Advertisment

ଭୁବନେଶ୍ୱରରେ ସରକାରୀ ଘରେ ଚାଲିଥିଲା ନିଶା କାରବାର: କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ, ଜଣେ ଗିରଫ

ଗିରଫ ବ୍ୟକ୍ତିଙ୍କ ଘର ଢେଙ୍କାନାଳରେ ବୋଲି ଜଣାପଡ଼ିଛି।

House

House

Advertisment

ରାଜଧାନୀ ଭୁବନେଶ୍ୱରରର ୟୁନିଟ ୮ ସ୍ଥିତ ଏକ ସରକାରୀ ଘରେ ନିଶା କାରବାର ଚାଲିଥିବା ବେଳେ ଏସ୍‌ଟିଏଫ୍ ସେଠାରେ ଚଢ଼ାଉ କରି ଏକ କେଜି ୧୦୭ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

Advertisment

ଗିରଫ ଅଭିଯୁକ୍ତଙ୍କ ନାଁ ଚିତ୍ତରଞ୍ଜନ ସାହୁ ଓରଫ ମଧୁ। ତାଙ୍କ ଘର ଢେଙ୍କାନାଳ ସଦର ଥାନା ଅଞ୍ଚଳରେ। ସେ ଭୁବନେଶ୍ୱରର ୟୁନିଟ ୮ ସ୍ଥିତ ଏକ ସରକାରୀ ଘରେ ଭଡ଼ାରେ ରହୁଥିଲେ ବୋଲି ଜଣାପଡ଼ିଛି।

ଗୁଇନ୍ଦା ସୂଚନା ଆଧାରରେ ଶନିବାର ସନ୍ଧ୍ୟାରେ କମିଶନରେଟ ପୁଲିସ ସହାୟତାରେ ଏସ୍‌ଟିଏଫ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

Advertisment

ନିଶା କାରବାରକୁ ରୋକିବାକୁ ଏସ୍‌ଟିଏଫ୍ ପକ୍ଷରୁ ୨୦୨୦ ମସିହାରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ୨୦୨୦ରୁ ଏଯାବତ ଏସ୍‌ଟିଏଫ୍ ୬୯ କେଜିରୁ ଅଧିକ ବ୍ରାଉନ ସୁଗର/ହେରୋଇନ, ୨୦୨ ଗ୍ରାମ କୋକେନ, ୧୧୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଗ୍ରାମ ଓପିଅମ ଜବତ କରିଛି। ଆଉ ଏହି ସମୟ ମଧ୍ୟରେ ୧୬୮ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍।

Crime Brown Sugar Commissionerate Police STF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe