Advertisment

ରାଉରକେଲାରୁ ରାଞ୍ଚି ଯାଉଥିବା ବସ୍‌ରୁ ଗଞ୍ଜେଇ ଜବତ

ଆଜି ରାଉରକେଲାରୁ ରାଞ୍ଚି ଅଭିମୁଖେ ଯାଉଥିବା ‘ଅରନବ’ ନାମକ ଘରୋଇ ବସ୍‌। ସେହି ବସ୍‌କୁ ଝାଡ଼ଖଣ୍ଡ ପୁଲିସ୍‌ ବାଂଶଜୋର ପାଣ୍ଡି ଖମନଡାଣ୍ଡ ନିକଟରେ ଅଟକାଇ ଯାଞ୍ଚ କରିଥିଲା।

Crime

Crime

Advertisment

ରାଉରକେଲାରୁ ଝାରଖଣ୍ଡର ରାଞ୍ଚି ଯାଉଥିଲା ଏକ ପ୍ରାଇଭେଟ୍‌ ବସ୍‌। ସେହି ବସ୍‌କୁ ଯାଞ୍ଚ କରି ଝାଡ଼ଖଣ୍ଡ ପୁଲିସ୍‌ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ଜଣେ ବିହାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Advertisment

ଆଜି ରାଉରକେଲାରୁ ରାଞ୍ଚି ଅଭିମୁଖେ ଯାଉଥିବା ‘ଅରନବ’ ନାମକ ଘରୋଇ ବସ୍‌। ସେହି ବସ୍‌କୁ ଝାଡ଼ଖଣ୍ଡ ପୁଲିସ୍‌ ବାଂଶଜୋର ପାଣ୍ଡି ଖମନଡାଣ୍ଡ ନିକଟରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏକ କଳା ରଙ୍ଗର ବ୍ୟାଗ ପାଇଥିଲା। ସେହି ବ୍ୟାଗକୁ ଯାଞ୍ଚ କରିବାରୁ ଗଞ୍ଜେଇ ବାହାରିଥିଲା। ବ୍ୟାଗଟି ରଞ୍ଜିତ କୁମାରଙ୍କର ବୋଲି ଜଣାପଡିଛି। ମୋଟ ୪ଟି ପ୍ୟାକେଟରେ ୪ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଥିଲା।

ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ରଞ୍ଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରଞ୍ଜିତଙ୍କ ଘର ବିହାର ରାଜ୍ୟର ସୁଜାନପୁର ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ଝାଡ଼ଖଣ୍ଡ ପୁଲିସ ପ୍ରାୟ ଦେଢ଼ ମାସ ମଧ୍ୟରେ ଆଠ ଥର ଗଞ୍ଜେଇ ଧରିବାରେ ସଫଳ ହୋଇଛି।

Advertisment

ରିପୋର୍ଟ- ବୀରମିତ୍ରପୁରରୁ ରାକେଶ ସାହୁ

Crime Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe