Advertisment

ଗାଡ଼ି ଭିତରେ ଶୋଇଥିଲେ ବ୍ୟବସାୟୀ, ଘୋଷାଡ଼ି ଆଣି ୩୫ ଥର ଗୁଳି କଲେ ଦୁର୍ବୃତ୍ତ

ସ୍ପଷ୍ଟ ଦିବାଲୋକରେ ସେମାନେ ବ୍ୟବସାୟୀଙ୍କୁ ୩୫ ରାଉଣ୍ତ ଗୁଳି କରି ହତ୍ୟା କରିଥିଲେ। ରବିବାର ସକାଳେ ହରିଆଣାରେ ଏପରି ଘଟଣା ଘଟିଛି।

author-image
Hemant Lenka
Haryana

Haryana

ଢାବା ନିକଟରେ ଗାଡ଼ିକୁ ପାର୍କିଂ କରି ଜଣେ ବ୍ୟବସାୟୀ ଶୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ କାର୍‌ ଭିତରୁ ବାହରକୁ ଘୋଷାଡ଼ି ଆଣିଥିଲେ। ଏହାପରେ ସ୍ପଷ୍ଟ ଦିବାଲୋକରେ ସେମାନେ ବ୍ୟବସାୟୀଙ୍କୁ ୩୫ ରାଉଣ୍ତ ଗୁଳି କରି ହତ୍ୟା କରିଥିଲେ। ରବିବାର ସକାଳେ ହରିଆଣାରେ ଏପରି ଘଟଣା ଘଟିଛି।

Advertisment

ହରିଆଣାର ମୃଥାଲରେ ଥିବା ଗୁଲଶନ ଢାବା ନିକଟରେ ଆଜି ସକାଳ ୮.୩୦ରେ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ମୃତ ମଦ ବ୍ୟବସାୟୀ ଜଣଙ୍କ ହେଲେ ସୁନ୍ଦର ମଲିକ। ତାଙ୍କ ବୟସ ୩୮। ସେ ଗୋହାନାର ସରଗଥାଲ ଗାଁରେ ରୁହନ୍ତି।

ବ୍ୟବସାୟୀ ଜଣଙ୍କ ଗୋଟିଏ କମାଳ ରଙ୍ଗର ହୁଡୀ ଓ ଟ୍ରାଉଜର ପିନ୍ଧି ତାଙ୍କ ଏସ୍‌ୟୁଭିରେ ଶୋଇଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ବାହାରକୁ ଘୋଷାଡ଼ି ଆଣି ଗୁଳି କରି ହତ୍ୟା କରିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

ସିସିଟିଭରେ କଏଦ ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସୁନ୍ଦର ଜଣେ ଦୁର୍ବୃତ୍ତଙ୍କୁ ଜାବୁଡ଼ି ଧରିବା ସହ ତଳେ ପକାଇ ଦେଉଛନ୍ତି। ଏହି ସମୟରେ ଆଉ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଉଛନ୍ତି।

ଗୁଳିମାଡ଼ ପରେ ମଧ୍ୟ ସୁନ୍ଦର ପ୍ରଥମ ଆକ୍ରମଣକାରୀଙ୍କୁ ଛାଡ଼ି ନଥିଲେ। ଏହା ଦେଖି ଦ୍ୱିତୀୟ ଆକ୍ରମଣକାରୀ ଜଣକ ତାଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇବାରେ ଲାଗିଥିଲେ। ସେ ପ୍ରାୟ ୩୫ ରାଉଣ୍ଡ ଗୁଳିମାଡ଼ କରିବାରୁ ସୁନ୍ଦର ସେହି ସ୍ଥାନରେ ନିସ୍ତେଜ ହୋଇ ଟଳି ପଡ଼ିଥିଲେ।

ଗୁଳମାଡ଼ର ଶବ୍ଦ ଶୁଣି ଢାବା ମାଲିକ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ପୁଲିସ୍‌ ପହଞ୍ଚିଲା ବେଳକୁ ୨ ଆକ୍ରମଣକାରୀ ସେଠାରୁ ଫେରାର ହୋଇ ଯାଇଥିଲେ।

ପୁଲିସ୍‌ କହିଛି ଯେ ଦୁର୍ବୃତ୍ତମାନେ ପ୍ରାୟ ୩୫ ରାଉଣ୍ତ ଗୁଳି ଚଳାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ୮ଟି ଟିମ ଗଠନ କରାଯାଇଛି। ତେବେ ହଠାତ ମଦ ବ୍ୟବସାୟୀଙ୍କୁ କାହିଁକି ୨ ଜଣ ଏପରି ନିର୍ମମ ଭାବେ ହତ୍ୟା କଲେ, ସେକଥା ଜଣାପଡ଼ିନାହିଁ।

ଏହାପୂର୍ବରୁ ରାଜ୍ୟର ଝାଜର ଠାରେ ଆଇଏନଏଲଡିର ଜଣେ ନେତାଙ୍କୁ ମଧ୍ୟ କିଛି ଅଜଣା ଲୋକ ସ୍ପଟ ଦିବାଲୋକରେ ହତ୍ୟା କରିଥିଲେ।

Haryana News Shooting