Advertisment

Murder plot: ବ୍ୟବସାୟୀଙ୍କ ହତ୍ୟା, ହିନ୍ଦୁ ମହାସଭା ନେତ୍ରୀ ଫେରାର ଓ ପରକୀୟା ପ୍ରୀତି

ହିନ୍ଦୁ ମହାସଭାର ନେତ୍ରୀ ହୋଇଥିବାରୁ ମନଇଚ୍ଛା କାମ କରି ଗଣମାଧ୍ୟମରେ ବାହସ୍ଫୋଟ ମାରୁଥିଲେ। ୨୦୧୯ରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ କୁଶପୁତ୍ତଳିକାକୁ ଗୁଳି ପାରି ତାଙ୍କ ହତ୍ୟାକୁ ଠିକ ଦର୍ଶାଇବା ଭଳି ଲଜ୍ଜାଜନକ କାମ ବି କରିଥିଲେ।

author-image
Hemant Lenka
Puja

ଅଭିଷେକ ଓ ପୂଜା (ଫାଇଲ ଫଟୋ)

ଦେହରେ ଗେରୁଆ ବସ୍ତ୍ର। ମୁଣ୍ଡରେ ବଡ଼ ସିନ୍ଦୁର ଟୋପା। ନିଜକୁ ସାଧ୍ୱୀ କହି ସନାତନ ଧର୍ମର ପ୍ରଚାରକ ସାଜିଥିଲେ। ନିଜର ତୁଣ୍ଡ ଓ ଆଚରଣ ଦ୍ୱାରା ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ହିନ୍ଦୁ ମହାସଭାର ନେତ୍ରୀ ହୋଇଥିବାରୁ ମନଇଚ୍ଛା କାମ କରି ଗଣମାଧ୍ୟମରେ ବାହସ୍ଫୋଟ ମାରୁଥିଲେ। ୨୦୧୯ରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ କୁଶପୁତ୍ତଳିକାକୁ ଗୁଳି ପାରି ତାଙ୍କ ହତ୍ୟା(Crime)କୁ ଠିକ ଦର୍ଶାଇବା ଭଳି ଲଜ୍ଜାଜନକ କାମ ବି କରିଥିଲେ।

Advertisment

ଏତେ ସବୁ ପରେ ମଧ୍ୟ ପୁଲିସ୍‌ ତାଙ୍କ ଦେହରେ ହାତ ମାରିବାକୁ ସାହାସ କରିପାରୁ ନଥିଲା। ଏବେ କିନ୍ତୁ ନିଜକୁ ସାଧ୍ୱୀ କହୁଥିବା ହିନ୍ଦୁ ମହାସଭାର ନେତ୍ରୀ ପୂଜା ଶକୁନ ପାଣ୍ଡେଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। ହତ୍ୟା ମାମଲାରେ ସେ ଫେରାର।

ଜଣେ ଯୁବ ବ୍ୟବସାୟୀଙ୍କ ଦ୍ୱାରା ସେ ନିଜ ଦେହର ଭୋକ ମେଣ୍ଟାଉ ଥିଲେ। ବ୍ୟବସାୟୀ ଜଣଙ୍କ ମଧ୍ୟ ଏହାର ଫାଇଦା ଉଠାଉଥିଲେ। କିନ୍ତୁ ବାହାଘର କଥା ଉଠିବାରୁ ବ୍ୟବସାୟୀ ଜଣଙ୍କ ଧରା ଛୁଆଁ ଦେଇ ନଥିଲେ। ବାସ୍‌ ଏଥିପାଇଁ ସୁପାରୀ କିଲରଙ୍କୁ ଲଗାଇ ସେ ଯୁବ ବ୍ୟବସାୟୀଙ୍କୁ ହତ୍ୟା କରିଥିବା କୁହାଯାଉଛି। ଉତ୍ତର ପ୍ରଦେଶ( Uttar Pradesh)ର ଅଲିଗଡ଼ରେ ଜଣେ ବ୍ୟବସାୟୀଙ୍କ ହତ୍ୟା ଘଟଣାରେ ସେ ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଛି।

Advertisment

ପୁଲିସ୍‌ ତାଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ଗିରଫ କରିଥିବା ବେଳେ ପୂଜା ଫେରାର ରହିଛନ୍ତି। ଟଙ୍କା କାରବାର ଜନିତ ବିବାଦ କାରଣରୁ ପାଣ୍ଡେ ଦମ୍ପତି ସୁପାରୀ କିଲରଙ୍କ ଦ୍ୱାରା ବ୍ୟବସାୟୀ ଅଭିଷେକ ପାଣ୍ଡେଙ୍କୁ ହତ୍ୟା(Murder) କରିଥିବା ପୁଲିସ୍‌ କହୁଛି। କିନ୍ତୁ ଅଭିଷେକଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଛନ୍ତି।

ତାଙ୍କ କହିବା କଥା ଯେ ଅଭିଷେକଙ୍କ ସହ ପୂଜାଙ୍କ ଚୋରା ପୀରତି ଚାଲିଥିଲା। ଏହି ଅନୈତିକ କାମରୁ ଅଭିଷେକ ବାହାରିବାକୁ ଚେଷ୍ଟା କରିବାରୁ ପୂଜା ତାଙ୍କୁ ସୁପାରୀ ଦେଇ ହତ୍ୟା କରିଛନ୍ତି। 

ଯୁବ ବ୍ୟବସାୟୀଙ୍କ ହତ୍ୟା 

୩୦ ବର୍ଷୀୟ ଅଭିଷେକ ଗୁପ୍ତା ହେଉଛନ୍ତି ଗୋଟିଏ ବାଇକ ଶୋ’ ରୁମର ମାଲିକ। ସେପ୍ଟେମ୍ବର ୨୩ ତାରିଖ ରାତି ପ୍ରାୟ ୯.୩୦ରେ ଅଭିଷେକ, ତାଙ୍କ ବାପା ନୀରଜ ଗୁପ୍ତା ଓ ସମ୍ପର୍କୀୟ ଭାଇ ଜିତୁ ଆଲିଗଡ଼ର ଗୋଟିଏ ସ୍ଥାନରେ ବସ୍‌କୁ ଅପେକ୍ଷା କରିଥିଲେ। ବସ୍‌ ଆସିବା ପରେ ଅଭିଷେକଙ୍କ ବାପା ନୀରଜ ଓ ଭାଇ ଜିତୁ ପ୍ରଥମେ ଏଥିରେ ଚଢ଼ି ଯାଇଥିଲେ।

ଅଭିଷେକ ବସ୍‌ରେ ଚଢ଼ୁ ଥିବା ବେଳେ ହଠାତ ଦୁଇ ଜଣ ଯୁବକ ବାଇକରେ ଆସିଥିଲେ ଓ ଅତି ନିକଟରକୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରକ୍ତ ଜଡ଼ୁବୁଡ଼ୁ ଅବସ୍ଥାରେ ଅଭିଷେକଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଅଭିଷେକଙ୍କ ବାପା ନୀରଜ ଦାଖଲ କରିଥିବା ଅଭିଯୋଗରେ ହତ୍ୟା ପାଇଁ ପୂଜା ଓ ତାଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ଦାୟୀ କରିଛନ୍ତି। 

