Advertisment

ଅଭିନେତା ପ୍ରକାଶ ରାଜଙ୍କ ନାଁରେ ମାମଲା

ପୁଲିସ୍‌ କହିଛି ଯେ ଚନ୍ଦ୍ରଯାନ ୩ ମିଶିନ ଉପରେ ଅଭିନେତା ପ୍ରକାଶ ରାଜ କରିଥିବା ଟ୍ୱିଟ ପାଇଁ ତାଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ ହୋଇଛି।

author-image
Hemant Lenka
Prakash Raj

Prakash Raj

ଭେଟରାନ ଆକ୍ଟର ପ୍ରକାଶ ରାଜଙ୍କ ଅଡ଼ୁଆ ବଢ଼ିଛି। କର୍ଣ୍ଣାଟକାର ବାଗାଲକୋଟ ଜିଲ୍ଲାର ଗୋଟିଏ ପୁଲିସ ଷ୍ଟେସନରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଇସ୍ରୋର ଚନ୍ଦ୍ରଯାନ ୩ ମିଶିନକୁ ନେଇ ପ୍ରକାଶ ରାଜ ଗୋଟିଏ ତାଚ୍ଛଲ୍ୟ ଭରା ଟ୍ୱିଟ କରିଥିଲେ। ଏଥିପାଇ ତାଙ୍କ ନାଁରେ ମାମଲା ହୋଇଛି।

Advertisment

ପୁଲିସ୍‌ କହିଛି ଯେ ଚନ୍ଦ୍ରଯାନ ୩ ମିଶିନ ଉପରେ ଅଭିନେତା ପ୍ରକାଶ ରାଜ କରିଥିବା ଟ୍ୱିଟ ପାଇଁ ତାଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ ହୋଇଛି। ହିନ୍ଦୁ ସଂଗଠନର କିଛି ନେତା ବାଗାଲକୋଟ ଜିଲ୍ଲା ବାନାହାତ୍ତି ପୁଲିସ୍‌ ଷ୍ଟେସନରେ ଅଭିଯୋଗ ଦାଖଲ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ରବିବାର ପ୍ରକାଶ ରାଜ ଗୋଟିଏ ଫଟୋ ଶେୟାର କରିଥିଲେ। ଏଥିରେ ଜଣେ ବ୍ୟକ୍ତି ଶାର୍ଟ ଓ ଲୁଙ୍ଗି ପିନ୍ଧି ବେଶ କୌତଳପୂର୍ଣ୍ଣ ଭାବେ ଚା’ ଢାଳୁଛନ୍ତି। ଏହାକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସେ ଲେଖିଥିଲେ “ଚନ୍ଦ୍ରଯାନରୁ ଆସିଥିବା ପ୍ରଥମ ଛବି।” ସେ ହ୍ୟାଶଟାଗ #VikramLander #justasking ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ତାଙ୍କର ଏପରି ଟ୍ୱିଟକୁ ଅନେକ ତାଚ୍ଛଲ୍ୟ କରିବା ସହ ଚନ୍ଦ୍ରଯାନ-୩ ଦେଶର ଗୌରବ ବୋଲି ମତ ରଖିଥିଲେ।

Advertisment

ସୋଶାଲ ମିଡିଆରେ ବିରୋଧ ବଢ଼ିବାରୁ ପ୍ରକାଶ ରାଜ ପୁଣି ଟ୍ୱିଟ(ଏବେ ଏକ୍ସ) କରି ସେ ଥଟ୍ଟାରେ ଏପରି କହିଥିବା ସଫେଇ ଦେଇଥିଲେ। ତଥାପି ବିବାଦ ଥମି ନଥିବା ବେଳେ ଏବେ ତାଙ୍କ ନାଁରେ ମାମଲା ହୋଇଛି।

Prakash Raj ISRO Chandrayaan-3