Advertisment

ଚୋରି କରିବାକୁ ଆସି ଶୋଇପଡ଼ିଲା ଚୋର, ଆଉ ତା’ପରେ..

ଚୋର ଜଣଙ୍କ ବିଳମ୍ବିତ ରାତିରେ ଜଣଙ୍କ ଘରେ ପଶିଥିଲା। କିନ୍ତୁ ଘରର ଲୋକମାନେ ଶୋଇ ନଥିବାରୁ ସେ ସାମାନ୍ୟ ଡରି ଯାଇଥିଲା।

author-image
Hemant Lenka
China

China

ସାମ୍ନାକୁ ଆସିଛି ଗୋଟିଏ ଅଜବ ଚୋରର ଗଜବ କାରନାମା। ନିଜର ବେପରୁଆ ଅନ୍ଦାଜ ପାଇଁ ଚୋରି କରିବାକୁ ଆସି ଧରାପଡ଼ିଛି ଚୋର। ଜଣଙ୍କ ଘରେ ଚୋରି କରୁଥିବା ବେଳେ ଚୋର ହଠାତ୍‌ ଶୋଇପଡ଼ିଥିଲା। ଏହାପରେ ସେ ପ୍ରବଳ ଜୋରରେ ଘୁଙ୍ଘୁଡ଼ି ମାରିଥିଲା। ଘୁଙ୍ଘୁଡ଼ି ଶୁଣି ନିଘୋଡ଼ ନିଦରେ ଶୋଇଥିବା ଘରର ମାଲିକ ଉଠି ଯାଇଥିଲେ ଓ ଚୋରକୁ ଧରିବାକୁ ସକ୍ଷମ ହୋଇଥିଲେ।

Advertisment

ଦକ୍ଷିଣ ଚାଇନାର ୟୁନ୍ନାନ ପ୍ରଦେଶର ଏପରି ଘଟଣା ଘଟିଛି। ଚୋର ଜଣଙ୍କ ବିଳମ୍ବିତ ରାତିରେ ଜଣଙ୍କ ଘରେ ପଶିଥିଲା। କିନ୍ତୁ ଘରର ଲୋକମାନେ ଶୋଇ ନଥିବାରୁ ସେ ସାମାନ୍ୟ ଡରି ଯାଇଥିଲା। ସମସ୍ତେ ଶୋଇବା ପରେ ସେ ଚୋରି କରିବ ବୋଲି ଚିନ୍ତା କରି ଗୋଟିଏ ରୁମରେ ଅପେକ୍ଷା କରି ରହିଥିଲା। ଏହି ସମୟରେ ସେ ଗୋଟିଏ ସିଗାର ଟାଣିଥିଲା। ଅପେକ୍ଷା କରୁ କରୁ ଚୋରଟି ସେହି ସ୍ଥାନରେ ହିଁ ଶୋଇ ପଡ଼ିଥିଲା।

ଘରର ମାଲିକ ତାଙ୍ଗ ତାଙ୍କର ଛୋଟ ପିଲାକୁ ଧରି ଶୋଇବାକୁ ଚାଲି ଯାଇଥିଲେ। କିନ୍ତୁ ସେ ନିଘୋଡ଼ ନିଦରେ ଶୋଇଥିବା ବେଳେ ତାଙ୍କୁ ଘୁଙ୍ଘୁଡ଼ିର ଶବ୍ଦ ଶୁଣା ଯାଇଥିଲା।

Advertisment

ପ୍ରଥମେ ସେ ଏହାକୁ ଧ୍ୟାନ ଦେଇ ନଥିଲେ। ପଡ଼ୋଶୀ ଘରୁ ଏପରି ଶବ୍ଦ ଆସୁଥିବା ଭାବିଥିଲେ। କିନ୍ତୁ ପ୍ରାୟ ୪୦ ମିନିଟ ପରେ ସେ ରୁମରୁ ବାହାରି ତାଙ୍କ ପିଲାର କ୍ଷୀର ବୋତଲ ଧୋଉଥିବା ବେଳେ ଘୁଙ୍ଘୁଡ଼ି ଶବ୍ଦ ତାଙ୍କୁ ଜୋରରେ ଶୁଭିଥିଲା।

ସେ ଟିକିଏ ଏହାକୁ କାନେଇବା ପରେ ତାଙ୍କ ଘରର ଗୋଟିଏ ରୁମ ଭିତରୁ ଘୁଙ୍ଘୁଡ଼ି ଶବ୍ଦ ଆସୁଥିବା ଜାଣିବାକୁ ପାଇଥିଲେ। ସେ ଧୀରେଧୀରେ ରୁମ ପାଖକୁ ଯାଇଥିଲେ। ଏହି ସମୟରେ ସେ ଦେଖିବାକୁ ପାଇଥିଲେ ଯେ ୟାଙ୍ଗ ନାମକ ଚୋରଟି ରୁମର ଚଟାଣରେ ବେଶ ଆରାମରେ ଶୋଇଛନ୍ତି।

ତାଙ୍ଗ ତୁରନ୍ତ ଏ ସମ୍ପର୍କରେ ତାଙ୍କ ପରିବାର ଲୋକ ଓ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୟାଙ୍ଗଙ୍କୁ ଗିରଫ କରିଥିଲା। ୟାଙ୍ଗ ନାଁରେ ପୂର୍ବରୁ ଏକାଧିକ ଚୋରି ଓ ଅନ୍ୟାନ୍ୟ ମାମଲା ରହିଛି। ୨୦୨୨ରେ ଗୋଟିଏ ଚୋରି ମାମଲାରେ ସେ ଜେଲ ମଧ୍ୟ ଯାଇଥିଲା। ସେପ୍ଟେମ୍ବର ମାସରେ ସେ ଜେଲରୁ ମୁକୁଳିବା ପରେ ପୁଣି ଚୋରି କରିବା ଆରମ୍ଭ କରିଥିଲା। ଏବେ ସେ ପୁଣି ଧରାପଡ଼ିଛି।

China Thief Racket