ହତ୍ୟାକାରୀ ଗିରଫ ଓ କାରଣ ଅସ୍ପଷ୍ଟ 

ଅଭିଷେକଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ ମହମ୍ମଦ ଫୈଜଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଏବେ ବି ତାଙ୍କ ସହ ଥିବା ଅନ୍ୟ ଯୁବକ ଜଣଙ୍କ ଫେରାର ରହିଛନ୍ତି। ପୁଲିସ୍‌ର କହିବା କଥା ଯେ ଗିରଫ ଯୁବକ ଜଣଙ୍କ କହିଛନ୍ତି ଯେ ଅଭିଷେକଙ୍କୁ ହତ୍ୟା କରିବା ପାଇଁ ତାଙ୍କୁ ସୁପାରୀ ମିଳିଥିଲା। ସେ ଓ ତାଙ୍କର ସହଯୋଗୀ ଆସିଫ ଟଙ୍କା ନେଇ ଅଭିଷେକଙ୍କୁ ହତ୍ୟା କରିଛନ୍ତି। ପୂଜା ଶକୁନ ପାଣ୍ଡେ ଓ ତାଙ୍କ ସ୍ୱାମୀ ଅଶୋକ ମିଳିତ ଭାବେ ଅଭିଷେକଙ୍କୁ ମାରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ୩ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। 

ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୁଲିସ୍‌ ଫୈଜଲଙ୍କୁ ଗିରଫ କରିଥିଲା। ଏହାପରେ ଅଶୋକ ପାଣ୍ଡେଙ୍କୁ ଗିରଫ କରାଯାଇଛି। ପୁଲିସ୍‌ ଆସିଫ ଓ ପୂଜା ପାଣ୍ଡେଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। 

ଅଶୋକ ପାଣ୍ଡେ କହିଛନ୍ତି ଯେ ସେମାନେ ଅଭିଷେକଙ୍କୁ ବେଶ ଭଲ ଭାବେ ଜାଣିଛନ୍ତି। ତାଙ୍କ ବାପା ଏବେ ମିଛ କେସ୍‌ରେ ଆମକୁ ଫସାଇବାକୁ ଚେଷ୍ଟା କରିଛନ୍ତି। ସେ (ଅଭିଷେକ) ଆମ ଠିକଣାରେ ରହିବା ସହ ପାଠ ପଢ଼ିଥିଲା। ଆମେ ତା’ ପାଇଁ ସବୁ କିଛି କରିଛୁ। ଅଭିଷେକଙ୍କ ବାପା ଆମ ଠାରୁ ୧୦ ଲକ୍ଷ ଟଙ୍କା ଋଣ ନେଇଥିବା ଶ୍ରୀ ପାଣ୍ଡେ ଦାବି କରିଛନ୍ତି। 

ପୁଲିସ କ’ଣ କହିଲା? 

ଜାଡୌନ ପୁଲିସ୍‌ ଅଧିକାରୀଙ୍କ କହିବା କଥା ଯେ ଅଭିଷେକଙ୍କ ବାପା ପ୍ରଥମେ ଅଶୋକ ପାଣ୍ଡେ ଓ ପୂଜା ପାଣ୍ଡେଙ୍କ ନାଁ ନେଇଥିଲେ। ଏକାଧିକ ଟିମ ସିସିଟିଭି ଫୁଟେଜ ଯାଞ୍ଚ କରି ମାମଲାର ମୂଳରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଅଭିଷେକ ଗୁପ୍ତା, ପୂଜା ଓ ଅଶୋକଙ୍କ ସମ୍ପର୍କର ମଧ୍ୟ ଯାଞ୍ଚ କରାଯାଉଛି। ଅଶୋକ ପାଣ୍ଡେ ଓ ମହମ୍ମଦ ଫୈଜଲଙ୍କୁ ଗିରଫ କରାଯାଇଛି। ଫୈଜଲ ଠାରୁ ହତ୍ୟାରେ ବ୍ୟବହୃତ ଦେଶ ବନ୍ଧୁକ ଜବତ ହୋଇଛି। 

ଫୈଜଲଙ୍କୁ ଜେରା କରିବା ପରେ ଜଣାପଡ଼ିଛି ଯେ ସେ ପାଣ୍ତେ ଦମ୍ପତିଙ୍କୁ ଦୀର୍ଘ ବର୍ଷ ହେଲାଣି ଜାଣିଥିଲେ। ପାଣ୍ଡେ ଦମ୍ପତି ପ୍ରଥମେ ଅଭିଷେକଙ୍କୁ ମାରିବା ପାଇଁ ଫୈଜଲଙ୍କୁ ଜଣେ ସୁପାରୀ କିଲର ବୁଝିବାକୁ କହିଥିଲେ। ୩ ଲକ୍ଷ ଟଙ୍କାରେ ପୂରା ଡିଲ ହୋଇଥିଲା। ଫୈଜଲ ଓ ଆସିଫ ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ପାଣ୍ଡେ ଦମ୍ପତିଙ୍କ ସହ ମିଟିଂ କରିଥିଲେ। ଏହି ସମୟରେ ଅଭିଷେକ ଗୁପ୍ତାଙ୍କ ଫଟୋ ସେମାନେ ଦୁଇ ସୁପାରୀ କିଲରଙ୍କୁ ଦେଇଥିଲେ।

ଡିଲ ୩ ଲକ୍ଷର ହୋଇଥିବା ବେଳେ ହତ୍ୟାକାଣ୍ତ ପୂର୍ବରୁ ୧ ଲକ୍ଷ ଟଙ୍କା ମିଳିଥିଲା। ଏହାପରେ ଫୈଜଲ ଓ ଆସିଫ କିଛି ଦିନ ଅଭିଷେକ ଯିବା ଆସିବା କରୁଥିବା ରାସ୍ତାକୁ ବୁଲି ଦେଇଥିଲେ। ଏହାପରେ ସେପ୍ଟେମ୍ବର ୨୩ରେ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

ବାପାଙ୍କ ପରକୀୟା ପ୍ରୀତି ଅଭିଯୋଗ 

ଅଭିଷେକଙ୍କ ବାପା ନୀରଜ ଗଣମାଧ୍ୟମକୁ କହିଛନ୍ତି ଯେ “ମୋ ପୁଅ ଓ ପୂଜା ଶକୁନ ପାଣ୍ଡେ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ମୋ ସାନ ପୁଅ ବାହା ହେବା ବେଳେ ପୂଜା ନିଜ ଆଡ଼କୁ ଅଭିଷେକଙ୍କୁ ବାହାଘର ପାଇଁ ପ୍ରସ୍ତାବ ଦେଇଥିଲେ। ମୋ ପୁଅ ଶୋ’ ରୁମ ଖୋଲିବା ବେଳେ ପୂଜା ଏହି ବ୍ୟବସାୟରେ ତାଙ୍କୁ ପାର୍ଟନର କରିବାକୁ ଚାପ ପକାଇଥିଲେ।

ପୂଜାଙ୍କ ସହ ଚାଲିଥିବା ପ୍ରେମ ସମ୍ପର୍କ କଥା ମୋ ପୁଅ ତା’ ମା’କୁ କହିଥିଲା। ଏପରି କି ସେ ପୂଜାଙ୍କ ଠାରୁ ଦୂରେଇବାକୁ ଚାହୁଁଥିବା ମଧ୍ୟ ଜଣାଇଥିଲା। ହେଲେ ପୂଜା ତା’ ପିଛା ଛାଡ଼ି ନଥିଲେ।

ବଳପୂର୍ବକ ସେ ମୋ ପୁଅକୁ ବାହା ହେବାକୁ ଚାହୁଁଥିଲେ। ସେ ପୂଜାଙ୍କ ନମ୍ବରକୁ ବ୍ଲକ କରି ଦେଇଥିଲା। ତାଙ୍କ ଠାରୁ ଦୂରତା ଅବଲମ୍ବନ କରୁଥିଲା। ଏଥିଯୋଗୁ ଏକଦା ପୂଜା ମଧ୍ୟ ମୋତେ ଧମକ ଦେଇଥିଲେ। ଏବେ ସେହି କାରଣ ପାଇଁ ସେ ମୋ ପୁଅକୁ ହତ୍ୟା କରିଛନ୍ତି।”

Murder Crime Uttar Pradesh