Advertisment

ଆଗକୁ ଗଡ଼ି ପାରିଲାନି ପ୍ରେମ ଗାଡ଼ି; ପ୍ରେମିକା ସାଜିଥିବା ମହିଳାଙ୍କୁ ଗୁଳି କରି ନିଜକୁ ଗୁଳି କରିଦେଲେ ଯୁବକ

ଜିମ୍‌ରେ ହୋଇଥିଲା ମନ ଦିଆନିଆ। ଇସାରା ଇସାରାରୁ ପ୍ରେମରେ ପଡ଼ିଗଲେ ଜଣେ ୨୩ ବର୍ଷୀୟ ଯୁବକ ସହ ଜଣେ ମହିଳା।

author-image
Niharika Rout
Lovers

Lovers

ଜିମ୍‌ରେ ହୋଇଥିଲା ମନ ଦିଆନିଆ। ଇସାରା ଇସାରାରୁ ପ୍ରେମରେ ପଡ଼ିଗଲେ ଜଣେ ୨୩ ବର୍ଷୀୟ ଯୁବକ ସହ ଜଣେ ମହିଳା। ମହିଳାଙ୍କର ହସଖୁସିର ସଂସାର ଥିବା ବେଳେ ୩ ଛୁଆଙ୍କର ସେ ମା’ ମଧ୍ୟ ଥିଲେ। ତେଣୁ ଅଧିକ ଦିନ ଗଡ଼ି ପାରିଲାନି ପ୍ରେମ ଗାଡ଼ି। ଏଥିରେ ରାଗି ପାଚି ହିତାହିତ ଜ୍ଞାନ ହରାଇ ବସିଥିବା ପ୍ରେମିଜଣକ ଘଟାଇଲେ ବୀଭତ୍ସ କାଣ୍ଡ। ଯାହା ପ୍ରେମରେ ପାଗଳ ହୋଇଥିଲେ ତା ମୁଣ୍ଡକୁ ଗୁଳି କରିବା ସହ ନିଜକୁ ବି ଗୁଳି କରି ଦେଇଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାମୀ ଜଣେ ପ୍ରପଟି ଡିଲର। ଘରେ ତାଙ୍କର ୩ ଛୁଆ । ମହିଳାଜଣକ ନିୟମିତ ଜିମ୍‌ ଯାଉଥିବା ବେଳେ ସେଠାରେ ତାଙ୍କର ଉକ୍ତ ଯୁବକଙ୍କ ସହ ଦେଖା ହୋଇଥିଲା। ସମୟ ଗଡ଼ିବା ସହ ଉଭୟଙ୍କ ପ୍ରେମ ବି ବଢ଼ିବାକୁ ଲାଗିଲା। ଉଭୟ ପରସ୍ପରର ପ୍ରେମରେ କିଛି ଦିନ ମସଗୁଲ ହୋଇଥିଲେ ବି ମହିଳାଜଣକ ନିଜ ପରିବାରକୁ ଛାଡ଼ିବାକୁ ରାଜି ନ ଥିଲେ।

ଏଥିରେ ଉତ୍ତ୍ୟକ୍ତ ଯୁବକଜଣକ ଗତକାଲି ଚାଲି ଚାଲି ମହିଳାଙ୍କ ଘରକୁ ଯାଇଥିଲେ। ଏହାପରେ ଅଚାନକ ସେ ପକେଟ୍‌ରୁ ଏକ ବନ୍ଧୁକ ବାହାର କରି ମହିଳାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରିଥିଲେ। ଏହାପରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।

Advertisment

ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଦେଖି ଯୁବକଙ୍କୁ ଚିହ୍ନଟ କରିଥିଲା। ଏହାପରେ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କ ଘରେ ପହଞ୍ଚିବା ବେଳକୁ ଚଟାଣରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲା। ଯୁବକଙ୍କ ଶରୀରରେ ଗୁଳି ବାଜିଥିବା ବେଳେ ହାତରେ ବନ୍ଧୁକ ଥିଲା। ତେଣୁ ଯୁବକଜଣକ ନିଜେ ହିଁ ନିଜକୁ ଗୁଳି କରି ଜୀବନ ହାରିଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ପୁଲିସ୍‌ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Murder Suicide Delhi Deadbody Firing