Ganja
ଗଜପତି ଜିଲ୍ଲା ଅଡ଼ବା ଥାନା ଆରୁମପେଟା ଜଙ୍ଗଲରୁ ୯ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ।
ମାଫିଆମାନେ ଚାଲାଣ କରିବା ପାଇଁ ଜଙ୍ଗଲ ଭିତରେ ଗଚ୍ଛିତ କରି ରଖିଥିଲେ ଗଞ୍ଜେଇ। ସୁବିଧା ସୁଯୋଗ ଦେଖି ସେହି ସବୁ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତେ। ହେଲେ ତା ପୂର୍ବରୁ ମାଫିଆଙ୍କ ସବୁ ଯୋଜନାକୁ ପଣ୍ଡ କରିଛି ପୁଲିସ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଜଙ୍ଗଲରେ ଚଢାଉ କରିଥିଲା। ଚଢାଉ ବେଳେ ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ଜବତ ବେଳେ ଘଟଣା ସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିଲେ। ପୁଲିସ ଏନେଇ କିଛି ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us