Advertisment

ବିଦେଶୀ ଫଣ୍ଡିଂ ମାମଲା: BYJU'Sକୁ ୯ ହଜାର କୋଟି ମାଗିଲା ଇଡି

୨୦୧୧ ରୁ ୨୦୨୩ ମଧ୍ୟରେ କମ୍ପାନୀରେ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି ବୋଲି ଚଢ଼ାଉ ବେଳେ ଜଣାପଡିଥିଲା।

author-image
Madhupriya Mistry
Byju's Asked To Pay Rs 9,000 Crore For Violating Foreign Funding Laws

Byju's Asked To Pay Rs 9,000 Crore For Violating Foreign Funding Laws

ଅଡ଼ୁଆରେ ଅନ୍‌ଲାଇନ୍‌ ଶିକ୍ଷା ପୋର୍ଟାଲ BYJU'S। ବିଦେଶୀ ଫଣ୍ଡିଂ ଆଇନ୍‌ ଉଲ୍ଲଙ୍ଘନ କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ BYJU'S ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ୯ ହଜାର କୋଟି ଟଙ୍କା ଦେବାକୁ BYJU'Sକୁ ନିର୍ଦ୍ଦେଶ ଦେଇଛି ଇଡି।

Advertisment

ଚଳିତ ବର୍ଷ ଆରମ୍ଭରେ ଇଡି BYJU'Sର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲା। BYJU'S କମ୍ପାନୀ ଲୋକପ୍ରିୟ ଅନଲାଇନ ଏଜୁକେଶନ ପୋର୍ଟାଲ ନାମରେ ଏକ କମ୍ପାନୀ ଚାଲଇଛି। ଏହି କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯିବା ପରେ ଅନେକ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ଜବତ କରାଯାଇଥିଲା।

୨୦୧୧ ରୁ ୨୦୨୩ ମଧ୍ୟରେ କମ୍ପାନୀରେ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି ବୋଲି ଚଢ଼ାଉ ବେଳେ ଜଣାପଡିଥିଲା। ଏହା ବ୍ୟତୀତ ଏହି ଅବଧି ମଧ୍ୟରେ କମ୍ପାନୀ ବିଦେଶୀ ପ୍ରତ୍ୟେକ୍ଷ ନିବେଶ ନାମରେ ୯୭୫୪ କୋଟି ଟଙ୍କା ବିଦେଶକୁ ପଠାଇଛି। କମ୍ପାନୀ ତରଫରୁ ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ବାବଦରେ ପାଖାପାଖି ୯୪୪ କୋଟି ଟଙ୍କା ଜମା କରାଯାଇଛି। ଏଥିରେ ବିଦେଶକୁ ପଠାଯାଇଥିବା ଟଙ୍କା ମଧ୍ୟ ସାମିଲ ରହିଛି ବୋଲି ଇଡି କହିଥିଲା।

Advertisment

ଆବଶ୍ୟକ ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କମ୍ପାନୀ ତା'ର ଆର୍ଥିକ ଷ୍ଟେଟ୍‌ମେଣ୍ଟ ତିଆରି କରିନାହିଁ। ଏଥିସହ ଖାତାର ଅଡିଟ୍‌ ମଧ୍ୟ କରିନି। ତେଣୁ କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟର ପ୍ରକୃତତା ବ୍ୟାଙ୍କଗୁଡିକ ସହିତ ଯାଞ୍ଚ କରାଯାଉଛି ବୋଲି ଇଡି ସୂଚନା ଦେଇଥିଲା। ବହୁ ବେସରକାରୀ ବ୍ୟକ୍ତିଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ BYJU's ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା।

ଇଡି ଦ୍ୱାରା କରାଯାଇଥିବା ତଦନ୍ତ ସମୟରେ ପ୍ରତିଷ୍ଠାତା ତଥା ସିଇଓ ରବିନ୍ଦ୍ରନ୍ ବାଇଜୁଙ୍କୁ ଅନେକ ସମନ ଜାରି କରାଯାଇଥିଲେ ମଧ୍ୟ ସେ ସର୍ବଦା ଟାଳି ଆସୁଥିଲେ ଏବଂ ଯାଞ୍ଚ ସମୟରେ କେବେ ଉପସ୍ଥିତ ରହୁନଥିଲେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି।

ED Raid BYJU'S