Advertisment

IED ଜବତ, ଟାର୍ଗେଟରେ ଥିଲେ ବିଏସ୍‌ଏଫ୍‌ ଯବାନ

ବିଏସ୍‌ଏଫ୍‌ର ଡଗ୍‌ ସ୍କ୍ୱାଡ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ଏହି ବୋମାକୁ ଠାବ କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
IED

IED

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ ପଞ୍ଚାୟତର ଟକ୍ସିପଦର ଜଙ୍ଗଲରେ ବିଏସ୍‌ଏଫ୍ ଯବାନମାନେ କମ୍ବିଂ କରୁଥିବା ବେଳେ ଏକ IED ଜବତ କରିଥିଲେ। ବିଏସ୍‌ଏଫ୍‌ର ଡଗ୍‌ ସ୍କ୍ୱାଡ୍‌ ଓ ବୋମା ନିଷ୍କ୍ରିୟକାରୀ ଦଳ ଏହି ବୋମାକୁ ଠାବ କରିଥିଲେ। ପରେ ଏହାକୁ ବେଶ୍ ସତର୍କତାର ସହିତ ନିଷ୍କ୍ରିୟ କରାଯାଇଥିଲା।

Advertisment

ଏଥିରେ ଲାଗିଥିବା ସରଞ୍ଜାମ ମଧ୍ୟରେ ଥିଲା- ଏକ ଷ୍ଟିଲ୍‌ ଟିଫିନ, ୫୦ ଗ୍ରାମ ଜିଲୋଟିନ୍, ୬ ଭୋଲ୍‌ଟର ବ୍ୟାଟେରୀ, ଜରି ଟ୍ୟାପ୍‌ ଓ ୨୦ ମିଟର ବିଦ୍ୟୁତ୍ ତାର।

କମ୍ବିଂ ଅପରେସନରେ ନି୍ରୋଜିତ ବିଏସ୍‌ଏଫ ଯବାନମାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି IED ଖଞ୍ଜିଥିବା କୁହାଯାଉଛି।

Advertisment

ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ

Naxal IED Blast BSF