Advertisment

୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୭ଲକ୍ଷ ୫୦ହଜାର ଟଙ୍କା ହେବବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି

ଅଦ୍ୟତନ ହୋଇଛି
Ganja seized

Ganja seized

Advertisment

ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚଳାଇ ଥିଲେ ମାଫିଆ ମାନେ। ଠିକ୍‌ ସେଇ ସମୟରେ ଅବକାରୀ ବିଭାଗ ହଠାତ୍‌ ଚଢାଉ କରିଥିଲା। ପୁଲିସ ଗାଡ଼ିକୁ ଦେଖି ଜଙ୍ଗଲ ଭିତରେ କୋଟି କୋଟି ଟଙ୍କାର ଗଞ୍ଜେଇ ଛାଡ଼ି ଡିଆଁମାରି ଥିଲେ ମାଫିଆ।

Advertisment

ବୌଦ୍ଧ ଜିଲ୍ଲା ବଘିଆପଡ଼ା ପାଣ୍ଡି ଅନ୍ତର୍ଗତ ଆଙ୍କୁନ ଓ ସାନବବଡ଼ା ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇଥିଲେ ବୌଦ୍ଧ ଅବକାରୀ ବିଭାଗ। ସୂଚନାକୁ ଭିତ୍ତିକରି ଅବକାରୀ ବିଭାଗ ସେଠାରେ ପହଞ୍ଚି ଅତର୍କିତ ଭାବେ ଚଢ଼ାଉ କରିଥିଲା। ହେଲେ ଅବକାରୀ ପୁଲିସ ଉଭୟ ଆଙ୍କୁନ ଗାଁ ନିକଟସ୍ଥ ଜଙ୍ଗଲରୁ ୫ କୁଇଣ୍ଟାଲ ୧୫ କିଲୋ ଓ ସାନବବଡ଼ା ନକଟସ୍ଥ ଜଙ୍ଗଲରୁ ୫ କୁଇଣ୍ଟାଲ ୬୦ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇଟି ବାଇକକୁ ଜବତ କରିଛି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୭ଲକ୍ଷ ୫୦ହଜାର ଟଙ୍କା ହେବବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Advertisment
Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe