Advertisment

ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ

ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।

car owner fined

car owner fined

Advertisment

ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ମହଙ୍ଗା ପଡ଼ିଛି। ଗୋଟିଏ କାର ଉପରେ ୨.୫ ଲକ୍ଷ ଟଙ୍କା ଜରିମାନା ସହ କାର ଚାଳକଙ୍କ ଲାଇସେନ୍ସ ରଦ୍ଦ କରିଛି କେରଳ ପୁଲିସ। ଏଭଳି ଉଦାହରଣମୂଳକ ପଦକ୍ଷେପ ନେଇ କେରଳର ସ୍ଥାନୀୟ ପ୍ରଶାସନ କାର ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ ଏହି ନୋଟିସ ଧରାଇଛନ୍ତି। କେରଳର ଚଲାକୁଡିରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି।

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ନଥିଲେ କାର ଚାଳକ। ଆମ୍ବୁଲାନ୍ସରେ ବସିଥିବା ପାରାମେଡିକାଲ ଷ୍ଟାଫ ଏହି ସମୟର ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ସଂକୀର୍ଣ୍ଣ, ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଯାଉଥିବାବେଳେ ଆମ୍ବୁଲାନ୍ସ ଆଗରେ ଏକ ଧଳା ମାରୁତି ସୁଜୁକି ସିଆଜ କାର ଯାଉଥିଲା। ଆମ୍ବୁଲାନ୍ସର ସାଇରନ୍ ଓ ଡ୍ରାଇଭରଙ୍କ ବାରମ୍ବାର ହର୍ଣ୍ଣକୁ କାର ଚାଳକ ଆଦୌ ଭୃକ୍ଷେପ କରୁନଥିଲେ। ଦୁଇ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଆମ୍ବୁଲାନ୍ସର ଆଗେ ଆଗେ ଯାଇଥିଲେ। ଶେଷରେ ଡାହାଣପଟେ ସାମାନ୍ୟ ଫାଙ୍କା ରାସ୍ତା ଦେଖି ଆମ୍ବୁଲାନ୍ସ ଚାଳକ ଏହାକୁ ଓଭର-ଟେକ୍ କରିଥିଲେ।

Advertisment

ଏହି ପ୍ରମାଣ ସାମ୍ନାକୁ ଆସିବା ପରେ କେରଳ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାର ଚାଳକଙ୍କ ବିରୋଧରେ ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ ପ୍ରଶଂସା କରାଯାଇଛି। ରାସ୍ତାରେ ଅତ୍ୟାବଶ୍ୟକ ସେବା ପାଇଁ ପଥକୁ ସୁଗମ କରିବାକୁ ଏଭଳି ପଦକ୍ଷେପ ନିହାତି ଆବଶ୍ୟକ ବୋଲି ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି ୟୁଜର୍ସ।

Kerala Ambulance Blocking Ambulance Fine For Blocking Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe