Advertisment

ଭଞ୍ଜନଗରରୁ ଚୋରି ହେଲା ବସ୍‌; ଛତ୍ରପୁରରୁ ମିଳିଲା

ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ବସଟିକୁ ଚୋରି କରିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bus

Bus

ଭଞ୍ଜନଗର ବସଷ୍ଟାଣ୍ଡରୁ ଚୋରି ହେଲା ବସ୍। ଛତ୍ରପୁର ନିକଟ ଜାତୀୟ ରାଜପଥ ନିକଟରୁ ବସ୍‌କୁ ଜବତ କଲା ପୁଲିସ। ତେବେ ବସ୍‌କୁ କିଏ ଚୋରି କରି ନେଇଥିଲା ତାହାର ତଦନ୍ତ ଚଳାଇଛି ପୁଲିସ। 

Advertisment

ମାଆ ଦୁର୍ଗା ନାମକ ଏକ ଘରୋଇ ବସ ଭଞ୍ଜନଗର ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିଲା। ଗତ ୬ତାରିଖ ବିଳମ୍ବିତ ରାତିରେ ଚୋରମାନେ ବସ୍‌ ଷ୍ଟାଣ୍ଡରୁ ବସ୍‌ ନେଇ ଚମ୍ପଟ ମାରିଥିଲେ। ବସ୍‌ ଭିତରେ ବସ୍‌ର ଚାବିଥିଲା ବୋଲି ଜଣାଯାଇଛି। ତାପର ଦିନ ସକାଳେ ଆଥାର୍ତ ୭ ତାରିଖରେ ବସ୍‌ ମାଲିକ ଷ୍ଟାଣ୍ଡରେ ବସ୍ ନଥିବା ନେଇ ଦେଖିଥିଲେ। ବସ ମାଲିକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏହାପରେ ବସକୁ କେହି ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ବସ ମାଲିକ ଭଞ୍ଜନଗର ଥାନରେ ଏତଲା ଦେଇଥିଲେ।

ପୁଲିସ ସହରରେ ଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ତେବେ ବସଟିକୁ ଛତ୍ରପୁର ନିକଟ ଜାତୀୟ ରାଜପଥ କଡ଼ରୁ ଠାବ କରିଥିଲା ପୁଲିସ। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ବସଟିକୁ ଚୋରି କରି ନେଇଥିଲା ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Odisha Police Ganjam