/odisha-reporter/media/post_attachments/uploadimage/library/16_9/16_9_0/House_1684657805.jpg)
House
ରାଜଧାନୀ ଭୁବନେଶ୍ୱରରର ୟୁନିଟ ୮ ସ୍ଥିତ ଏକ ସରକାରୀ ଘରେ ନିଶା କାରବାର ଚାଲିଥିବା ବେଳେ ଏସ୍ଟିଏଫ୍ ସେଠାରେ ଚଢ଼ାଉ କରି ଏକ କେଜି ୧୦୭ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ଗିରଫ ଅଭିଯୁକ୍ତଙ୍କ ନାଁ ଚିତ୍ତରଞ୍ଜନ ସାହୁ ଓରଫ ମଧୁ। ତାଙ୍କ ଘର ଢେଙ୍କାନାଳ ସଦର ଥାନା ଅଞ୍ଚଳରେ। ସେ ଭୁବନେଶ୍ୱରର ୟୁନିଟ ୮ ସ୍ଥିତ ଏକ ସରକାରୀ ଘରେ ଭଡ଼ାରେ ରହୁଥିଲେ ବୋଲି ଜଣାପଡ଼ିଛି।
ଗୁଇନ୍ଦା ସୂଚନା ଆଧାରରେ ଶନିବାର ସନ୍ଧ୍ୟାରେ କମିଶନରେଟ ପୁଲିସ ସହାୟତାରେ ଏସ୍ଟିଏଫ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।
ନିଶା କାରବାରକୁ ରୋକିବାକୁ ଏସ୍ଟିଏଫ୍ ପକ୍ଷରୁ ୨୦୨୦ ମସିହାରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ୨୦୨୦ରୁ ଏଯାବତ ଏସ୍ଟିଏଫ୍ ୬୯ କେଜିରୁ ଅଧିକ ବ୍ରାଉନ ସୁଗର/ହେରୋଇନ, ୨୦୨ ଗ୍ରାମ କୋକେନ, ୧୧୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଗ୍ରାମ ଓପିଅମ ଜବତ କରିଛି। ଆଉ ଏହି ସମୟ ମଧ୍ୟରେ ୧୬୮ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏସ୍ଟିଏଫ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
