Advertisment

ନାବାଳିକା ମେଡ୍‌ଙ୍କୁ ନିର୍ଯାତନା ଦେଉଥିଲେ ବିଧାୟକ, ରୁଜୁ ହେଲା ମାମଲା

ରାଜ୍ୟର ଶ୍ରମ ବିଭାଗ ପକ୍ଷରୁ ମାମଲା କରାଯାଇଛି। ମାମଲା ରୁଜୁ କରିବା ପାଇଁ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ପିସସି ଉପାଧ୍ୟାୟ ପ୍ରସ୍ତାବ ଦେଇଥିଲେ।

Beg

Beg

Advertisment

ଉତ୍ତର ପ୍ରଦେଶର ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି(ଏସ୍‌ପି)ର ବିଧାୟକ ଜାହିଦ ବେଗ ଓ ତାଙ୍କ ପତ୍ନୀ ସୀମା ବେଗଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଏମାନେ ନିଜ ଘରେ ଜଣେ ନାବାଳିକାଙ୍କୁ କାମ କରାଉଥିଲେ। ଏଥିସହ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

ରାଜ୍ୟର ଶ୍ରମ ବିଭାଗ ପକ୍ଷରୁ ମାମଲା କରାଯାଇଛି। ମାମଲା ରୁଜୁ କରିବା ପାଇଁ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ପିସସି ଉପାଧ୍ୟାୟ ପ୍ରସ୍ତାବ ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଭାଡୋହି ପୁଲିସ୍‌ ଓ ଶ୍ରମ ବିଭାଗର ଅଧିକାରୀମାନେ ଅଭିଯୁକ୍ତ ବିଧାୟକଙ୍କ ଘରେ ପହଞ୍ଚିଥିଲେ। ସେମାନେ ସେଠାରୁ ୧୭ ବର୍ଷୀୟ ଝିଅକୁ ଉଦ୍ଧାର କରିଛନ୍ତି। ବେଗ ପରିବାରରେ ନାବାଳିକା ଜଣଙ୍କ ମେଡ ବା ସହାୟିକା ଭାବେ କାମ କରୁଥିଲେ।

ଭାଡୋହି ଏସ୍‌ପି ମୀନାକ୍ଷୀ କତୟାତନ କହିଛନ୍ତି, ଉଦ୍ଧାର ହୋଇଥିବା ନାବାଳିକାର ବୟାନ ପରେ ବିଧାୟକ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା କରାଯାଇଛି। ଶ୍ରମ ବିଭାଗ ପକ୍ଷରୁ ବେଗ ଓ ତାଙ୍କ ପତ୍ନୀଙ୍କୁ ନୋଟିସ କରାଯାଇଛି।

Advertisment

ସେମାନେ ୧୭ ବର୍ଷୀୟ ଝିଅକୁ ବଳପୂର୍ବକ ଘରେ ବନ୍ଦ କରି ରଖିଥିଲେ ଓ ବିନା ପାରିଶ୍ରମିକରେ ତାଙ୍କୁ ଘର କାମ କରାଉଥିଲେ। ଏନେଇ ଭାରତୀୟ ନ୍ୟାୟ ସଂହିତା, ଜୁଭେନାଇଲ ଜଷ୍ଟିସ ଆକ୍ଟ ଓ ଗୋତି ଶ୍ରମିକ ଉଚ୍ଛେଦ ଆଇନର ବିଭିନ୍ନ ଦଫାରେ ମାମଲା ହୋଇଛି।

କୁହାଯାଉଛି ଯେ ନାବାଳିକା ଜଣଙ୍କ ବିଧାୟକଙ୍କ ଘରେ ୮ରୁ ୯ ବର୍ଷ ହେଲା କାମ କରୁଥିଲେ। ତାଙ୍କୁ ଉଦ୍ଧାର କରିବା ପରେ ପ୍ରୟାଗରାଜରେ ଥିବା ଶିଶୁ ଆଶ୍ରମକୁ ପଠାଇ ଦିଆଯାଇଛି।

Uttar Pradesh Samajwadi Party MLA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe