ଝୁମର ବିକ୍ରି ନାଁରେ ୧୯ ଲକ୍ଷ ଚୁନ ମାରିଲେ ବ୍ୟବସାୟୀ; ବଦଳାଇ ଦେଲେ ଟଙ୍କା ବାକ୍ସ

ଗତକାଲି ରାତିରେ ଅଜୟ ଓ ଶିବଶଙ୍କରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଥିଲା।

Jumar

Representation images

Tapaswini Nayak
  • Published: Friday, 29 November 2024
  • Updated: 29 November 2024, 01:56 PM IST

ଝୁମର ଦେବା ନାମରେ ଜଣେ ବ୍ୟକ୍ତିଙ୍କୁ ଚୁନ ମାରିଲେ ବ୍ୟବସାୟୀ। ଗ୍ରାହକଠାରୁ ୧୯ ଲକ୍ଷ ଟଙ୍କା ନେଇ କାଗଜ ବିଡ଼ା ଭର୍ତ୍ତି ବାକ୍ସ ଧରାଇଦେଲେ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳରୁ। ଏନେଇ ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। 

ଅଭିଯୋଗ ଅନୁସାରେ, ବ୍ରହ୍ମପୁରରେ ରହୁଥିବା ପ୍ରମୋଦ ସାହୁ କଟକର ଜଣେ ବ୍ୟବସାୟୀ ଅଜୟଙ୍କଠାରୁ ଝୁମର କିଣିଥାନ୍ତେ। ଏଥିପାଇଁ ପ୍ରମୋଦ ଅଜୟଙ୍କ ସହ କଥା ହୋଇଥିଲେ। ଅଜୟ ମଧ୍ୟ ବିଭିନ୍ନ ଝୁମରର ଫଟୋ ପ୍ରମୋଦଙ୍କ ଫୋନକୁ ପଠାଇଥିଲେ। ଅଜୟ ପଠାଇଥିବା ଝୁମର ମଧ୍ୟରୁ ୨୦ ଲକ୍ଷ ଟଙ୍କାର ଏକ ଝୁମର ପ୍ରମୋଦକୁ ପସନ୍ଦ ଆସିଥିଲା। ପ୍ରମୋଦ ଏହି ଝୁମରଟିକୁ ନେବା ପାଇଁ ଅଜୟଙ୍କୁ କହିଥିଲେ। ଉଭୟଙ୍କ ମଧ୍ୟରେ ଦରଦାମ ଛିଣ୍ଡିଥିଲା। ୨୦ ଲକ୍ଷ ଟଙ୍କାର ଝୁମର ୧୯ ଲକ୍ଷ ଟଙ୍କାର ଦେବା ପାଇଁ ପ୍ରମୋଦ ଅଜୟଙ୍କୁ କହିଥିଲେ। ଅଜୟ ମଧ୍ୟ ରାଜି ହୋଇଯାଇଥିଲେ।

ଗତକାଲି ଅଜୟ ଝୁମର ନେଇ ବ୍ରହ୍ମପୁର ଆସିବାକୁ ପ୍ରମୋଦ କହିଥିଲେ। ପ୍ରମୋଦ ଟଙ୍କା ନେଇ ପହଞ୍ଚିବେ ବୋଲି ଅଜୟଙ୍କୁ କହିଥିଲେ। ଅଜୟ ଓ ତାଙ୍କ ସହଯୋଗୀ ଶିବ ଶଙ୍କର କାର୍ ଯୋଗେ ଝୁମର ନେଇ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁରର ଖୋଡାସିଂରେ ପ୍ରମୋଦ ଓ ଅଜୟ ଭେଟାଭେଟି ହୋଇଥିଲେ। କାର୍ ଭିତରେ ଅଜୟ ପ୍ରମୋଦକୁ ଝୁମର ଦେଖାଇଥିଲେ। ଅଜୟ ପ୍ରଥମେ ପ୍ରମୋଦଙ୍କୁ ୨୦ଲକ୍ଷ ଟଙ୍କାର ଝୁମର ଦେଖାଇଥିଲେ।ପରେ ତାଙ୍କୁ ୬୦ଲକ୍ଷ ଟଙ୍କାର ଏକ ଝୁମର ଦେଖାଇଥିଲେ। ଏହି ସମୟରେ ଅଜୟ ପ୍ରମୋଦଙ୍କୁ ଟଙ୍କା ଆଣିଛକି ନାହିଁ ପଚାରିଥିଲେ।

Also Read

ପ୍ରମୋଦ ମଧ୍ୟ କାର୍‌ରେ ରଖିଥିବା ଟଙ୍କା ବାକ୍ସ ଆଣି ଅଜୟଙ୍କୁ ଦେଖାଇଥିଲେ ଓ ଟଙ୍କା ବାକ୍ସକୁ ନିଜ ପାଖରେ ରଖିଥିଲେ। ପରେ ଝୁମରକୁ ନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ୧୯ ଲକ୍ଷ ଟଙ୍କାର ଝୁମର ନ ନେଇ ୬୦ ଲକ୍ଷ ଟଙ୍କାର ଝୁମର ନେବା ପାଇଁ ପ୍ରମୋଦ ଅଜୟଙ୍କୁ କହିଥିଲେ। ଉଭୟଙ୍କ ମଧ୍ୟରେ ପୁଣି ଦରଦାମ ନେଇ କଥା ହୋଇଥିଲା। ୬୦ ଲକ୍ଷ ଟଙ୍କାର ଝୁମରକୁ ୩୬ ଲକ୍ଷ ଟଙ୍କାରେ ଦେବା ପାଇଁ ଦରଦାମ ଛିଡ଼ିଥିଲା। ୧୯ ଲକ୍ଷ ସହ ଆଉ ୧୭ ହଜାର ଟଙ୍କା ଆଣିଲେ ପ୍ରମୋଦ ଝୁମର ନେବେ ବୋଲି ଅଜୟ କହିଥିଲେ।

ଏହି ସମୟରେ ଅଜୟଙ୍କ ସାଙ୍ଗରେ ଆସିଥିବା ତାଙ୍କ ସହଯୋଗୀ ଶିବ ଶଙ୍କର ପ୍ରମୋଦଙ୍କ ଟଙ୍କା ବାକ୍ସକୁ ବଦଳ କରିଦେଇଥିଲେ। ଟଙ୍କା ଭର୍ତ୍ତି ବାକ୍ସ ନେଇ ସେହିପରି ସମାନ ଏକ ବାକ୍ସ ରଖି ଦେଇଥିଲେ। ଏଥିସହ ବାକ୍ସ ଭିତରେ କାଗଜ ବିଡ଼ା ପୂରାଇ ଦେଇ ଥିଲେ। ପ୍ରମୋଦଙ୍କୁ ଏହି ବିଷୟରେ ଜାଣିପାରି ନଥିଲେ। ପରେ ପ୍ରମୋଦ ଟଙ୍କା ବାକ୍ସ ନେଇ ନିଜ କାର୍‌ରେ ପଳାଇଥିଲେ। ଅଧବାଟରେ ତାଙ୍କର ସନ୍ଦେହ ହୋଇଥିଲା। ବାକ୍ଦ ଖୋଲି ଦେଖିଲା ବେଳକୁ ସେଥିରେ ଟଙ୍କା ବଦଳରେ କାଗଜ ବିଡ଼ା ଥିବା ଦେଖିଥିଲେ।

ପରେ ପ୍ରମୋଦ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ୩ଟି ପୁଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗତକାଲି ରାତିରେ ଅଜୟ ଓ ଶିବଶଙ୍କରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଥିଲା ପୁଲିସ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story