ସୁଟକେସ୍‌ ଭିତରୁ ପୋଡ଼ା ମୃତଦେହ ପାଇଥିବା ପୁଲିସ୍‌ କେମିତି ହତ୍ୟାକାରୀ ପାଖରେ ପହଞ୍ଚିଲା?

ସୁଟକେସ ଭିତରୁ ମିଳିଥିବା ପୋଡ଼ା ମୃତଦେହର ତଦନ୍ତ କରିବା ବେଳେ ପୁଲିସ୍‌ ଲିଭ ଇନରୁ ଆରମ୍ଭ ହୋଇଥିବା କାହାଣୀ କେମିତି ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଥିଲା, ସେକଥା ଜାଣି ପାରିଛି।

Shilpa

ଶିଳ୍ପା ପାଣ୍ଡେ (ଫାଇଲ ଫଟୋ)

Hemant Lenka
  • Published: Monday, 27 January 2025
  • Updated: 27 January 2025, 04:05 PM IST

Sports

Latest News

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍‌ ଗୋଟିଏ ସାଂଘାତିକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। କେମିତି ସମ୍ପର୍କୀୟ ଭାଇ-ଭଉଣୀ ଲିଭ ଇନରେ ରହିବା ପରେ ଭୟଙ୍କର ହତ୍ୟାକାଣ୍ଡ ଘଟିଛି, ସେକଥା ପୁଲିସ ଜାଣିବାକୁ ପାଇଛି। ଦିନକ ତଳେ ପୁଲିସ୍‌କୁ ଦିଲ୍ଲୀର ଗାଜିଆବାଦର ଏକ ପରିତ୍ୟକ୍ତ ସ୍ଥାନରୁ ଗୋଟିଏ ପୋଡ଼ା ସୁଟକେସ ମିଳିଥିଲା। ତା’ ଭିତରୁ ସଂପୂର୍ଣ୍ଣ ପୋଡ଼ି ଯାଇଥିବା ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ବାସ୍‌ ସୁଟକେସ ଭିତରୁ ମିଳିଥିବା ପୋଡ଼ା ମୃତଦେହର ତଦନ୍ତ କରିବା ବେଳେ ପୁଲିସ୍‌ ଲିଭ ଇନରୁ ଆରମ୍ଭ ହୋଇଥିବା କାହାଣୀ କେମିତି ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଥିଲା, ସେକଥା ଜାଣି ପାରିଛି।

ଦିନକ ତଳେ ମିଳିଥିଲା ପୋଡ଼ା ମୃତଦେହ

ରବିବାର ଭୋର ସମୟରେ ପୂର୍ବ ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଗୋଟିଏ ଅଧା ପୋଡ଼ା ସୁଟକେସ ପଡ଼ି ରହିଥିବା ସ୍ଥାନୀୟ ଲୋକ ପ୍ରଥମେ ଦେଖିଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ସୁଟକେସର ଯାଞ୍ଚ କରୁଥିବା ବେଳେ ତା’ ଭିତରୁ ମିଳିଥିଲା ଗୋଟିଏ ମୃତଦେହ। ଏହା ସଂପୂର୍ଣ୍ଣ ପୋଡ଼ି ଯାଇଥିଲା। ପୁଲିସ୍‌ ପରିଚୟ ଜାଣି ନଥିଲେ ହେଁ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ବିଭିନ୍ନ ଖିଅକୁ ଯୋଡ଼ି ତଦନ୍ତ ପାଇଁ ଏକାଧିକ ଟିମ ଗଠନ କରିଥିଲା।

Also Read

ପୂର୍ବ ଦିଲ୍ଲୀର ଡିସିପି ଅଭିଷେକ ଧାନିଆ କହିଛନ୍ତି, “ଆମ ପାଖରେ ପ୍ରାଥମିକ ଅବସ୍ଥାରେ କୌଣସି ପ୍ରକାରର ତଥ୍ୟ ନଥିଲା। ଆମେ ସୁଟକେସ ମିଳିଥିବା ସ୍ଥାନର ଆଖପାଖରେ ଲାଗିଥିବା ସିସିଟିଭିକୁ ସ୍କାନ କରିଥିଲୁ।” ତାଙ୍କ କହିବା କଥା ଯେ ସିସିଟିଭିର ଯାଞ୍ଚ ବେଳେ ଗୋଟିଏ ହୁଣ୍ଡାଇ ଭର୍ନା ଉପରେ ସନ୍ଦେହ ହୋଇଥିଲା।

ମୃତଦେହ ମିଳିବାର କିଛି ଘଣ୍ଟା ପୂର୍ବରୁ ଉକ୍ତ କାରଟି ସେହି ଅଞ୍ଚଳରେ ବୁଲୁଥିଲା। ପୁଲିସ୍‌ ନମ୍ବର ପ୍ଲେଟକୁ ଯାଞ୍ଚ କରି ଲୋନିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲା। କିନ୍ତୁ ଉକ୍ତ ବ୍ୟକ୍ତି ଜଣଙ୍କ କିଛି ଦିନ ତଳେ ଅମିତ ତିୱାରୀ ନାମକ ଜଣେ ଯୁବକଙ୍କୁ ଗାଡ଼ି ବିକି ଦେଇଥିବା ପୁଲିସ୍‌କୁ କହିଥିଲେ।

ପୁଲିସ ତାଙ୍କ ଠାରୁ ସୂଚନା ପାଇବା ପରେ ୨୨ ବର୍ଷୀୟ ଅମିତଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରି ନିଜ ହେପାଜତକୁ ନେଇଥିଲା। ଅମିତ କ୍ୟାବ ଡ୍ରାଇଭର ଭାବେ କାମ କରିବା ସହ ଗାଜିଆବାଦରେ ରହୁଥିଲେ। ତାଙ୍କର ବନ୍ଧୁ ଅନୁଜ କୁମାର ସିସିଟିଭିରେ ଚିହ୍ନଟ ହେବାରୁ ପୁଲିସ୍‌ ତାଙ୍କୁ ମଧ୍ୟ ହେପାଜତକୁ ନେଇଥିଲା। ଅନୁଜ କୁମାର ୱେଲଡିଂ ମେକାନିକ ଭାବେ କାମ କରନ୍ତି ଓ ସେ ମଧ୍ୟ ଗାଜିଆବାଦରେ ରୁହନ୍ତି।

କ’ଣ ଥିଲା ପୂରା ଘଟଣା?

ପ୍ରଥମେ ଅମିତ ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ ଘନଘନ ଜେରା କରିବାରୁ ସୁଟକେସରୁ ମିଳିଥିବା ପୋଡ଼ା ମୃତଦେହ ୨୨ ବର୍ଷୀୟ ଶିଳ୍ପା ପାଣ୍ଡେଙ୍କର ବୋଲି ଅମିତ ସୂଚନା ଦେଇଥିଲେ। ଶିଳ୍ପା ହେଉଛନ୍ତି ଅମିତଙ୍କ ଦୂର ସମ୍ପର୍କୀୟ ଭଉଣୀ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଉଭୟ ଗାଜିଆବାଦରେ ପ୍ରାୟ ଗୋଟିଏ ବର୍ଷ ହେବ ଲିଭ ଇନରେ ରହୁଥିଲେ। ଲିଭ ଇନକୁ ବର୍ଷେ ବିତି ଯାଇଥିବାରୁ ଶିଳ୍ପା ସବୁବେଳେ ଅମିତଙ୍କୁ ବାହା ହେବାକୁ କହୁଥିଲେ। କିନ୍ତୁ ସେ ସମ୍ପର୍କକୁ ଶେଷ କରିବାକୁ ଚାହୁଁଥିଲେ।

ଏସବୁ ଭିତରେ ଅମିତ ଶନିବାର ପ୍ରବଳ ମଦ ପିଇ ଘରକୁ ଆସିଥିଲେ। ବାହାଘରକୁ ନେଇ ଶିଳ୍ପାଙ୍କ ସହ ତାଙ୍କର ପ୍ରବଳ ଝଗଡ଼ା ମଧ୍ୟ ହୋଇଥିଲା। ଏଥିରେ ରାଗି ଯାଇ ସେ ଶିଳ୍ପାଙ୍କୁ ତଣ୍ଟି ଚିପି ମାରି ଦେଇଥିଲେ। ଶିଳ୍ପା ମରିଯିବାରୁ ଅମିତ ପୂରା ଡରି ଯାଇଥିଲେ। ସେ ମୃତଦେହକୁ ଗୋଟିଏ ସୁଟକେସରେ ଭର୍ତ୍ତି କରିଥିଲେ ଓ ଏହାକୁ ଅନ୍ୟତ୍ର ଫିଙ୍ଗିବା ପାଇଁ ବନ୍ଧୁ ଅନୁଜ କୁମାରଙ୍କୁ ଡାକି ଥିଲେ।

ଅମିତି ପ୍ରଥମେ ମୃତଦେହକୁ ଉତ୍ତର ପ୍ରଦେଶର କୌଣସି ସ୍ଥାନରେ ପିଙ୍ଗିବାକୁ ଯୋଜନା କରିଥିଲେ। କିନ୍ତୁ ଘରକୁ ବାହାରି ଉତ୍ତର ପ୍ରଦେଶ ଯିବା ବାଟରେ ସେମାନଙ୍କୁ ଦୁଇଟି ପୁଲିସ୍‌ ଚେକପୋଷ୍ଟ ଅତିକ୍ରମ କରିବାକୁ ପଡ଼ିଥିଲା। ତେଣୁ ଆଗକୁ ଗଲେ ବିପଦ ଥିବାରୁ ଅମିତ ନିଜ ଯୋଜନାରେ ପରିବର୍ତ୍ତନ କରିଥିଲେ। ତେଣୁ ସେମାନେ ଗାଜିଆବାଦରେ ଏକ ପରିତ୍ୟକ୍ତ ସ୍ଥାନରେ ସୁଟକେସରେ ଥିବା ମୃତଦେହ ସହ ପହଞ୍ଚିଥିଲେ।

ପରିତ୍ୟକ୍ତ ସ୍ଥାନରେ ସୁଟକେସକୁ ରଖିବା ପୂର୍ବରୁ ସେମାନେ ୧୬୦ ଟଙ୍କାର ଡିଜେଲ ଗୋଟିଏ ପେଟ୍ରୋଲ ପମ୍ପରୁ ଆଣି ସାରିଥିଲେ। ଏହାପରେ ସୁଟକେସ ସହ ମୃତଦେହକୁ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାପରେ ସେଠାରୁ କାର ଧରି ଫେରାର ହୋଇ ଯାଇଥିଲେ। ପୁଲିସ୍‌ ପ୍ରଥମେ ଗ୍ରେଟର ନୋଏଡାରୁ ଅମିତ ଓ ପରେ ତାଙ୍କ ବନ୍ଧୁ ଅନୁଜଙ୍କୁ ଗିରଫ କରିଥିଲା। ଶିଳ୍ପାଙ୍କ ପରିବାର ଲୋକ ଗୁଜରାଟରେ ରୁହନ୍ତି ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story