Advertisment

ପ୍ରଥମେ ଦୁଇ ବୁଲା କୁକୁରଙ୍କୁ ହତ୍ୟା କଲେ, ତା’ ପରେ ଘରେ କଳାକନା ବୁଲାଇଲେ

ସାହପୁର କୋଲନୀରେ ଥିବା ୩ ମହଲା କୋଠାରେ ରୋହନ ଓ ତାଙ୍କ ମା’ ରହୁଥିବା ବେଳେ ନିକଟରେ ସେମାନେ କିଣିଥିବା ଫ୍ଲାଟରେ ବାପା ସଞ୍ଜୀବ ରହୁଥିଲେ।

author-image
Hemant Lenka
LOOT

LOOT

ଲୁଟେରାମାନଙ୍କର ଜଘନ୍ୟକାଣ୍ଡ। ଗୋଟିଏ ୩ ମହଲା ଘରେ କଳା କନା ବୁଲାଇବା ପୂର୍ବରୁ ସେମାନେ ଘଟାଇଛନ୍ତି ସାଂଘାତିକ କାଣ୍ଡ। ଘର ପାଖରେ ରହୁଥିବା ଦୁଇଟି ବୁଲା କୁକୁରଙ୍କୁ ସେମାନେ ହତ୍ୟା କରିବା ପରେ ଲୁଟପାତ କରିଛି।

Advertisment

ଉକ୍ତ ଘରର ଲୋକମାନେ ସବୁ ଦିନ ଦୁଇ ବୁଲା କୁକୁରଙ୍କୁ ଖାଇବାକୁ ଦିଅନ୍ତି। ସେମାନେ ଚୋରମାନଙ୍କୁ ଦେଖି ଭୁକିବାରୁ ଲୁଟେରାମାନେ ଦୁଇଟି ଯାକ କୁକୁରଙ୍କୁ ହତ୍ୟା କରିଛନ୍ତି।

କୋଲକାତାର ନ୍ୟୁ ଅଲୀପୋରାର ଶାହାପୁର କୋଲନୀରେ ଏପରି ଘଟଣା ଘଟିଛି। ଲୁଟେରାମାନେ ଗୋଟିଏ ୩ ମହଲା କୋଠାରେ ପଶି ସୁନା ଅଲଙ୍କାର ନଗଦ ଟଙ୍କା, ୨ଟି ମୋବାଇଲ ଫୋନ ଓ ଗୋଟିଲ ଲ୍ୟାପଟପ୍‌ ଧରି ଚମ୍ପଟ ମାରିଛନ୍ତି।

Advertisment

ରବିବାର ଭୋର ସମୟରେ ପୂରା ଘଟଣା ଘଟିଛି। ୨୪ ବର୍ଷୀୟ ରୋହନ କୁଣ୍ଡୁ ଓ ତାଙ୍କ ମା’ ରଣଘାଟ ସ୍ଥିତ ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ। ତେଣୁ ପୂରା ବିଲଡିଂ ଖାଲି ପଡ଼ିଥିଲା। ଏହାର ଫାଇଦା ଉଠାଇ ଚୋରମାନେ କଳାକନା ବୁଲାଇଛନ୍ତି।

ରୋହିନଙ୍କ ବାପା ସଞ୍ଜୀବ ସମାନ ଅଞ୍ଚଳର ଆଉ ଏକ ଫ୍ଲାଟରେ ରୁହନ୍ତି। ସେ ହିଁ ସକାଳ ୬.୩୦ରେ ଘରର ଆସବାବପତ୍ର ଏଣେତେଣ ପଡ଼ିଥିବା ଦେଖି ଚୋରି ସମ୍ପର୍କରେ ସୂଚନା ସମସ୍ତଙ୍କୁ ଦେଇଥିଲେ। କୁଣ୍ଡୁ ପରିବାର ବିଗତ କିଛି ବର୍ଷ ହେଲା ଏଠାରେ ରହି ଆସୁଛନ୍ତି।

ସାହପୁର କୋଲନୀରେ ଥିବା ୩ ମହଲା କୋଠାରେ ରୋହନ ଓ ତାଙ୍କ ମା’ ରହୁଥିବା ବେଳେ ନିକଟରେ ସେମାନେ କିଣିଥିବା ଫ୍ଲାଟରେ ବାପା ସଞ୍ଜୀବ ରହୁଥିଲେ। ୨ ମାସ ମଧ୍ୟରେ ଉକ୍ତ ଅଞ୍ଚଳରେ ୫ଟି ଚୋରି ଘଟଣା ଘଟିଛି।

ଶନିବାର ସନ୍ଧ୍ୟାରେ ରୋହନ ତାଙ୍କ ମା’ଙ୍କ ସହ ରଣଘାଟ ଯାଇଥିଲେ। ଦୁଇ କୁକୁର ସବୁବେଳେ ସେମାନଙ୍କ ଘର ନିକଟରେ ରୁହନ୍ତି। ପରିବାର ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଏ। ଅଜଣା ଲୋକଙ୍କୁ ଦେଖିବା ମାତ୍ରେ ସେମାନେ ଭୁକିବାରେ ଲାଗିନ୍ତି।

ଦୁଇ କୁକୁର କୁଣ୍ଡୁ ପରିବାରର ସଦସ୍ୟ ଭାବେ ରହୁଥିଲେ। ଘଟଣା ଦିନ ମଧ୍ୟ ସେମାନେ ନିଶ୍ଚିତ ଲୁଟେରାମାନଙ୍କୁ ଦେଖି ଭୁକିଥିବେ। ଏଥିପାଇଁ ସେମାନେ ଦୁଇ କୁକୁରଙ୍କୁ ହତ୍ୟା କରିଥିବା ରୋହନ କହିଛନ୍ତି।

ଘଟଣାର ତଦନ୍ତ କରୁଥିବା ପୁଲିସ୍‌ କହିଛି ଯେ ଚୋରି ଘଟଣାରେ କିଛି ଲିଡ ମିଳିଛି। ଖୁବଶୀଘ୍ର ଲୁଟେରାମାନଙ୍କୁ ଧରା ଯିବ। ଜଣେ ଅଧିକାରୀ କହିଛନ୍ତି, “ଆମେ ସ୍ଥାନୀୟ ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରୁଛୁ। ଚୋରମାନଙ୍କ ସମ୍ପର୍କରେ କିଛି ସୂଚନା ମିଳିଛି। ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ।”

Gold Loot Kolkata Kolkata Police