜଣେ ବ୍ୟକ୍ତି ବ୍ରାଉନସୁଗର ବିକ୍ରି କରିବା ପାଇଁ ଏକ ନିଛାଟିଆ ସ୍ଥାନରେ ଛିଡ଼ା ହୋଇଛନ୍ତି। ଖବର ପାଇବା ପରେ ଆମ କର୍ମଚାରୀମାନେ ଯାଇ ସେଠାରେ ପହଞ୍ଚିଥିଲେ। ସେମାନେ ସେହି ବ୍ୟକ୍ତିଙ୍କ ଠାରୁ ୧୧୦ ଗ୍ରାମର ବ୍ରାଉନସୁଗର ଜବତ କରିଥିଲେ। ଜବତ ବ୍ରାଉନସୁଗରର ମୂଲ୍ୟ ୧୧ ଲକ୍ଷ ଟଙ୍କା।

ଅବକାରୀ ଅଧୀକ୍ଷକ କହିଛନ୍ତି ଯେ ସରୋଜଙ୍କୁ ପଚରାଉଚରା କରାଯାଉଛି। ଘଟଣାର ଅଧିକ ତଦନ୍ତ କରାଯାଉଛି। ସେ ପୂର୍ବରୁ ବି ଏହି ବେପାର କରୁଥିଲେ ନା ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ।

Advertisment
Brown Sugar Excise Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe