Advertisment

କ୍ଷମତାଶାଳୀ ବାପାର ଜହ୍ଲାଦ ପୁଅ; ପ୍ରେମିକା ଉପରେ ଚଢ଼ାଇ ଦେଲା କାର୍‌

ଯୁବତୀଜଣକ ଏବେ ହସ୍ପିଟାଲ ବେଡରେ ଛଟପଟ ହେଉଥିବା ବେଳେ ପୁଲିସ୍‌ କିନ୍ତୁ ଅଭିଯୁକ୍ତକୁ ଗିରଫ କରିବାକୁ ସାହସ ଜୁଟାଇ ପାରୁନି।

author-image
Niharika Rout
couple

couple

ଟଙ୍କା ଓ କ୍ଷମତା କରି ଦେଲା ଅନ୍ଧ । ନିଜ ବାପାଙ୍କ କ୍ଷମତାରେ ବଳିୟାନ ପୁଅ ଚଳାଇଲେ ଦବଙ୍ଗଗିରି । ଖୁଲମଖୁଲା ଯୁବକଜଣକ ନିଜ ପ୍ରେମିକାକୁ ନିର୍ମମ ଭାବେ ପିଟିବା ସହ ହତ୍ୟା ଉଦ୍ୟମ କରିବାକୁ ପଛାଇଲା ନାହିଁ। ଯୁବତୀଜଣକ ଏବେ ହସ୍ପିଟାଲ ବେଡରେ ଛଟପଟ ହେଉଥିବା ବେଳେ ପୁଲିସ୍‌ କିନ୍ତୁ ଅଭିଯୁକ୍ତକୁ ଗିରଫ କରିବାକୁ ସାହସ ଜୁଟାଇ ପାରୁନି। ତେବେ ଯୁବତୀଜଣକ ଏନେଇ ନିଜ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ପୁଲିସ୍‌। ଏପରି ଏକ ଘଟଣା ମୁମ୍ବାଇ ପରି ମେଟ୍ରୋ ସିଟିରେ ଘଟିଛି।

Advertisment

ଅଭିଯୁକ୍ତଜଣକ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ରାଜପଥ ଉନ୍ନତିକରଣ କର୍ପୋରେସନ (MSRDC)ର ଏମ୍‌ଡି ଅନୀଲ କୁମାର ଗାଏକୱାଡଙ୍କ ପୁଅ ଅଶ୍ୱଜିତ ଗାଏକୱାଡ । ସେ ନିଜ ପ୍ରେମିକା ପ୍ରିୟା ସିଂଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଶ୍ୱଜିତ ଓ ପ୍ରିୟାଙ୍କ ସମ୍ପର୍କ ୪ ବର୍ଷ ପୁରୁଣା। ଅଶ୍ୱଜିତ ବିବାହିତ ଜାଣି ବି ପ୍ରିୟା ତାଙ୍କ ସହ ସମ୍ପର୍କ ରଖିଥିଲେ।

ପ୍ରିୟା ଇନଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରି ପୋଷ୍ଟ କରି ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି। ଏନେଇ ସେ ଲେଖିଛନ୍ତି, ନିଜ ପ୍ରେମିକଙ୍କ ଫୋନ୍‌ ପାଇ ତାଙ୍କୁ ଦେଖା କରିବାକୁ ଗତ ୧୧ ତାରିଖ ରାତିରେ ସେ ଏକ ହୋଟେଲକୁ ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ ନିଜ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ। ଏହା ଦେଖି ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇ ଅଶ୍ୱଜିତଙ୍କ ସମେତ ତାଙ୍କ ୩ ସାଙ୍ଗ ପ୍ରିୟାଙ୍କୁ ପ୍ରବଳ ମାରପିଟ କରିଥିଲେ। ଜୀବନ ବିକଳରେ ସେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏହାଦେଖି ତାଙ୍କୁ ଗାଡ଼ି ଚକା ତଳେ ଚାପି ଦେବାକୁ ଅଶ୍ୱଜିତ ନିଜ ଡ୍ରାଇଭରଙ୍କୁ କହିଥିଲେ। ଏହାପରେ ଡ୍ରାଇଭର କାର୍‌ ଚଢ଼ାଇଦେବାରୁ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ ପ୍ରିୟା। ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ସେ ଉଲ୍ଲେଖ କରିଛନ୍ତି।

ଏହି ଆକ୍ରମଣରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଚୋଟ ଲାଗିଛି। ହସ୍ପିଟାଲ ବେଡରେ ସେ ଏବେ ଅକଥନୀୟ ଯନ୍ତ୍ରଣା ପାଉଥିବା ବେଳେ ପୁଲିସ୍‌ ବି ତାଙ୍କ ଗୁହାରି ଶୁଣୁନି ବୋଲି କହିଛନ୍ତି ପ୍ରିୟା।

ଏପରିକି ଏହି ଘଟଣା ନେଇ ପ୍ରିୟା ନିକଟସ୍ଥ ଥାନାରେ ମାମଲା ରୁଜୁ କରିଥିବା ବେଳେ ପୁଲିସ୍‌ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ତେବେ ଏନେଇ ପ୍ରିୟା ସୋଶାଲ ମିଡିଆରେ ପ୍ରିୟା ପୋଷ୍ଟ କରିବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ପୁଲିସ୍‌। ପୁଲିସ୍‌ ଏହି ଘଟଣାର ସମସ୍ତ ଅଭିଯୁକ୍ତ ଅଶ୍ୱଜିତଙ୍କ ସମେତ ତାଙ୍କ ୩ ସାଙ୍ଗ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାଯାଇଛି।

ଏହି ମାମଲାରେ ପଚରାଉଚରା ଚାଲିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

Mumbai Love Betrayal