Advertisment

ଲୁଟ୍ ସମୟରେ ବି-ଟେକ୍ ଛାତ୍ରୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ଏନକାଉଣ୍ଟରରେ ସଫା

ଦିଲ୍ଲୀ-ଏନସିଆରର ବିଭିନ୍ନ ପୁଲିସ ଷ୍ଟେସନରେ ଜିତେନ୍ଦ୍ର ନାମରେ ଡକାୟତି ଏବଂ ଅପହରଣ ସମେତ ମୋଟ 12 ଟି ମାମଲା ରହିଛି।

author-image
Debibandita Barick
Representative Image

Representative Image

ଉତ୍ତର ପ୍ରଦେଶ ବି-ଟେକ ଛାତ୍ରୀ ମୃତ୍ୟୁ ମାମଲାର ଅଭିଯୁକ୍ତ ଏନକାଉଣ୍ଟରରେ ସଫା। ଆଜି ଗାଜିଆବାଦ ପୁଲିସ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି। ଅଭିଯୁକ୍ତ ଜଣକ ଗାଜିଆବାଦ ମସୁରୀର ଜିତେନ୍ଦ୍ର ଓରଫ୍ ଜିତୁ(28) ବୋଲି ଡଣାପଡିଛି।

Advertisment

ସୋମବାର ବିଳମ୍ବିତ ରାତି ପ୍ରାୟ 3ଟା ସମୟରେ ଗଙ୍ଗା ନଦୀ ରାସ୍ତାରେ ଯାଞ୍ଚ କରୁଥିଲା ପୁଲିସ। ଏହି ସମୟରେ ପୁଲିସ ଦୁଇ ଜଣଙ୍କୁ ସନ୍ଦେହ କରିଥିଲା। ସେମାନଙ୍କୁ ଧରିବାକୁ ପୁଲିସ ସଙ୍କେତ ଦେବା ମାତ୍ରେ ଖସିଯିବାକୁ ଚେଷ୍ଟା କରିଥିଲେ। ଫଳରେ ପୁଲିସ ସେମାନଙ୍କୁ ଗୋଡାଇଥିଲା। ଏହି ସମୟରେ ଜଣେ ସବ୍-ଇନସ୍ପେକ୍ଟର ଆହତ ହେବାରୁ ଅଭିଯୁକ୍ତମାନେ ପୁଲିସ୍ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ପୁଲିସ ମଧ୍ୟ ଅଭିଯୁକ୍ତମାନଙ୍କ ଉପରକୁ ପାଲଟା ଗୁଳିଚାଳନା କରିଥିଲା। ଏଥିରେ ଅନ୍ୟ ଅଭିଯୁକ୍ତମାନେ ଖସିଯାଇ ଥିବାବେଳେ ଜଣେ ଅଭିଯୁକ୍ତ ଗୋଡରେ ଗୁଳି ବାଜିଥିଲା। ପୁଲିସ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାର ମୃତ୍ୟୁ ଘଟିଛି। ମୃତ ଅଭିଯୁକ୍ତ ଜଣକ ରବିବାର ବିଟେକ୍ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଜଡିତ ଥିବା କହିଛନ୍ତି ଗାଜିଆବାଦ ଗ୍ରାମାଞ୍ଚଳ ଡିସିପି ବିବେକ ଯାଦବ। 

Advertisment

ଦିଲ୍ଲୀ-ଏନସିଆରର ବିଭିନ୍ନ ପୁଲିସ ଷ୍ଟେସନରେ ମଧ୍ୟ ଜିତେନ୍ଦ୍ର ନାମରେ ଡକାୟତି ଏବଂ ଅପହରଣ ସମେତ ମୋଟ 12 ଟି ମାମଲା ରହିଛି। 2020ରେ ତା' ଉପରେ ଏକ ଗ୍ୟାଙ୍ଗଷ୍ଟର ଆକ୍ଟ ଲାଗୁ କରାଯାଇଥିଲା।

ପୁଲିସ ସୂଚନାନୁସାରେ, ଗାଜିଆବାଦ ସ୍ଥିତ ଏବିଏଏସ୍ କଲେଜରେ ବି-ଟେକ୍ ପଢୁଥିଲେ କିର୍ତ୍ତୀ ସିଂ(19)। ଶୁକ୍ରବାର(ଅକ୍ଟୋବର 27)ରେ ସେ ତାଙ୍କ ବନ୍ଧୁ ଦିକ୍ଷା ଜିନ୍ଦଲଙ୍କ ସହ ଅଟୋ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏନଏଚ-9 ନିକଟରେ ବାଇକରେ ଆସି କିଛି ଦୁର୍ବୃତ୍ତ ତାଙ୍କଠାରୁ ଫୋନ୍ ଛଡାଇ ନେଇଥିଲେ। ଫଳରେ ତଳେ ପଡିଯାଇଥିଲେ କିର୍ତ୍ତୀ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ରବିବାର ଚିକିତ୍ସାଧୀନ ଅବସ୍ଥାରେ କିର୍ତ୍ତୀଙ୍କର ମୃତ୍ୟୁ ଘଟିଥିଲା। 

ଏହି ମାମଲାରେ ମଧ୍ୟ ପୁଲିସ ଜଣେ ଅଭିଯୁକ୍ତ ବଲବୀରକୁ ଗିରଫ କରିଥିଲା। ବଲବୀର ବି-ଟେକ୍ ଛାତ୍ରୀଙ୍କୁ ଲୁଟ୍ ସମୟରେ ମୃତ ଜିତେନ୍ଦ୍ର ସହ ବାଇକରେ ଥିବା ପୁଲିସ୍ କହିଛି।

Loot Crime Encounter BTech Student BTech Student Death BTech Student Snatching Accused