Advertisment

ପତ୍ନୀଙ୍କୁ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ, ମିଳିଲା ୯ ବର୍ଷର ଜେଲଦଣ୍ଡ

୨୦୦୭ରେ ବ୍ୟବସାୟୀ ଜଣଙ୍କ ବିବାହ କରିଥିଲେ। ବାହା ହେବା କ୍ଷଣି ସେ ତାଙ୍କ ପତ୍ନୀଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରି କି ପତ୍ନୀଙ୍କୁ ସେ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରୁଥିଲେ।

Crime

Crime

Advertisment

ପତ୍ନୀଙ୍କୁ ବାରମ୍ବାର ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା ମହଙ୍ଗା ପଡ଼ିଛି। ଏଥିପାଇଁ ଛତିଶଗଡ଼ର ଦୁର୍ଗରେ ଥିବା ଗୋଟିଏ ଫାଷ୍ଟ ଟ୍ରାକ କୋର୍ଟ ଜଣେ ଜଣାଶୁଣା ବ୍ୟବସାୟୀଙ୍କୁ ୯ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ବ୍ୟବସାୟୀ ଜଣଙ୍କ ଭିଲାଇ-ଦୁର୍ଗ ଟ୍ୱିନ ସିଟିରେ ବେଶ ପରିଚିତ।

Advertisment

୨୦୦୭ରେ ବ୍ୟବସାୟୀ ଜଣଙ୍କ ବିବାହ କରିଥିଲେ। ବାହା ହେବା କ୍ଷଣି ସେ ତାଙ୍କ ପତ୍ନୀଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରି କି ପତ୍ନୀଙ୍କୁ ସେ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରୁଥିଲେ।

ପତ୍ନୀଙ୍କୁ ଯୌତୁକ ପାଇଁ ମଧ୍ୟ ନିର୍ଯାତନା ମିଳୁଥିଲା। ଦିନକୁ ଦିନ ନିର୍ଯାତନା ବଢ଼ୁଥିବାରୁ ମହିଳା ଜଣଙ୍କ ବାଧ୍ୟ ହୋଇ ତାଙ୍କ ଶାଶୂ ଘର ଛାଡ଼ି ଦେଇଥିଲେ। ଏଥିସହ ଏକକ ମା’ ଭାବେ ନିଜ ଝିଅର ସବୁ ଦାୟିତ୍ୱ ନିର୍ବାହ କରିଥିଲେ।

Advertisment

୨୦୧୬ରେ ସେ ନିଜ ଝିଅ ସହ ବାପ ଘରକୁ ଚାଲି ଆସିଥିଲେ। ୨୦୧୬ ମସିହା ମେ’ ୭ରେ ସେ ସୁପେଲା ପୁଲିସ୍‌ ଷ୍ଟେସନରେ ବିଧିବଦ୍ଧ ଭାବେ ଅଭିଯୋଗ କରିଥିଲେ। ପୁଲିସ୍‌ ଆଇପିସିର ଧାରା ୩୭୭ (ଅପ୍ରାକୃତି ଯୌନ ସମ୍ପର୍କ) ଓ ଧାରା ୪୯୮ଏ(ଯୌତୁକ ନିର୍ଯାତନା) ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ବାପା ମା’ଙ୍କ ନାଁରେ ରୁଜୁ କରିଥିଲା।

କୋର୍ଟ ଏବେ ଏହାର ବିଚାର କରି ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ଅଭିଯୁକ୍ତ ସ୍ୱାମୀଙ୍କୁ ୯ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଧାରା ୩୨୩ ଅନୁଯାୟୀ ତାଙ୍କୁ ଗୋଟିଏ ବର୍ଷର ଜେଲଦଣ୍ଡ ଓ ୧ ହଜାର ଟଙ୍କାର ଫାଇନ ଲାଗୁ କରାଯାଇଛି। ଉଭୟ ଜେଲଦଣ୍ଡ ସମାନ୍ତରଳ ଭାବେ ଚାଲିବ। ସେହିପରି ତାଙ୍କ ବାପା ମା’ଙ୍କୁ କୋର୍ଟ ୧୦ ମାସର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

Chhattisgarh Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe