Advertisment

ଦୁଇ ଦିନ ହେଲା ଯେଉଁ ସୋଫାରେ ଶୋଉଥିଲେ, ତା’ ଭିତରୁ ମିଳିଲା ନିଖୋଜ ପତ୍ନୀଙ୍କ ମୃତଦେହ

ସ୍ୱାମୀ ଜଣଙ୍କ ଦୁଇ ଦିନ ହେଲା ପତ୍ନୀଙ୍କୁ ଖୋଜି ଖୋଜି ଯେଉଁ ସୋଫାରେ ନିରାଶ ହୋଇ ରାତିରେ ଶୋଉଥିଲେ, ତା’ରି ଭିତରୁ ହିଁ ମିଳିଛି ମହିଳାଙ୍କ ମୃତଦେହ।

Pune

Pune

Advertisment

ଦୁଇ ଦିନ ହେଲା ଜଣେ ମହିଳାଙ୍କୁ ଚାଲିଥିବା ଖୋଜା ପଡ଼ିଥିବା ବେଳେ ନାଟକୀୟ ଢଙ୍ଗରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସ୍ୱାମୀ ଜଣଙ୍କ ୨ ଦିନ ହେଲା ପତ୍ନୀଙ୍କୁ ନ ପାଇ ଡହଳ ବିକଳ ହେଉଥିଲେ।

Advertisment

ପୁଲିସ୍‌ ମଧ୍ୟ ମହିଳାଙ୍କୁ ବିଭିନ୍ନ ସ୍ଥାନରେ ଅନବରତ ଖୋଜୁଥିଲା। ହେଲେ ସ୍ୱାମୀ ଜଣଙ୍କ ଦୁଇ ଦିନ ହେଲା ପତ୍ନୀଙ୍କୁ ଖୋଜି ଖୋଜି ଯେଉଁ ସୋଫାରେ ନିରାଶ ହୋଇ ରାତିରେ ଶୋଉଥିଲେ, ତା’ରି ଭିତରୁ ହିଁ ମିଳିଛି ମହିଳାଙ୍କ ମୃତଦେହ।

ପୁଣେର ଫୁରସୁଙ୍ଗି ପୁଲିସ୍‌ ସୋଫା କମ ବେଡ ମଧ୍ୟରୁ ମହିଳାଙ୍କ ମୃତଦେହ ମିଳିବା ପରେ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳା ଜଣଙ୍କ ହେଲେ ହଡାପସର ନିକଟସ୍ଥ ହୁଣ୍ଡେକର ବସ୍ତିର ୨୪ ବର୍ଷୀୟ ସ୍ୱପ୍ନାଲି ଉମେଶ ପାୱାର।

Advertisment

ଶେଷଥର ପାଇଁ ସ୍ୱାମୀ ଉମେଶଙ୍କ ସହ ସେ ନଭେମ୍ବର ୭ ତାରିଖ ଦିନ ୧୦ଟା ବେଳେ କଥା ହୋଇଥିଲେ। ଏହି ସମୟରେ କ୍ୟାବ ଡ୍ରାଇଭର ଭାବେ କାମ କରୁଥିବା ଉମେଶ ଜଣେ ଗ୍ରାହକଙ୍କୁ ଛାଡ଼ିବା ପାଇଁ ବିଡ୍‌ରେ ରହିଥିଲେ।

ତେବେ ଦିନକ ପରେ ସେ ସ୍ୱପ୍ନାଲିଙ୍କୁ ବାରମ୍ବାର ଫୋନ କରିଥିଲେ ହେଁ ତାଙ୍କ ସହ ଯୋଗାଯୋଗ କରି ପାରି ନଥିଲା। ତାଙ୍କ ଫୋନ ସୁଇଚ ଅଫ ହୋଇଯାଇଥିଲା। ଏଥିରେ ବ୍ୟସ୍ତ ହୋଇ ଉମେଶ ପୁଣେରେ ଥିବା ତାଙ୍କର ଜଣେ ବନ୍ଧୁଙ୍କୁ ଘରକୁ ଯିବା ପାଇଁ କହିଥିଲେ। ବନ୍ଧୁ ଜଣଙ୍କ ଘରକୁ ଯାଇଥିଲେ ହେଁ ସେଠାରେ ସ୍ୱପ୍ନାଲି ନଥିଲେ।

ଏହି ଖବର ପାଇ ଉମେଶ ତୁରନ୍ତ ପୁଣେ ଆସିଥିଲେ। ସେ ପତ୍ନୀଙ୍କୁ ପାଗଳଙ୍କ ଭଳି ସବୁଆଡ଼େ ଖୋଜିବାକୁ ଲାଗିଥିଲେ। ଦୁଇ ଦିନ ଧରି ସେ କାର ଓ ବାଇକ ଦ୍ୱାରା ଆଖପାଖ ଅଞ୍ଚଳରେ ଖୋଜି ଥିଲେ ହେଁ କୌଣସି ପତ୍ତା ପାଇ ନଥିଲେ। ଉମେଶ ନିଜ ବନ୍ଧୁ ଓ ପରିବାର ଲୋକଙ୍କ ଘରକୁ ମଧ୍ୟ ଯାଇଥିଲେ। ସବୁଠାରେ ତାଙ୍କୁ କେବଳ ନିରାଶ ହେବାକୁ ପଡ଼ିଥିଲା।

ଶନିବାର ସକାଳ ପ୍ରାୟ ୭ଟା ବେଳେ ଉମେଶ ତାଙ୍କ ପତ୍ନୀଙ୍କ କିଛି ସୁନା ଅଳଙ୍କାର ମଧ୍ୟ ଘରେ ନଥିବା ଜାଣିବାକୁ ପାଇଥିଲେ। ଏହି ସମୟରେ ସେ ଦୁଇ ଦିନ ହେଲା ନିରାଶ ହୋଇ ଯେଉଁ ସୋଫା କମ ବେଡରେ ବିଶ୍ରାମ ନେଉଥିଲେ, ତା’କୁ ଖୋଲିଥିଲେ। ସୋଫା ଖୋଲିବା କ୍ଷଣି ସେ ପୂରା ସ୍ତବ୍ଧ ହୋଇଯାଇଥିଲେ। କାରଣ ସୋଫା ଭିତରୁ ମିଳିଥିବା ସ୍ୱପ୍ନାଲିଙ୍କ ମୃତଦେହ।

ସେ ତୁରନ୍ତ ପୁଣେ ପୁଲିସ୍‌ କଣ୍ଟ୍ରୋଲ ରୁମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଗୋଟିଏ ଟିମ ତାଙ୍କ ଘରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ କେହି ଜଣେ ସ୍ୱପ୍ନାଲିଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ତାଙ୍କ ବେକରେ ହତ୍ୟାକାରୀର ନଖ ଚିହ୍ନ ମଧ୍ୟ ରହିଛି। ସ୍ୱପ୍ନାଲି ଜାଣିଥିବା କୌଣସି ବ୍ୟକ୍ତି ଏପରି କାଣ୍ତ ଘଟାଇଛନ୍ତି।

କାରଣ ଘରେ ବଳପୂର୍ବକ ପ୍ରବେଶର କୌଣସି ଚିହ୍ନବର୍ଣ୍ଣ ନାହିଁ। ପୁଲିସ୍‌ ଏବେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ହତ୍ୟାକାରୀ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି।

Crime Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe