ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚଳାଇ ଥିଲେ ମାଫିଆ ମାନେ। ଠିକ୍ ସେଇ ସମୟରେ ଅବକାରୀ ବିଭାଗ ହଠାତ୍ ଚଢାଉ କରିଥିଲା। ପୁଲିସ ଗାଡ଼ିକୁ ଦେଖି ଜଙ୍ଗଲ ଭିତରେ କୋଟି କୋଟି ଟଙ୍କାର ଗଞ୍ଜେଇ ଛାଡ଼ି ଡିଆଁମାରି ଥିଲେ ମାଫିଆ।
ବୌଦ୍ଧ ଜିଲ୍ଲା ବଘିଆପଡ଼ା ପାଣ୍ଡି ଅନ୍ତର୍ଗତ ଆଙ୍କୁନ ଓ ସାନବବଡ଼ା ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇଥିଲେ ବୌଦ୍ଧ ଅବକାରୀ ବିଭାଗ। ସୂଚନାକୁ ଭିତ୍ତିକରି ଅବକାରୀ ବିଭାଗ ସେଠାରେ ପହଞ୍ଚି ଅତର୍କିତ ଭାବେ ଚଢ଼ାଉ କରିଥିଲା। ହେଲେ ଅବକାରୀ ପୁଲିସ ଉଭୟ ଆଙ୍କୁନ ଗାଁ ନିକଟସ୍ଥ ଜଙ୍ଗଲରୁ ୫ କୁଇଣ୍ଟାଲ ୧୫ କିଲୋ ଓ ସାନବବଡ଼ା ନକଟସ୍ଥ ଜଙ୍ଗଲରୁ ୫ କୁଇଣ୍ଟାଲ ୬୦ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇଟି ବାଇକକୁ ଜବତ କରିଛି।
Also Read
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୭ଲକ୍ଷ ୫୦ହଜାର ଟଙ୍କା ହେବବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରେଲୱେରେ ଜାଲ୍ ନିଯୁକ୍ତିପତ୍ର ଦେଲେ, ଜାଲ୍ ଟ୍ରେନିଂ ଦେଲେ...
ରେଳବାଇରେ ଚାକିରି କରାଇ ଦେବାକୁ କହି ମାଆ-ପୁଅଙ୍କ ଗ୍ୟାଙ୍ଗ୍ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଅଭିଯୁକ୍ତ ପୁଅ ବନ୍ଧା ହୋଇଥିବାବେଳେ ମାଆ ଫେରାର୍।
Crime
ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଲେ ଜିଲ୍ଲାପାଳ
୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶ ଛୁଟି ପାଇଁ ଆବେଦନ କରିଥିଲେ।
Crime
କାର୍ ଡିଲରସିପ୍ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ନେଇଗଲେ
କଟକ ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ ‘କିଆ’ କମ୍ପାନୀର କାର ଡିଲରସିପ୍ ସମ୍ବଲପୁର କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଗୁଗଲ୍ରେ ସର୍ଚ୍ଚକରି ଗୋଟିଏ ଟେଲିଫୋନ୍ ନମ୍ୱର ପାଇଥିଲେ।
Crime
ବାଲି ମାଫିଆଙ୍କ ଗୁଣ୍ଡାରାଜ; ଆଇଆଇସିଙ୍କୁ ପିଟିଲେ, ଗାଡ଼ି ଭାଙ୍ଗିଲେ
ଆଇଆଇସିଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି।
Crime
ସରକାର ଆଡେଇଦେଲେ, ବିଷ୍ଣୁପଦଙ୍କୁ ସହ ଅଭିଯୁକ୍ତ ଦର୍ଶାଇ ଗିରଫ କରିପାରେ ସିବିଆଇ!
ସିବିଆଇର ତଦନ୍ତକାରୀ ଅଫିସର ଗୁରଜିନ୍ଦର ସିଂ ଗତ ୬ଦିନ ଧରି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର(ଇଷ୍ଟକୋଷ୍ଟ) ଭୂପେନ୍ଦ୍ର କୁମାର ସିଂହଙ୍କୁ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସକୁ ଡାକି ଜେରା କରାଯାଇଛି ।