Advertisment

ଘର ସାମ୍ନାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ୩ ବର୍ଷ ତଳେ ପୁଅ ବି ସମାନ ଦଶା ଭୋଗିଥିଲେ

ଶୁକ୍ରବାର ରାତିରେ ବାଇକରେ ଦୁର୍ବୃତ୍ତମାନେ ଆସି ଅତି ନିକଟରୁ ଗୋପାଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

author-image
Hemant Lenka
Gopal

Gopal

ବିଜେପି ନେତା ତଥା ବିହାରର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଲ ଖେମକାଙ୍କୁ ତାଙ୍କ ପାଟନା ସ୍ଥିତ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ଶୁକ୍ରବାର ରାତିରେ ବାଇକରେ ଦୁର୍ବୃତ୍ତମାନେ ଆସି ଅତି ନିକଟରୁ ଗୋପାଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଶୁକ୍ରବାର ରାତିରେ ଗୋପାଲ ପାଣାଚେ ହୋଟେଲ ଦେଇ ଘରକୁ ଯାଉଥିଲେ। ସେ ଟ୍ୱିନ ଟାୱାର ସୋସାଇଟିରେ ରୁହନ୍ତି। ପାଣାଚେ ହୋଟେଲ ତାଙ୍କ ବିଲଡିଂ ପାଖରେ ରହିଛି।

Advertisment

ଘର ସାମ୍ନାରେ ଗୋପାଲଙ୍କ ଗାଡ଼ି ପହଞ୍ଚିଲା କ୍ଷଣି ତାଙ୍କୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ। ଗୁଳି ମାଡ଼ ଯୋଗୁ ଘଟଣା ସ୍ଥଳରେ ସେ ପ୍ରାଣ ହରାଇଥିଲେ। ଘଟଣା ସ୍ଥଳରୁ ପୁଲିସ ଗୋଟିଏ ବୁଲେଟ ଓ ଗୋଟିଏ ଶେଲ କାସିଂ ଠାବ କରିଛି।

ସିଟି ଏସ୍‌ପି କହିଛନ୍ତି, “ଜୁଲାଇ ୪ ତାରିଖ ରାତି ପ୍ରାୟ ୧୧ଟା ବେଳେ ଗାନ୍ଧି ମୈଦାନ ଦକ୍ଷିଣ ଅଞ୍ଚଳରୁ ଆମକୁ ଖବର ମିଳିଥିଲେ ଯେ ବ୍ୟବସାୟୀ ଗୋପାଲ ଖେମକାଙ୍କୁ ଗୁଳି ମାଡ଼ ହୋଇଛି। ଖବର ମିଳିବା ମାତ୍ରେ ଗୋଟିଏ ପୁଲିସ୍‌ ଘଟଣା ସ୍ଥଳକୁ ଓ ଆଉ ଗୋଟିଏ ଟିମ ହସ୍ପିଟାଲରେ ପହଞ୍ଚିଥିଲା।

Advertisment

ପୂରା ଅଞ୍ଚଳକୁ କର୍ଡନ କରାଯାଇ ତଦନ୍ତ କରାଯାଉଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି।”

ଗୋପାଲଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ୩ ବର୍ଷ ତଳେ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଞ୍ଜନଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏବେ ଗୋପାଲଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି।

Bihar Shot Dead