Advertisment

ମିଠା ବକ୍ସ ଭିତରୁ ମିଳିଲା ଅଫୁଟା ଗୁଳି ଓ ଧମକପୂର୍ଣ୍ଣ ଚିଠି

ବ୍ୟବସାୟୀ ଜଣଙ୍କ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଅଜଣା ଦୁର୍ବୃତ୍ତଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Delhi

Delhi

Advertisment

ଉପହାରରେ ମିଠା ବକ୍ସ ମିଳିଥିଲା। କିନ୍ତୁ ମିଠା ବକ୍ସ ଖୋଲିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଜଣେ ବ୍ୟବସାୟୀ। କାରଣ ଘର ବାହାରୁ ସେ ଉଠାଇଥିବା ମିଠା ବକ୍ସ ଭିତରୁ ମିଳିଛି ଗୋଟିଏ ଧମକପୂର୍ଣ୍ଣ ଚିଠି ଓ ୨ଟି ଜୀବନ୍ତ ଗୁଳି। ଦେଶର ରାଜଧାନୀ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀଙ୍କ ସହ ଏପରି ଘଟଣା ଘଟିଛି।

Advertisment

ଏନେଇ ବ୍ୟବସାୟୀ ଜଣଙ୍କ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଅଜଣା ଦୁର୍ବୃତ୍ତଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବ୍ୟବସାୟୀ ଜଣଙ୍କ ଶୁକ୍ରବାର ଅପରାହ୍ନରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହାର କିଛି ଘଣ୍ଟା ପୂର୍ବରୁ ତାଙ୍କ ଘର ବାହାରୁ ସେ ମିଠା ବକ୍ସ ପାଇଥିଲେ। ଜଣେ ଅଧିକାରୀ କହିଛନ୍ତି, “ଘର ବାହାରେ ମିଠା ବକ୍ସ ରଖାଯାଇଥିବାରୁ ବ୍ୟବସାୟୀ ଜଣଙ୍କ କେହି ଉପହାର ଦେଇଥିବା ଭାବିଥିଲେ। ହେଲେ ଖୋଲି ବେଳକୁ ମିଠା ସହ ୨ଟି ଜୀବନ୍ତ ଗୁଳି ଓ ହାତରେ ଲେଖାଯାଇଥିବା ଗୋଟିଏ ଧମକପୂର୍ଣ୍ଣ ଚିଠି ବକ୍ସ ମଧ୍ୟରୁ ମିଳିଥିଲା।

Advertisment

ଚିଠିରେ ବ୍ୟବସାୟୀଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ କରାଯାଇଛି। ତେଣୁ ଧମକ ପଛରେ କିଛି ବ୍ୟକ୍ତିଗତ ଶତ୍ରୁତା ଥିବା ଭଳି ମନେ ହେଉଛି। ତଥାପି ପୁଲିସ୍‌ ସବୁ ଦିଗରୁ ଘଟଣାର ତଦନ୍ତ କରୁଛି।”

ବ୍ୟବସାୟୀଙ୍କ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍‌ କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ସେମାନଙ୍କୁ ଜେରା କରି ମାମଲାର ମୂଳରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି।

Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe