Advertisment

ବୁର୍ଲା ବଡ଼ ମେଡ଼ିକାଲ ଭଙ୍ଗାରୁଜା ଘଟଣାରେ ୪ ଗିରଫ

ସମ୍ୱଲପୁର: ବୁର୍ଲା ବଡ଼ ମେଡିକାଲରେ ଭଙ୍ଗାରୁଜା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି। ଛାତିରେ ଯନ୍ତ୍ରଣା ଯୋଗୁଁ ବୁର୍ଲା ଅଟାଚକି ପଡାର ହିମାଂଶୁ ଛତ୍ରିଆ ଗତ ୨୨ ତାରିଖରେ ମେଡିକାଲର ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ। ୨୪ ତାରିଖ ସକାଳେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା। ହେଲେ ଶନିବାର ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପୁଣି ମେଡିକାଲକୁ ଅଣାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ କରିଥିଲେ, ବିଳମ୍ୱରେ ଚିକିତ୍ସା ଆରମ୍ଭ କରାଯିବାରୁ […]

ବୁର୍ଲା ବଡ଼ ମେଡ଼ିକାଲ ଭଙ୍ଗାରୁଜା ଘଟଣାରେ ୪ ଗିରଫ

burla

Advertisment

ସମ୍ୱଲପୁର: ବୁର୍ଲା ବଡ଼ ମେଡିକାଲରେ ଭଙ୍ଗାରୁଜା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି। ଛାତିରେ ଯନ୍ତ୍ରଣା ଯୋଗୁଁ ବୁର୍ଲା ଅଟାଚକି ପଡାର ହିମାଂଶୁ ଛତ୍ରିଆ ଗତ ୨୨ ତାରିଖରେ ମେଡିକାଲର ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ। ୨୪ ତାରିଖ ସକାଳେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା। ହେଲେ ଶନିବାର ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପୁଣି ମେଡିକାଲକୁ ଅଣାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ କରିଥିଲେ, ବିଳମ୍ୱରେ ଚିକିତ୍ସା ଆରମ୍ଭ କରାଯିବାରୁ ହିମାଂଶୁଙ୍କ ମୃତ୍ୟୁ ଘଟିଥିଲା।
ଚିକିତ୍ସାରେ ଅବହେଳା ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟ କାଜୁଆଲିଟିରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପିଜି ଛାତ୍ରମାନେ ଭଙ୍ଗାରୁଜା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଦାବି ପୂରଣ ନ ହେଲେ କାଜୁଆଲିଟି ସେବା ବନ୍ଦ କରିବାକୁ ପିଜି ଛାତ୍ରମାନେ ଚେତାବନୀ ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe