Advertisment

ଭୋଟ ପୂର୍ବରୁ ବିଏସଏଫ ଯବାନ ଓ ପୁଲିଂ ଟିମର କର୍ମଚାରୀଙ୍କୁ ଟାର୍ଗେଟ କଲେ ନକ୍ସଲ

ଛତିଶଗଡ଼ର କାଙ୍କେର ଠାରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ ବିଏସଏଫ କନଷ୍ଟେବଲ ଓ ୨ ଜଣ ପୁଲିଂ କର୍ମଚାରୀ ଆହତ ହୋଇଛନ୍ତି।

author-image
Hemant Lenka
BSF

BSF

ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। କିନ୍ତୁ ଭୋଟିଂର ଦିନକୁ ପୂର୍ବରୁ ସୁରକ୍ଷାକର୍ମୀ ଓ ପୁଲିଂ ଟିମକୁ ଟାର୍ଗେଟ କରିଛନ୍ତି ନକ୍ସଲ।

Advertisment

ଆଜି ଛତିଶଗଡ଼ର କାଙ୍କେର ଠାରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ ବିଏସଏଫ କନଷ୍ଟେବଲ ଓ ୨ ଜଣ ପୁଲିଂ କର୍ମଚାରୀ ଆହତ ହୋଇଛନ୍ତି।

ଆହତ ବିଏସଏଫ କନଷ୍ଟେବଲ ଜଣଙ୍କ ହେଲେ ପ୍ରକାଶ ଚାନ୍ଦ। ବିସ୍ଫୋରଣ ଯୋଗୁ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ଛୋଟେପେଥିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଦୁଇ ପୁଲିଂ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

Advertisment

ବିଏସ୍‌ଏଫ ଓ ଜିଲ୍ଲା ଫୋର୍ସ ମିଳିତ ଭାବେ ମାରବେଦା କ୍ୟାମ୍ପରୁ ରେଙ୍ଗାଘାଟି ରେଙ୍ଗାଗୁଣ୍ଡି ପୁଲିଂ ଷ୍ଟେସନକୁ ଯାଉଥିଲେ। ସେମାନଙ୍କ ସହ ୪ ଜଣ ପୁଲିଂ ଅଧିକାରୀ ମଧ୍ୟ ଥିଲେ।

ସେମାନେ ଅଧା ରାସ୍ତାରେ ଥିବା ବେଳେ ହଠାତ ବିସ୍ଫୋରଣ ହୋଇଛି। ଖବର ପାଇ ଅତିରିକ୍ତ ପୁଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Chhattisgarh BSF