Advertisment

ଦଳିତ ନାବାଳକକୁ ପରିସ୍ରା ପିଆଇ ନିର୍ଧୁମ ପିଟିଲେ ଲୋକେ

ନାବାଳକକୁ ଶାରିରୀକ ନିର୍ଯାତନା ଦେବା ସହ ଜୋର ଜବରଦସ୍ତ ଆଇବ୍ରୋ ବାଳ କାଟି ଦେଇଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Brutal Assault On Dalit Teen

Brutal Assault On Dalit Teen

ଅତ୍ୟନ୍ତ ନିର୍ମମ ଆଉ ନୃଶଂସ। ଟପିଗଲେ ସବୁ ସୀମା। ଭୁଲିଗଲେ ମଣିଷ ପଣିଆ। ଦଳିତ ନାବାଳକଙ୍କୁ ନିର୍ଧୁମ ପିଟିଲେ। କେବଳ ସେତିକି ନୁହେଁ ତାଙ୍କୁ ପରିସ୍ରା ପାଇବାକୁ ମଧ୍ୟ ବାଧ୍ୟ କଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ।   

Advertisment

ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ ଜଣେ ଦଳିତ ନାବାଳକଙ୍କୁ ତାଙ୍କ ଗାଁର ଦୁଇ ଜଣ ବ୍ୟକ୍ତି ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ନାବାଳକକୁ ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଶାରିରୀକ ନିର୍ଯାତନା ଦେବା ସହ ଜୋର ଜବରଦସ୍ତ ଆଖି ପତାର ବାଳ କାଟି ଦେଇଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ଖବର ପାଇ ଜୌନପୁର ଏସପି ଅଜୟ ପାଲ ଶର୍ମା ତୁରନ୍ତ ନାବାଳକର ଡାକ୍ତରୀ ମାଇନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। 

Advertisment

ତଦନ୍ତ ଜାରି ରହିଥିବା ବେଳେ ନାବାଳକଟି ସେମାନଙ୍କ ପରିବାରର ଜଣେ ଝିଅକୁ ଯୌନ ନିର୍ଯାତନା ଦେଇଛି ବୋଲି ଅଭିଯୁକ୍ତ ପକ୍ଷମାନେ ଅଭିଯୋଗ ଆଣିଛନ୍ତି। ସେମାନେ ଆଇପିସିର ଧାରା ୩୫୪ ଅନୁଯାୟୀ ନାବାଳକ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି।

ପିଲାଟିର ବାପା ପ୍ରକାଶ କରିଛନ୍ତି ଯେ ଆକ୍ରମଣକାରୀମାନେ ତାଙ୍କୁ ଭୟଭୀତ କରି ଘଟଣା ବିଷୟରେ କର୍ତ୍ତୃପକ୍ଷଙ୍କୁ ନ ଜଣାଇବା ପାଇଁ ଚେଷ୍ଟା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଜାନଗଞ୍ଜ ପୁଲିସ ପ୍ରଥମେ ତାଙ୍କ ଅଭିଯୋଗକୁ ରୁଜୁ କରିବାକୁ ମନା କରିଦେଇଥିଲା। ପରେ ତାଙ୍କୁ ଜୌନପୁର ଏସପିଙ୍କୁ ମାମଲା ବଢାଇବାକୁ ବାଧ୍ୟ କରିଥିଲା।

Crime News Brutal Assault Dalit Teen