Advertisment

ସମ୍ବଲପୁରରେ ସୁନା ଦୋକାନରେ ଫୁଟିଲା ଗୁଳି

ମୋଟ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଦୋକାନ ଭିତରକୁ ପ୍ରବେଶ କରିଥିଲେ।

author-image
Jitendra Garnayak
Jewellary Shop

Jewellary Shop

ସମ୍ବଲପୁରର ଧନୁପାଲି ଛକରେ ଥିବା ଏକ ଗହଣା ଦୋକାନରେ ଆଜି ଫୁଟିଛି ଗୁଳି। ଲୁଟ୍ ଉଦ୍ଦେଶ୍ୟରେ ୬ ଜଣ ଦୁର୍ବୃତ୍ତ ଆସିଥିବା ବେଳେ ସେମାନଙ୍କ ଗୁଳିମାଡ଼ରେ ଦୋକାନ ମାଲିକ ଆହତ ହୋଇଛନ୍ତି। ତାଙ୍କ ନାଁ ସୁଜିତ ସ୍ୱର୍ଣ୍ଣକାର।

Advertisment

ଆଜି ଦିନ ଦ୍ୱିପ୍ରହରରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ମୋଟ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଦୋକାନ ଭିତରକୁ ପ୍ରବେଶ କରିଥିଲେ। ହେଲେ ଲୁଟ୍ କରି ପାରି ନଥିଲେ। ସେମାନଙ୍କ ଗୁଳିରେ ଦୋକାନ ମାଲିକ ସୁଜିତ ସ୍ୱର୍ଣ୍ଣକାର ଆହତ ହୋଇଛନ୍ତି। ତାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବଲପୁର ଅତିରିକ୍ତ ଏସ୍‌ପିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଘଟିବା ବେଳେ ଦୋକାନ ଭିତରେ ଲାଗିଥିଲା ସିସିଟିଭି କାମ କରୁ ନଥିଲା। କାରଣ ନିଜେ ଦୋକାନ ମାଲିକ ଏହାକୁ ଅନ୍‌ପ୍ଳକ୍ କରି ଦେଇଥିଲେ। ତେଣୁ ଦୁର୍ବୃତ୍ତଙ୍କ ସଂପର୍କରେ ଜାଣିବା ପାଇଁ ବାହାରେ ଲାଗିଥିବା ଅନ୍ୟ ସିସିଟିଭିଗୁଡ଼ିକୁ ଯାଞ୍ଚ ପରିସରକୁ ନିଆଯିବ।

Advertisment

ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ସହାୟତାରେ ଘଟଣାସ୍ଥଳର ଯାଞ୍ଚ କରିଛି। ଗହଣା ଦୋକାନର କର୍ମଚାରୀମାନଙ୍କୁ ପଚରାଉଚରା କରିଛି। ଏହା ସହିତ ପୁଲିସ୍ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପ୍ରୟାସ କରୁଛି।